ଓଡ଼ିଆ ଠିକାଦାରଙ୍କୁ ମିଳୁନି କାମ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ରାଜ୍ୟର ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ବଦ୍ଧପରିକର। ଆସନ୍ତା ୨୦୨୪-୨୫ ସୁଦ୍ଧା ରାଜ୍ୟର ସବୁ ଘରକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟରେ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଚାଲିଛି। ୫୦କୋଟି ଟଙ୍କା ଉପରେ ଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କାମ ଏଲ୍‌ ଆଣ୍ଡ ଟି ଭଳି ବଡ଼ ବଡ଼ ସଂସ୍ଥା ପାଉଛନ୍ତି। ଛୋଟ ପ୍ରକଳ୍ପ କାର୍ଯ୍ୟ ଓଡ଼ିଶା ଠିକାଦାରଙ୍କୁ ମିଳୁଛି। ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି) ଗାଇଡ୍‌ଲାଇନ ଅନୁଯାୟୀ ଟେଣ୍ଡର କରାଯାଉଛି। ସେଥିରେ ବଡ଼ ବଡ଼ କମ୍ପାନୀ ଭାଗ ନେଉଛନ୍ତି। ପ୍ରକଳ୍ପ ପାଇଁ ଆବଶ୍ୟକ ପାଇପ୍‌କୁ ଓଡ଼ିଶାରେ ପ୍ରସ୍ତୁତ ହେଉଥିବା କମ୍ପାନୀରୁ କିଣିବାକୁ ସର୍ତ୍ତ ରଖାଯାଇଛି। ତେବେ ରାଜ୍ୟରେ ଚାଲିଥିବା ୨୦୭୫ ସିଙ୍ଗଲ୍‌ ପାନୀୟ ଜଳ ପ୍ରକଳ୍ପରେ ଓଡ଼ିଶାର ଠିକାଦାରମାନେ କାମ କରୁଛନ୍ତି। ରାଜ୍ୟରେ ଠିକା ସଂସ୍ଥାକୁ ଅଯୋଗ୍ୟ ବିବେଚିତ କରି ବାହାର ରାଜ୍ୟର ଠିକା ସଂସ୍ଥାକୁ କାମ ଦେବା ଲାଗି ଜାଣିଶୁଣି ଜଟିଳ ସର୍ତ୍ତ ରଖାଯାଉଥିବା ନେଇ ଆରୋପ ସତ୍ୟ ନୁହେଁ। ବିଜେଡି ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମୂଳ ପ୍ରଶ୍ନ ନଂ. ୬୬୧ର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ମୂଳ ପ୍ରଶ୍ନକର୍ତ୍ତା ପଚାରିଥିଲେ, ରାଜ୍ୟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ପାଇଁ ଧାର୍ଯ୍ୟ ଟେଣ୍ଡର ସର୍ତ୍ତାବଳୀ କ’ଣ ଥିଲା। ରାଜ୍ୟରେ ହେଉଥିବା ମେଗା ପାଇପ ଜଳ ପ୍ରକଳ୍ପରେ ରାଜ୍ୟର ଠିକା ସଂସ୍ଥାଙ୍କୁ ଅଯୋଗ୍ୟ ବିବେଚିତ କରି ରାଜ୍ୟ ବାହାର ଠିକା ସଂସ୍ଥାଙ୍କୁ କାମ ଦେବା ଲାଗି ଜାଣିଶୁଣି ସେଥିରେ ଜଟିଳ ସର୍ତ୍ତାବଳୀ ଆରୋପ କରାଯାଇଥିବା ସତ୍ୟ କି। ମୂଳ ପ୍ରଶ୍ନକର୍ତ୍ତା ଅତିରିକ୍ତ ପ୍ରଶ୍ନରେ କହିଥିଲେ, ଓଡ଼ିଶାର ପାଣିପାଇପ ମିସ୍ତ୍ରି ବିଦେଶ ତଥା ଦେଶର ସମସ୍ତ ରାଜ୍ୟରେ କାମ କରୁଥିବାବେଳେ ଓଡ଼ିଶାରେ ସେମାନଙ୍କୁ କାମ ମିଳୁନାହିଁ। ଛୋଟଛୋଟ ପ୍ରକଳ୍ପଗୁଡ଼ିକୁ ମିଶାଇ ବଡ଼ ପ୍ରକଳ୍ପ କରାଯାଉଛି। ଏ ମେଗା ପ୍ରକଳ୍ପ ପ୍ରୀତି କାହିଁିିକି ବୋଲି ପଟ୍ଟନାୟକ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଥିଲେ, ବିଭିନ୍ନ ପଞ୍ଚାୟତକୁ ଆଧାର କରି ପ୍ରକଳ୍ପ କରାଯାଉଛି। ବୋର୍‌ୱେଲ କରି ମାଟି ତଳୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏପରି କି କେତେକ ପଞ୍ଚାୟତରେ ଜଳକୁ ବିଶୋଧନ କରି ଭୂପୃଷ୍ଠ ଜଳକୁ ଯୋଗାଇ ଦିଆଯାଇଛି। ଏଥିପାଇଁ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଭଳି