ଚିଠା ସଂରକ୍ଷଣ ତାଲିକାକୁ ବିରୋଧ

କାମାକ୍ଷାନଗର, ୪ ।୨(ଡି.ଏନ୍‌.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରକାଶିତ ଚିଠା ସଂରକ୍ଷଣ ତାଲିକାରେ ପକ୍ଷପାତିତା କରାଯାଇଥିବା ଅଭିଯୋଗ ଆଣିଛି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ମିଳିତ ଆଦିବାସୀ ସଂଘ। ଏହାର ପ୍ରତିବାଦରେ ସୋମବାର ସଂଘର ଶତାଧିକ ମହିଳାପୁରୁଷ କାମାକ୍ଷାନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି। ଏଥିସହ ରାଜ୍ୟ ନିର୍ବାଚନ କମିଶନଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳଙ୍କ ଅନୁପସ୍ଥିତିରେ ବିଡିଓ ବିକାଶ କୁମାର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଗତ ଡିସେମ୍ବର ୨୭ରେ ଜିଲା ପ୍ରଶାସନ ପକ୍ଷରୁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା। ଏଥିରେ କଙ୍କଡ଼ାହାଡ଼ ସଦର ପଞ୍ଚାୟତର ସରପଞ୍ଚ ପଦବୀ ସାଧାରଣ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଆଦିବାସୀବହୁଳ ଏହି ପଞ୍ଚାୟତରେ ସରପଞ୍ଚ ପଦବୀକୁ ସାଧାରଣବର୍ଗ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ରଖାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ପଞ୍ଚାୟତର ଶତାଧିକ ଆଦିବାସୀ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାର ବିଚାର କରା ନ ଗଲେ ଭୋଟ ବର୍ଜନ କରାଯିବ ବୋଲି ସଂଘ ସଭାପତି ଲାଲ୍‌ମୋହନ ମୁର୍ମୁ, ସମ୍ପାଦକ ପ୍ରତାପ ଚନ୍ଦ୍ର ମାରାଣ୍ଡି ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୌପୀନଧାରୀଙ୍କ ଜେଲଭରୋ ଚେତାବନୀ

ଢେଙ୍କାନାଳ ଅଫିସ,୩୦।୧୨: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଜିଲାର ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ସ୍ଥଳୀ ଯୋରନ୍ଦା ମହିମା ଗାଦିର ବିବାଦୀୟ ତୃତୀୟ ବେଢ଼ାରୁ କୌପୀନଧାରୀ ମହିମା ସମାଜର...

ଗଣେଶ ପୂଜା ପାଇଁ ପ୍ରସ୍ତୁତି: ୩୮ ମଣ୍ଡପରେ ପୂଜାର୍ଚ୍ଚନା

ଢେଙ୍କାନାଳ ଅଫିସ, ୧୦।୮ – ଢେଙ୍କାନାଳ ସହରରେ ସେପ୍ଟେମ୍ବର ୨ରୁ ଆରମ୍ଭ ହେଉଛି ବିଘ୍ନରାଜ ଗଜାନନଙ୍କ ପୂଜା। ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାକୁ ଶୁକ୍ରବାର...

ସହରରେ ବୁଲୁଛନ୍ତି ବାହାର ଶ୍ରମିକ

କାମାକ୍ଷାନଗର, ୧୪।୫(ଡି.ଏନ.ଏ.) – ପୋଲିସ ପଇଁତରା ସତ୍ତ୍ୱେ ସହରକୁ ପଶୁଛନ୍ତି ବାହାର ଶ୍ରମିକ। ଏହାକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗରରେ ସୃଷ୍ଟି ହୋଇଛି ଭୟର ବାତାବରଣ।...

ପର୍ଯ୍ୟଟନର ନୂଆ ସମ୍ଭାବନା ‘ଗଦଗଦି’

ଢେଙ୍କାନାଳ ଅଫିସ, ୩୧।୧୦: ପର୍ଯ୍ୟଟନ ସମ୍ଭାରରେ ଭରପୂର ଢେଙ୍କାନାଳ। ଜିଲାର ପ୍ରାକୃତିକ ଶୋଭାରାଜି ଯେତିକି ମନୋରମ, ସେତିକି ସମୃଦ୍ଧ ଏଠାକାର ପ୍ରାଚୀନ କୀର୍ତ୍ତିରାଜି। କପିଳାସ, ସପ୍ତଶଯ୍ୟା,...

ବାଇକ୍‌କୁ ଧକ୍କାଦେଲା ଯାତ୍ରୀବାହୀ ବସ୍‌: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର; ପ୍ରତିବାଦରେ ଜିରାଳ-ପଣ୍ଡୁଆ ରାସ୍ତା ଅବରୋଧ

କାମାକ୍ଷାନଗର,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା ଫଳରେ ଜଣଙ୍କର...

ଓଡ଼ାପଡ଼ା ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଘାଟିତ: ‘ସକାରାତ୍ମକ ମନୋଭାବ ରଖ’

ଢେଙ୍କାନାଳ ଅଫିସ, ୧୫।୭:  ସଂସ୍କାର ହେଉଛି ଶିକ୍ଷାର୍ଥୀଙ୍କ ଆଭୂଷଣ। ଉଭୟ ଅନୁକୂଳ ଏବଂ ପ୍ରତିକୂଳ ପରିବେଶରେ ଛାତ୍ରୀଛାତ୍ରମାନେ ସକାରାତ୍ମକ ମନୋଭାବ ପୋଷଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ।...

ଜନ୍ମରୁ ଦିବ୍ୟାଙ୍ଗ ଅଶ୍ରୁମୋଚନ, ନିଟ୍‌ରେ ସଫଳ

ଢେଙ୍କାନାଳ ଅଫିସ,୬ା୮(ରତନ ନାୟାର)ଜନ୍ମରୁ ଦିବ୍ୟାଙ୍ଗ। ବଙ୍କା ହୋଇଯାଇଛି ଦୁଇ ହାତ। ଗୋଡ଼ରେ ବି ସମାନ ସମସ୍ୟା। ସ୍ବାଭାବିକ ଜୀବନ ଜିଇବା କାଠିକର ପାଠ। ହେଲେ ଦୃଢ଼...

ଜିଲାରେ ବଢୁଛି ଜଙ୍ଗଲ

ଢେଙ୍କାନାଳ ଅଫିସ, ୧୧।୭: ବଢୁଛି ସବୁଜିମାର ଘନତ୍ୱ। ଘଞ୍ଚ ହେଉଛି ବୁଦୁବୁଦିଆ ଜଙ୍ଗଲ। ବଦଳୁଛି ଲଣ୍ଡା ପାହାଡ଼ର କଳେବର। କାଠ ମାଫିଆଙ୍କ ଦୌରାତ୍ମ୍ୟ, ବନାଗ୍ନି ବିଭୀଷିକା ସତ୍ତ୍ୱେ...

Advertisement
Archives

Model This Week