ନିର୍ଦ୍ଧାରିତ ସମୟରେ ୧୦୦% ଅର୍ଥ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୭ା୯(ବ୍ୟୁରୋ):ବଜେଟରେ ବରାଦ ହେଉଥିବା ଅର୍ଥ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ ହୋଇପାରୁ ନାହିଁ। ଏପରିକି ବହୁ କୋଟି ଟଙ୍କା ପରବର୍ତ୍ତୀ ବର୍ଷ ବଜେଟ ପ୍ରସ୍ତୁତି ପୂର୍ବରୁ ଫେରିଯାଉଛି। ବିଭିନ୍ନ ବିଭାଗ ବରାଦ ଅର୍ଥକୁ ଖର୍ଚ୍ଚ କରି ପାରୁନାହାନ୍ତି। ଯଦିଓ ଗତଗର୍ଷ ଦୁଳନାରେ ଚଳିତବର୍ଷ ବ୍ୟୟ କିଛି ମାତ୍ରାରେ ବଢ଼ିଛି, ମାତ୍ର ତାହା ଧାର୍ଯ୍ୟ ଲକ୍ଷ୍ୟକୁ ଛୁଇଁ ପାରୁନାହିଁ। ୨୦୨୧-୨୨ ଆର୍ଥିକବର୍ଷ ପାଇଁ ରାଜ୍ୟ ସରକାର ୨ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିବାବେଳେ ଗତ ୫ ମାସରେ ବିଭିନ୍ନ ବିଭାଗ ଦ୍ୱାରା ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ବିଭିନ୍ନ ଯୋଜନା ଓ ପ୍ରକଳ୍ପରେ ୧୮,୮୨୧ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ଚଳିତବର୍ଷ ଏହି ବିନିଯୋଗ ୨୦,୨୧୧ କୋଟି ଟଙ୍କାରେ ପହଞ୍ଚତ୍ଛି। ଭିତ୍ତିଭୂମି ବିକାଶ, କୃଷି, ପାନୀୟଜଳ ଯୋଗାଣ, ଜଳସେଚନ, କୃଷକମାନଙ୍କ ଆୟବୃଦ୍ଧି ଏବଂ ମହିଳା ସଶକ୍ତୀକରଣ ଆଦି ପ୍ରକଳ୍ପ କ୍ଷେତ୍ରରେ ଆବଣ୍ଟିତ ଅର୍ଥ ନିର୍ଦ୍ଧାରିତ ସମୟରେ ଶତପ୍ରତିଶତ ବିନିଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ଲୋକସେବା ଭବନଠାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ରାଜ୍ୟର ରାଜସ୍ବ ସଂଗ୍ରହ ଏବଂ ବଜେଟ ଅର୍ଥ ବିନିଯୋଗ ବିଷୟ ଉପସ୍ଥାପନ କରିଥିଲେ। ବିଭିନ୍ନ ପ୍ରକଳ୍ପ ଓ ଯୋଜନା କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପର ଗୁଣାତ୍ମକମାନ ବଜାୟ ରଖିବା ସହ ବିନିଯୋଗ ହେଉଥିବା ଅର୍ଥରୁ ଯେପରି ଜନସାଧାରଣ ସର୍ବାଧିକ ସୁବିଧା ପାଇପାରିବେ, ତାହା ଉପରେ ଗୁରୁତ୍ୱ ଦେବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ଜିଲା ଗସ୍ତ ସମୟରେ ସଚିବ ଏବଂ ସ୍ବତନ୍ତ୍ର ସଚିବମାନେ ସବୁ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ନୂତନ ଭାବେ ନିର୍ମିତ ପାଇପ୍‌ ଯୋଗେ ପାନୀୟ ଜଳଯୋଗାଣ, ଉଠାଜଳସେଚନ ପଏଣ୍ଟ୍‌, ବିଦ୍ୟୁତ୍‌ ସବ୍‌ଷ୍ଟେଶନ୍‌ ଓ ଯୋଗାଣ, ବିଦ୍ୟାଳୟ ରୂପାନ୍ତରଣରେ ସ୍ଥାପିତ ସୁବିଧା ସୁଯୋଗର ବ୍ୟବହାର ଆଦି ପ୍ରକଳ୍ପର କାର୍ଯ୍ୟକାରିତା ସମୀକ୍ଷା କରି ସେଗୁଡ଼ିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ ଥିବା କ୍ଷେତ୍ରସ୍ତରୀୟ ସମସ୍ୟାର ଆଶୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଋତୁ ଶେଷ ହେଉଥିବାରୁ ସମସ୍ତ ପ୍ରକଳ୍ପର ଟେଣ୍ଡର ଏବଂ ଠିକାଦାର ଚୁକ୍ତି ସାରି ଶୀଘ୍ର ଆରମ୍ଭ କରିବାକୁ ଉନ୍ନୟନ କମିଶନର ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି। ଆସନ୍ତା ଆର୍ଥିକବର୍ଷରେ ବଜେଟରେ ସମ୍ଭାବ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଆଗୁଆ ପ୍ରକଳ୍ପ ଚିହ୍ନଟ ଏବଂ ପ୍ରସ୍ତାବ ପ୍ରସ୍ତୁତ କରି ରଖିବା ପାଇଁ ମଧ୍ୟ ବିଭାଗଗୁଡ଼ିକୁ କୁହାଯାଇଛି। ଗତ ଆର୍ଥିକବର୍ଷ ତୁଳନାରେ ଚଳିତବର୍ଷ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ବ ସଂଗ୍ରହରେ ପ୍ରାୟ ୧୫.୫୫% ଅଭିବୃଦ୍ଧି ହୋଇଛି। ଗତବର୍ଷ ଏହି ସମୟ ସୁଦ୍ଧା ସମୁଦାୟ ସଂଗ୍ରହ ୩୧,୫୪୮.୪୯ କୋଟି ଟଙ୍କା ରାଜସ୍ବ ଥିବାବେଳେ ଚଳିତବର୍ଷ ଏହା ପ୍ରାୟ ୩୬,୪୫୫ କୋଟି ଟଙ୍କାରେ ପହଞ୍ଚତ୍ଛି। ସମୀକ୍ଷାରୁ ଜଣାପଡ଼ିଛି ଯେ, ଗତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ଟିକସ ଆଦାୟ ୧୪,୭୩୧ କୋଟି ଥିବା ବେଳେ ଚଳିତବର୍ଷ ଅଗଷ୍ଟ ଶେଷସୁଦ୍ଧା ଏହା ୧୭,୭୨୨.୨୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି; ଯାହାକି ଗତବର୍ଷ ତୁଳନାରେ ପ୍ରାୟ ୨୦.୩୦% ଅଧିକ। ସେହିପରି ଅଣ-ଟିକସ ରାଜସ୍ବ ୨୦୨୧ ଅଗଷ୍ଟ ଶେଷସୁଦ୍ଧା ୧୬,୮୧୭ କୋଟି ଥିବା ବେଳେ ୨୦୨୨ ଅଗଷ୍ଟ ଶେଷସୁଦ୍ଧା ଏହା ୧୮,୭୩୨.୬୭ କୋଟି ଟଙ୍କାରେ ପହଞ୍ଚତ୍ଛି। ଏ କ୍ଷେତ୍ରରେ ପ୍ରାୟ ୧୧.୩୯% ବୃଦ୍ଧି ଘଟିଛି। ସେହିପରି ସମୁଦାୟ ଟିକସ ଓ ଅଣ-ଟିକସ ରାଜସ୍ବର ହାରାହାରି ୧୫.୫୫% ବୃଦ୍ଧି ହୋଇଛି। ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଉଦ୍ୟୋଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ କିଶୋର ସୁନ୍ଦରାୟ, ଜଳ ସମ୍ପଦ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସ୍ବତନ୍ତ୍ର ଶାସନ ସଚିବମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି କରୋନା: ଲୋକଙ୍କୁ ଭିଡ଼କୁ ନ ଯିବାକୁ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସ୍ଲୋ ପ୍ରାଗେସରେ ଅଛି। ପୂର୍ବରୁ ସଂକ୍ରମଣ ୫୦ ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା ୭୦କୁ...

