ମେଧାବୃତ୍ତି ପରୀକ୍ଷାରୁ ଛାତ୍ରୀଛାତ୍ର ବଞ୍ଚିତ

ନୀଳଗିରି, ୧୦।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନ ଧୋବିଶିଳା ପଞ୍ଚାୟତ କେନ୍ଦୁଖୁଣ୍ଟାସ୍ଥିତ ବିଷ୍ଣୁପ୍ରିୟା ସରକାରୀ ମାଧ୍ୟମିକ ବିଦ୍ୟାଳୟର ବହୁ ଛାତ୍ରୀଛାତ୍ର ମେଧାବୃତ୍ତି ଓ ଏନଆରଟିଏସ୍‌ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦ କରି ଅଭିଭାବକମାନେ ଶୁକ୍ରବାର ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହ ସ୍କୁଲ ଭିତରକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଛାଡି ନ ଥିଲେ। ଫଳରେ ସେମାନେ ରାସ୍ତା ଉପରେ ବୁଲୁଥିବା ଦେଖିବାକୁ ମିଳିଥିଲା।
ଅଗଷ୍ଟରେ ବିଇଓ ଅଧ୍ୟକ୍ଷତାରେ ଏକ ବୈଠକ ସମସ୍ତ ସିଆରସି, ବିଆରସିମାନଙ୍କୁ ମେଧାବୃତ୍ତି ଓ ଏନଆରଟିଏସ ପରୀକ୍ଷା ବିଷୟରେ ଆଲୋଚନା କରିବା ସହ ପ୍ରତି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଇବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ସିଆରସି ସୁଶୀଲ କୁମାର ବେହେରା ପରୀକ୍ଷା ବିଷୟରେ ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ରଥଙ୍କୁ ଜଣାଇବା ସହ ଯେଉଁ ଛାତ୍ରୀଛାତ୍ରମାନେ ଇଚ୍ଛୁକ ସେମାନଙ୍କ ଅଭିଭାବକମାନଙ୍କୁ ଅବଗତ କରାଇ ଆବଶ୍ୟକ କାଗଜପତ୍ର ସହ ଅନଲାଇନରେ ଆବେଦନ କରାଇବା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଏହାକୁ ଅଣଦେଖା କରାଯାଇଥିଲା। ବିଦ୍ୟାଳୟର ୧୦ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହେବା ପରେ ଏହାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ରଥଙ୍କୁ ପଚାରିବାରୁ ତାଙ୍କ ଭୁଲ ପାଇଁ ପିଲାମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ ସାର୍ଟିଫିକେଟରେ ଡାକ୍ତର

ସୁୁନ୍ଦରଗଡ,୧୩।୧୧ (ଡି.ଏନ୍‌.ଏ.)- ଜାଲ ସାର୍ଟିଫିକେଟ ଦେଇ ଜଣେ ବ୍ୟକ୍ତି ଗତ ୩ବର୍ଷ ଧରି ସରକାରୀ ଡାକ୍ତର ଭାବେ ଚାକିରି ପାଇ ରୋଗୀସେବା କରୁଥିଲେ ା ଏ...

ପୋଲିସ ଶହୀଦ ଦିବସ: ଲୋକଙ୍କ ହିତରେ କାର୍ଯ୍ୟ କରିବାକୁ ଏସ୍‌ପିଙ୍କ ପରାମର୍ଶ

ଭଦ୍ରକ ଅଫିସ,୨୧।୧୦: ଭଦ୍ରକ ଜିଲା ଚରମ୍ପା ରିଜର୍ଭ ପୋଲିସ ପଡ଼ିଆରେ ଜିଲା ପୋଲିସ ପକ୍ଷରୁ ୬୦ତମ ଶହୀଦ ଦିବସ ପାଳିତ ହୋଇଯାଇଛି I ଏସ୍‌ପି ରାଜେଶ...

ଦିବ୍ୟାଙ୍ଗ ସୁକାନ୍ତି, ଧନେଶ୍ୱର ଏବେ ସୁଖଦୁଃଖର ସାଥୀ

ଆରଡ଼ି,୯।୩(ଡି.ଏନ.ଏ.)-ସମାଜରେ ସୁସ୍ଥ ଲୋକଙ୍କ ପରି ଜୀବନ ବିତାଇବାକୁ ୨୦୧୭ରେ ବୈଦିକ ରୀତିରେ ବିବାହ କରିଥିଲେ। ୭ ମାସ ତଳେ ସେମାନଙ୍କ କୋଳ ମଣ୍ଡନ କରିଛି ଏକ...

‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି: ସମିତି କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ରୂପ୍‌ସା, ୨।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କସିପଦା ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଚାଷୀମାନେ ଆନ୍ଦୋଳନ କରିଛନ୍ତି। ‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସମିତିରୁ ଋଣ...

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌

କେନ୍ଦୁଝର,୨୬।୪(ସ୍ବ.ପ୍ର.): ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ପାଇଁ ଜିଲା ପ୍ରଶାସନ କଟକଣା ଜାରି କରିଛି। ଏଠାରୁ ଆସୁଥିବା ଲୋକ ୧୪ ଦିନ ଅନୁଷ୍ଠାନ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। ସରପଞ୍ଚ...

କେନାଲ କାମରେ ଅନିୟମିତତା

ହାଟଡିହୀ,୭ା୧(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର କେନାଲ ଡିଭିଜନ ଅଧୀନ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନ...

ନାବାଳିକାଙ୍କୁ ନିର୍ଯାତନା, ବାପ ପୁଅ ଗିରଫ

ଜେନାପୁର,୨ା୫(ଡି.ଏନ.ଏ.): ଜଣେ ନାବାଳିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜେନାପୁର ଥାନା ପୋଲିସ ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ...

ଲୋନ୍‌ କରାଇଦେବାକୁ କହି ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଲକ୍ଷାଧିକ ଟଙ୍କା ଠକିଥିଲେ: ଭଡାଘରୁ ଦମ୍ପତିଙ୍କୁ ବାନ୍ଧିଲା ପୋଲିସ

ଝାରସୁଗୁଡା ଅଫିସ୍‌,୩।୮: ଝାରସୁଗୁଡା ଜିଲା ଲଇକେରା ଥାନା ଓ କୁଲବିଲା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମର ଏସ୍‌ଏଚ୍‌ଜି ଗ୍ରୁପ୍‌ ସଦସ୍ୟାମାନଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ...

Advertisement
Archives

Model This Week