Posted inଖେଳ

ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୯ (ସ୍ପୋଟର୍‌ସ ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା କ୍ରୀଡ଼ା କାର୍ଯ୍ୟକଳାପର ଆଉ ଏକ ମାଇଲ ଖୁଣ୍ଟ ହାସଲ କରିବାକୁ ଯାଉଛି। ଓଡ଼ିଶା ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟ୍‌ବଲ ବିଶ୍ୱକପର କେତୋଟି ମ୍ୟାଚ ଆୟୋଜନ କରିବାକୁ ଯାଉଛି। ଏହା ଚଳିତବର୍ଷ ଅକ୍ଟୋବର ୧୧, ୧୪ ଓ ୧୭ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଲୋକସେବା ଭବନ କନ୍‌ଫରେନ୍ସ ହଲ୍‌ରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ରୀଡ଼ା ଓ ଯୁବସେବା ସଚିବ ଆର. ଭିନିଲ କ୍ରିଷ୍ଣା ଭିତ୍ତିଭୂମି ବିକାଶ ଓ ମ୍ୟାଚ ଆୟୋଜନ ସଂକ୍ରାନ୍ତ ରୋଡ୍‌ମ୍ୟାପ ଉପସ୍ଥାପନ କରିଥିଲେ। ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିବାକୁ ଯାଇ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗଗୁଡ଼ିକୁ ସେପ୍ଟେମ୍ବର ଶେଷ ସୁଦ୍ଧା ଶେଷ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସ୍ବାସ୍ଥ୍ୟ, ପରିମଳ, ସୁରକ୍ଷା ଓ ଅଗ୍ନିଶମ ସେବା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଫିଫା ଅଫିସିଆଲ ରୋମା ଖାନ୍ନା ପ୍ରସ୍ତୁତି କାର୍ଯ୍ୟରୁ ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ। ଓଡ଼ିଶା ହକିର ବାସସ୍ଥାନ ପାଲଟିଛି। ଆଗକୁ ରାଜ୍ୟ ଫୁଟ୍‌ବଲର ବାସସ୍ଥାନ ହେବାକୁ ଯାଉଛି। ଡେଭଲପମେଣ୍ଟ କମିଶନର ପ୍ରଦୀପ କୁମାର ଜେନା କଳିଙ୍ଗ ଷ୍ଟାଡିୟମରେ ଆଗୁଆ ଓଡ୍ରାଫ୍‌ ଓ ଫାୟାର ସର୍ଭିସ ଟିମ୍‌ ମୁତୟନ ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ଇଭେଣ୍ଟକୁ ସୁଗମ, ନିରାପଦ ଓ ସ୍ମରଣୀୟ କରିବା ଲାଗି ସମ୍ପୃକ୍ତ ବିଭାଗଗୁଡ଼ିକଠାରୁ ସକ୍ରିୟ ସହଯୋଗ କାମନା କରାଯାଇଥିଲା। ମ୍ୟାଚ ଦେଖିବା ଲାଗି ଦର୍ଶକଙ୍କୁ ଅନୁମତି ଦେବା ଏବଂ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ବ୍ୟବସ୍ଥା କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। କଳିଙ୍ଗ ଷ୍ଟାଡିୟମରେ ଭାରତ ଏହାର ୩ଟି ମ୍ୟାଚ ଖେଳିବ। ଦଳ ଅକ୍ଟୋବର ୧୧ରେ ଯୁକ୍ତରାଷ୍ଟ୍ର ଆମେରିକା, ୧୪ରେ ମରକ୍କୋ ଏବଂ ୧୭ରେ ବ୍ରାଜିଲ ବିପକ୍ଷରେ ଖେଳିବ। ଶୁକ୍ରବାର ଅନୁଷ୍ଠିତ ବୈଠକରେ ଡେଭଲପମେଣ୍ଟ କମିଶନର ପ୍ରଦୀପ କୁମାର ଜେନା, ପୋଲିସ ଡିଜି ସୁନୀଲ କୁମାର ବଂଶଲ, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂ, ହ୍ୟାଣ୍ଡିକ୍ରାଫ୍ଟ, ହ୍ୟାଣ୍ଡଲୁମ୍‌ ଓ ଟେକ୍ସଟାଇଲ, ଶୁଭା ଶର୍ମା, ଇଡ୍‌କୋ ସିଏମ୍‌ଡି ଭୂପେନ୍ଦ୍ର ସିଂ ପୁନିଆ, ପୋଲିସ କମିଶନର ଏସ୍‌.କେ. ପ୍ରିୟଦର୍ଶୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଫିଫା ପ୍ରତିନିଧି ରୋମା ଖାନ୍ନା, ଫିଫା ସ୍ଥାନୀୟ ଆୟୋଜକ କମିଟି ନିର୍ଦ୍ଦେଶକ ନନ୍ଦିନୀ ଆରୋରାଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆ ରେକର୍ଡ କଲେ କେଏଲ୍‌ ରାହୁଲ