ସୁରକ୍ଷା ପାଚେରି ଭାଙ୍ଗି ପଶିଲା ଜଙ୍ଗଲୀ ହାତୀ

ବାରଙ୍ଗ,୧୨।୨(ଡି.ଏନ୍‌.ଏ.): ନନ୍ଦନକାନନରେ ପୁଣି ସୁରକ୍ଷା ପାଚେରି ଭାଙ୍ଗି ଭିତରକୁ ପଶିଛନ୍ତି ଚନ୍ଦକା ଜଙ୍ଗଲର ଦୁଇଟି ହାତୀ। ପରିସରରେ ପଶି ଏଣେତେଣେ ବୁଲି ବୋଟ୍‌ ଘାଟ ପାଖ...

ଗୁରୁବାର ସୁଦ୍ଧା ଏସବୁ ଜିଲାରେ କାଳବୈଶାଖୀ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୭ା୫(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ବୁଧବାର ଅପରାହ୍ନରେ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୮ ତାରିଖ...

କମୁଛି କରୋନା, ଚିହ୍ନଟ ହେଲେ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୨୨...

ରାଜଧାନୀରୁ ଆଉ ୨୫୩ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୨୯୯

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୨୫୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୩ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା...

୧୬୦୦ କୀର୍ତ୍ତିରାଜି ଫଟୋରେ ନିର୍ମିତ ବିଶ୍ୱକର୍ମା

ପୁରୁଣା ଭୁବନେଶ୍ୱର,୧୭-୯(ଡି.ଏନ.ଏ);ମଙ୍ଗଳବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ପ୍ରସ୍ତୁତି ସରିଥିବାବେଳେ ସହରଠୁ ଗାଁ ସବୁଠି ଉତ୍ସାହ ଆଉ ଉତ୍କଣ୍ଠା। ବିଶେଷକରି ବିଭିନ୍ନ ସହର ଓ ବଜାରରେ...

ଟ୍ରିପଲ ରାଇଡିଂ କରୁଥିଲେ ହେବ ଲାଇସେନ୍ସ ରଦ୍ଦ

ବ୍ରହ୍ମପୁର ଅଫିସ,୧୧ା୯: ସଡ଼କ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଟ୍ରିପଲ ରାଇଡିଂ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏଥିରେ...

ପୁରୀରେ ୫ଟି ସଚିବ, ସମସ୍ତ ବ୍ୟବସ୍ଥାର କଲେ ଅନୁଧ୍ୟାନ

ପୁରୀ ଅଫିସ, ୧୯।୨: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପହଞ୍ଚିବା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିର ଦର୍ଶନରେ ଆସିବେ। ତେବେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ...

Advertisement
Archives

Model This Week