ଏଗ୍ରିମେଣ୍ଟ ବାତିଲ୍‌ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ନୟାଗଡ,୧୭।୯(ଲୋକନାଥ ମିଶ୍ର): ଧାଡିରେ ଧାନବୁଣା ପାଇଁ କୃଷି ଅନୁଦାନ ଲୁଟିବାର କସରତ ପଣ୍ଡ ହୋଇଛି । ଧାଡ଼ିରେ ଧାନବୁଣା ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଏନ୍‌ଜିଓଙ୍କ ସହ ହୋଇଥିବା ଏଗ୍ରିମେଣ୍ଟକୁ ବାତିଲ୍‌ କରିବାକୁ ଶନିବାର ସୃଜନ ସଭାକକ୍ଷରେ ଅନୁଷ୍ଠିତ ଜିଲା ପରିଷଦ ବୈଠକରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଧାଡ଼ିରେ ଧାନବୁଣା ପାଇଁ କୃଷି ଅନୁଦାନ ଲୁଟିବାର କସରତ ଖବର ଧରିତ୍ରୀରେ ଶନିବାର ପ୍ରକାଶ ପାଇବା ପରେ ଜିଲା ପରିଷଦ ବୈଠକରେ ଜିଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ଶନିବାର ଉପସ୍ଥାପନ କରି ଚର୍ଚ୍ଚା କରିଥିଲେ । ଜିଲାପାଳ ଓ ଜିଲା ପରିଷଦ ସଭାପତି ଘଟଣା ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପଚାରି ବୁଝିଥିଲେ ।

ସୂଚନାଯୋଗ୍ୟ, ସରକାର ଧାଡ଼ିରେ ଧାନବୁଣା ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ସହାୟତା ଯୋଗାଉଛନ୍ତି । ଏଥିରେ ଚାଷୀ ୭ ହଜାର ଟଙ୍କା, ଏନ୍‌ଜିଓ ପାଇବ ଅଢ଼େଇ ହଜାର ଟଙ୍କା ଓ କୃଷକ ସାଥି ୫୦୦ ଟଙ୍କା ପାଇବାର ରହିଛି । ତେବେ କୃଷି ବିଭାଗର ଅବହେଳା ଯୋଗୁ ଚାଷୀ ୨୦୨୩-୨୪ ଆର୍ଥିକ ବର୍ଷରେ ନୟାଗଡ଼ ଜିଲାରେ ଏହି ଅନୁଦାନ ପାଇବାରେ ଅସମର୍ଥ ହୋଇଛନ୍ତି । ଧାନ ବୁଣା ଓ ଧାନ ରୁଆ ପରେ କୃଷି ବିଭାଗ ଧାଡ଼ିରେ ଧାନ ବୁଣା ବିଜ୍ଞାପନ ପ୍ରକାଶ କରିଥିଲା । ତାହା ପୁଣି କୌଣସି ଖବର କାଗଜରେ ବାହାରି ନ ଥିଲା । ଜିଲାପାଳଙ୍କ ୱେବସାଇଟରେ ଏହାକୁ ପ୍ରକାଶ କରି କିଛି ଦିନ ରଖି ପୁଣି ଗାଏବ କରି ଦିଆଯାଇଥିଲା। ସେହିପରି ଜିଲା ଭିତର ଏନ୍‌ଜିଓଙ୍କୁ ଧାଡିରେ ଧାନବୁଣା କାର୍ଯ୍ୟକ୍ରମ ପାଇଁ ସୁଯୋଗ ଦେବା ପାଇଁ ନିୟମ ରହିଛି । ତେବେ ଜିଲା ଭିତରର ଏନ୍‌ଜିଓଙ୍କୁ ଅଣଦେଖା କରି କଟକ, ପୁରୀ ଓ ଭୁବନେଶ୍ୱର ଏନ୍‌ଜିଓମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିଲା ।

ପୁଣି ଜିଲାରେ ଧାଡ଼ିରେ ଧାନବୁଣା କାର୍ଯ୍ୟକ୍ରମ ଆଦୌ ହୋଇ ନ ଥିବାବେଳେ କଟକ, ପୁରୀ ଓ ଭୁବନେଶ୍ୱରର ୩ ଏନ୍‌ଜିଓଙ୍କ ସହ ହୋଇଥିବା ଏଗ୍ରିମେଣ୍ଟକୁ ବାତିଲ କରାଯାଇ ନ ଥିଲା । ଏଗ୍ରିମେଣ୍ଟକୁ ବାତିଲ କରାଯାଉ ନ ଥିବାରୁ ଧାନକଟା ପରେ ରିପୋର୍ଟ ସଂଗ୍ରହ କରି ଅନିୟମିତତା ପାଇଁ ବ୍ୟବସ୍ଥା କରାଯାଉଛି ବୋଲିି ଅନୁରୂପ ଅଭିଯୋଗ ଉଠିଥିଲା। ଏଣୁ ଧାଡ଼ିରେ ଧାନ ବୁଣା କାର୍ଯ୍ୟକ୍ରମରେ କୃଷି ବିଭାଗର ଦୁର୍ନୀତିର ଗୁମର ଖୋଲି ଯାଇଥିବାର ଏଗ୍ରିମେଣ୍ଟକୁ ବାତିଲ କରିବାକୁ ଚାଷୀମାନେ ଜିଲାପାଳଙ୍କୁ ଅନୁରୋଧ କରଥିଲେ । ଜିଲାପାଳ ଚାଷୀଙ୍କ ଅନୁରୋଧ ଓ ଧରିତ୍ରୀରେ ପ୍ରକାଶିତ ଖବରକୁ ଅନୁଧ୍ୟାନ କରି ସତ୍ୟାସତ୍ୟ ଉପଲବ୍ଧି ପରେ ଏନ୍‌ଜିଓଙ୍କ ସହ ଏଗ୍ରିମେଣ୍ଟକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲାପାଳ ଓ ଜିଲା ପରିଷଦ ସଭାପତିଙ୍କ ତ୍ୱରିତ ପଦକ୍ଷେପକୁ ଚାଷୀ ସ୍ବାଗତ କରିଛନ୍ତି । ଏନେଇ ଜିଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ କୁହନ୍ତି, ଧରିତ୍ରୀରେ ଶନିବାର ପ୍ରକାଶିତ ଖବର ମୋ ନଜରକୁ ଆସିଥିଲା । କୃଷି ଓ କୃଷକଙ୍କୁ ପ୍ରଶାସନ ଅଣଦେଖା କରି ପାରିବ ନାହିଁ । ଏଣୁ ଗୃହରେ ସମ୍ପୃକ୍ତ ପ୍ରସଙ୍ଗ ଉଠାଇ ଏଗ୍ରିମେଣ୍ଟକୁ ବାତିଲ କରାଯାଇଛି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri