ମାନସିକ ରୋଷଭୋଗ ବନ୍ଦକୁ ବିରୋଧ

ରଘୁନାଥପୁର,୧୯। ୩ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ପୀଠରେ ୨୦୨୨ ଜୁଲାଇ ୧୯ରୁ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ମାନସିକ ରୋଷଭୋଗ ତଥା ପ୍ରସାଦ ବ୍ୟବସ୍ଥା ପୀଠ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ୧୦୦ ବର୍ଷର ଏହି ପରମ୍ପରାକୁ ବନ୍ଦ କରି ଦିଆଯାଇଥିବାରୁ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଶନିବାର ୫୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ପୀଠ କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ପରିଜାଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଭକ୍ତଙ୍କ ଭାବଧାରା ପ୍ରତି ଦୃଷ୍ଟି ଦିଆ ନ ଗଲେ ଆଗାମୀଦିନରେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପୂଜକ ଦିଲୀପ କୁମାର ପଣ୍ଡା କୁହନ୍ତି, ଦୀର୍ଘଦିନରୁ ରୋଷଭୋଗ ଭଳି ପ୍ରଚଳିତ ପରମ୍ପରାକୁ ବନ୍ଦ କରି ଭକ୍ତଙ୍କ ଭକ୍ତି ଭାବନା ପ୍ରତି କୁଠାରାଘାତ କରାଯାଇଛି। ଏହା ହିନ୍ଦୁଧର୍ମ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ମାନସ ଦାସ କହିଛନ୍ତି। ସେହିପରି ବୁଦ୍ଧିଜୀବୀ ସୁରେଶ ମଲ୍ଲ, ଭକ୍ତବତ୍ସଳ ବେହେରା, ମନୋରଞ୍ଜନ ଜେନା ଓ ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ ଅଧିକାରୀ ପରିଜାଙ୍କଠାରୁ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଚାହିଁଥିଲେ। ଏ ପ୍ରସଙ୍ଗରେ ପରିଜା କହିଥିଲେ, ଏହା ତାଙ୍କ କର୍ତ୍ତୃତ୍ୱରୁ ବାହାରେ ଏବଂ ଅଭିଯୋଗପତ୍ର କମିଶନରଙ୍କୁ ପ୍ରଦାନ କରାଯିବ। ପ୍ରଭୁଙ୍କ ଜନ୍ମୋତ୍ସବରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପେମେଣ୍ଟରେ ୩୦ ହଜାର ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିସହ ପୀଠ ପୁଷ୍କରଣୀର ପୁନରୁଦ୍ଧାର, ଚପଲ ଷ୍ଟାଣ୍ଡ, ଦର୍ଶନ ସମୟରେ ମହାପ୍ରଭୁଙ୍କ ଫାଟକ ଉନ୍ମୁକ୍ତ ରଖାଯିବା ସହ ବିବାହ ଓ ବ୍ରତ ଆଦିରେ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ଅଭିଯୋଗକାରୀ ଦାବି କରିଥିଲେ। ଆସନ୍ତା ଗୁରୁବାର ମଧ୍ୟରେ ସେବକ, ଅଞ୍ଚଳବାସୀଙ୍କ ସହ ପ୍ରସାଦ ବ୍ୟବସ୍ଥା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ ପୀଠ ଉପଦେଷ୍ଟା ଦାୟିତ୍ୱରେ ଥିବା ପ୍ରଶାନ୍ତ ଭୂୟାଁ ଓ ସୁଶାନ୍ତ କୁମାର ଦାଶଙ୍କୁ ଅଧିକାରୀ ପରିଜା କହିଥିଲେ। ଅଭିଯୋଗପତ୍ର ପ୍ରଦାନବେଳେ ବିନି ସାମନ୍ତରାୟ, ଅନୁରାଧା ମହାନ୍ତି, କ୍ଷୀରବାଳା ଦାସ, ସୁଲୋଚନା ଦାସ, ସବିତା ଗୁରୁ, ବାସନ୍ତୀ ଦାସ, କଣ୍ଢେଇ ଦାସ, ସବିତା ଦାସଙ୍କ ସହ ଅନ୍ୟ ମହିଳାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମାଞ୍ଚଳରେ ନକଲି ଡାକ୍ତର

ମହାକାଳପଡା,୧୨।୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସରକାରୀ ଡାକ୍ତର ଅଭାବ ଯୋଗୁ ଲୋକେ ବିକଳ୍ପ ଭାବେ ନକଲି ଡାକ୍ତର, ବଇଦ ବା କ୍ୱାକ୍‌ଙ୍କ...

ଦନ୍ତା ହାତୀ ଦେଖି ଲୋକେ ଭୟଭୀତ

ବାଙ୍କୀ,୭ା୩(ସ୍ବ.ପ୍ର.): କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର କାଉଚି ଆଶ୍ରମ ନିକଟ ମହାନଦୀ ପଠାରେ ଶୁକ୍ରବାର ଏକ ଜଙ୍ଗଲି ହାତୀ ଦେଖି ସ୍ଥାନୀୟ ଲୋକେ...

ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷାଙ୍କ ପରଲୋକ

କଟକ ସଦର,୨୧ା୪: କଟକ ସଦର ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ରାଉତ (୭୨)ଙ୍କର ଗୁରୁବାର ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ସ୍ବର୍ଗତ ରାଉତ...

ମୋବାଇଲ ଦାବି କରୁଛନ୍ତି ହିତାଧିକାରୀ

ତିହିଡ଼ି,୧୯।୨(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ମୋଟ ୧୧,୬୦୯ ଜଣ ହିତାଧିକାରୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରାଯିବ। ମୋ ସରକାର ଆପ୍‌ରେ ଏହି...

ଦସ୍ତଖତ ନେଇ ଅଢ଼େଇ କୋଟି ଟଙ୍କା ଋଣ ଉଠାଣ

ବଇଣ୍ଡା,୨୫ା୧(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା, ବାସୁଦେବପୁର, ଧଣ୍ଡାତୋପା, ଆରମପୁର ଆଦି ଗ୍ରାମର ୨୫୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଦସ୍ତଖତ ନେଇ ଠାକୁରଗଡ଼ସ୍ଥିତ...

ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲ: ‘ଚୋରଙ୍କୁ ଖସାଇଛନ୍ତି ନିଜେ ଚୌକିଦାର’

ବାଲେଶ୍ୱର ଅଫିସ/ରେମୁଣା, ୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ନରହରିପୁର ପଡ଼ିଆରେ ଶୁକ୍ରବାର ଅପରାହ୍ନରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ଜାତୀୟ କଂଗ୍ରେସ ସଭାପତି ରାହୁଲ...

ନାଁକୁ ଇକୋ ଭିଲେଜ: ଭିତ୍ତିଭୂମିର ବିକାଶ ଫାଇଲରେ

ନୟାଗଡ଼ ଅଫିସ/ଗଣିଆ,୩୧।୧ (ଡି.ଏନ.ଏ.):ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ମୁଦୁଲିଗାଡ଼ିଆ ଇକୋ ଭିଲେଜ ମାନ୍ୟତା ପାଇବାର ୫ ବର୍ଷ ବିତିବାକୁ ବସିଛି। ହେଲେ ଇକୋ...

ଅଧାରେ ଅଟକିଛି ଜଗଦଳା ଜଳସେଚନ ପ୍ରକଳ୍ପ

ଝୁମ୍ପୁରା, ୫।୭ (ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତରେ ରହିଛି ଜଗଦଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଏହାର ଉନ୍ନତୀକରଣ କାମ ଅଧାରେ ଅଟକିଛି।...

Advertisement
Archives

Model This Week