ମୁମ୍ବାଇ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୧୨ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ କଡା ଟକ୍କର ହୋଇଛି। ଲକ୍ଷ୍ନୌ ଅଧିନାୟକ...

ଦିଲ୍ଲୀକୁ ହରାଇଲା ସନ୍‌ରାଇଜର୍ସ

ଦୁବାଇ : ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଓ ରିଦ୍ଧିମାନ ଶାହାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ରଶିଦ ଖାଁଙ୍କ ଚମତ୍କାର ବୋଲିଂ ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ...

ରାହୁଲଙ୍କ ଶତକ

ମାଉଣ୍ଟ ମଙ୍ଗୁନୁଇ,୧୧।୨- ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି।...

ଭାରତୀୟ ଖେଳାଳିଙ୍କ ପ୍ରଥମ କରୋନା ଟେଷ୍ଟ ନେଗେଟିଭ୍‌: ବିସିସିଆଇ ଦେଲା ଏହି ବଡ଼ ଉପହାର

ନୂଆଦିଲ୍ଲୀ,୨୯।୧:ଭାରତୀୟ କ୍ରିକେଟ ଖେଳାଳିମାନେ ଗୁରୁବାର ଆର୍‌ଟି ପିସିଆର କୋଭିଡ-୧୯ ପରୀକ୍ଷଣ ପାସ କରିଛନ୍ତି। ଆଉ ଦୁଇଥର ସେମାନଙ୍କ ପରୀକ୍ଷା କରାଯିବା ପରେ ସେମାନେ ଅଭ୍ୟାସ ଆରମ୍ଭ...

ଆଇପିଏଲ-୨୦୨୦: ସ୍ପିନ ଚ୍ୟାଲେଞ୍ଜ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ର ୩ଟି ଷ୍ଟାଡିୟମ ଦୁବାଇ, ଆବୁଧାବି ଓ ଶାରଜାରେ ଅନୁଷ୍ଠିତ ହେବାକୁ ଯାଉଛି। ୟୁଏଇ ପରିବେଶରେ...

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ଲଞ୍ଚ୍‌ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସ୍କୋର ୭୫/୨

ଅହମ୍ମଦାବାଦ,୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ ଜିତି...

ଡି କକ୍‌ଙ୍କ ଅର୍ଦ୍ଧଶତକ; ପଞ୍ଜାବ ସାମ୍ନାରେ ୧୭୭ ରନ ଟାର୍ଗେଟ୍‌ ଧାର୍ଯ୍ୟ କଲା ମୁମ୍ବାଇ

ଦୁବାଇ, ୧୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ରବିବାର ଖେଳାଯାଇଥିବା ୨ୟ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ସ୍ଥାନୀୟ ଦୁବାଇ...

ବଲ ଅଟକାଇ ରନଆଉଟ୍‌ ହୋଇଥିଲେ ମହାନ ବ୍ୟାଟ୍ସମ୍ୟାନ

କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ରନ୍‌ଆଉଟ୍‌ କେଉଁଭଳି ହୁଏ, ତାହା କ୍ରିକେଟ ପ୍ରଶଂସକଙ୍କୁ ଭଲ ସେ ଜଣା। କିନ୍ତୁ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ...

Advertisement
Archives

Model This Week