ମେଗା ପ୍ରକଳ୍ପର ଆବଶ୍ୟକତା ପଡୁଛି। ପ୍ରକଳ୍ପକୁ ସିଭିସି ଗାଇଡ୍‌ଲାଇନ ଅନୁଯାୟୀ ଟେଣ୍ଡର କରି ଦିଆଯାଉଛି। ତେବେ ଓଡ଼ିଶାର ଠିକା ସଂସ୍ଥାଗୁଡ଼ିକୁ ମଧ୍ୟ କାମ ଦିଆଯାଉଛି ବୋଲି ଜେନା କହିଥିଲେ। ବିଜେଡି ସଭ୍ୟ ଅମର ଶତପଥୀ କହିଲେ, ବଡ଼ଚଣାରେ ଜଳ ବିଶୋଧନ କାମ ଦୀର୍ଘଦିନ ଧରି ପଡ଼ିରହିଛି। ମନ୍ତ୍ରୀ କହିଲେ, ପ୍ରତ୍ୟେକ ପଞ୍ଚାୟତ ପାଇଁ ଓଭରହେଡ୍‌ ଟ୍ୟାଙ୍କ କରାଯାଉଛି। ସେଥିରେ ୨ରୁ ୩ ଲକ୍ଷ ଲିଟର ପାଣି ରହୁଛି। ବାତ୍ୟା ହେଲେ କିମ୍ବା ବିଦ୍ୟୁତ୍‌ ନ ରହିଲେ ଟାଙ୍କିରୁ ପାଣି ୪ରୁ ୫ ଦିନ ଯାଏ ଯୋଗାଇ ଦେଇହେବ। ମନ୍ତ୍ରୀ କହିଲେ, ଜମି ଅଭାବରୁ ଏହି କାମ ଆରମ୍ଭ ହୋଇପାରୁ ନାହିଁ। ବଡ଼ଚଣା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ୪୩ ପଞ୍ଚାୟତର ୨୪୫ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଭାଜପା ସଭ୍ୟ ମୋହନ ମାଝି ଅତିରିକ୍ତ ପ୍ରଶ୍ନରେ କହିଲେ ମେଗା ପାଇପ ଜଳ ଯୋଗାଣ ଭାରତ ସରକାରଙ୍କ କାର୍ଯ୍ୟକ୍ରମ। ଓଏମ୍‌ବିଏଡିସି ଏବଂ ଡିଏମ୍‌ଏଫ ପାଣ୍ଠିରୁ ପାନୀୟ ଜଳ ପାଇଁ ଅର୍ଥ ଖର୍ଚ୍ଚ କରାଯାଉଛି। ଓଡ଼ିଶାର ଠିକା ସଂସ୍ଥାକୁ କାମ ଦିଆଯାଉ ନାହିଁ। ୨୦୧୫-୧୬ରୁ ଏହି ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ରାଜ୍ୟ ସରକାର କେତେ ଟଙ୍କା ଦେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ମନ୍ତ୍ରୀ କହିଲେ, ୨୦୧୫-୧୬ରୁ ଏ ପର୍ଯ୍ୟନ୍ତ ୯୦ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୯୩.୫୨ କୋଟି ଟଙ୍କା ଦେଇଥିବାବେଳେ ରାଜ୍ୟ ସରକାର ୬୯୧ କୋଟି ଟଙ୍କା ଦେଇଛନ୍ତି। ୨୦୨୫-୨୬ ସୁଦ୍ଧା ରାଜ୍ୟର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ପ୍ରଶ୍ନକୁ ଆଉ ଆଗକୁ ନ ନେଇ ମୂଳ ପ୍ରଶ୍ନକର୍ତ୍ତାଙ୍କୁ ଅତିରିକ୍ତ ପ୍ରଶ୍ନ ପଚାରିବାକୁ ଡାକିଥିଲେ। ବାଚସ୍ପତି କହିଲେ ଆହୁରି ୯୦ ଜଣ ପ୍ରଶ୍ନକର୍ତ୍ତା ଅଛନ୍ତି। ଆଲୋଚନା କଲେ ୩ ଦିନ ଲାଗିବ। ତେଣୁ ବିଧାନସଭା ପରେ ବିଧାୟକମାନଙ୍କୁ ଡାକି ସେମାନଙ୍କ ଅଞ୍ଚଳରେ ଥିବା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କରି ସମସ୍ୟା ଦୂର କରିବାକୁ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଏହା ଶୁଣି ଭାଜପା ଓ କଂଗ୍ରେସ ସଦସ୍ୟମାନେ ରାଗିଯାଇ ହୋହଲ୍ଲା କରିଥିଲେ। କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ, ଭାଜପା ସଦସ୍ୟ ମୋହନ ଚରଣ ମାଝି, ସୁକାନ୍ତ ନାୟକ, ସୁବାସ ପାଣିଗ୍ରାହୀ, କୁସୁମ ଟେଟେ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ପ୍ରବଳ ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ୧୧ଟା ୧୪ରୁ ୧୧ଟା ୩୦ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri