ଦୈତାରୀରୁ ୫୦% ଖଣି ଉତ୍ତୋଳନ ପ୍ରତ୍ୟାହାର

ଯାଜପୁର ଅଫିସ,୧୯।୩ : ଯାଜପୁର ଜିଲା ସୁକିନ୍ଦା ବ୍ଲକ ଏବଂ ମହାଗିରୀ ପର୍ବତମାଳା ଚତୁଃପାର୍ଶ୍ୱରେ ପ୍ରଚୂର ପରିମାଣର ଖଣିଜ ସମ୍ପଦ ଭରି ରହିଥିବାରୁ ଏହାକୁ ଓଡ଼ିଶାର ରନତ୍ଗର୍ଭା ବୋଲି କୁହାଯାଉଛି ା ଏଠାରେ ଦେଶର ବହୁ ନାମୀ କମ୍ପାନୀ ନିଜର ବେପାର ମେଲାଇଛନ୍ତି। କିନ୍ତୁ କେତେକ କ୍ଷେତ୍ରରେ ସରକାରଙ୍କ ସର୍ତ୍ତ ଓ ନୀତିନିୟମକୁ ନ ମାନି ଖଣି ଉତ୍ତୋଳନ ଚାଲିଥିବାରୁ ବିପୁଳ ରାଜସ୍ବହାନୀ ହେଉଥିବା ଅଭିଯୋଗ ହେଉଛି। ଯାଜପୁର ରୋଡ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ଅଧୀନ ଜିଲାର ସୀମାନ୍ତ ତଥା କେନ୍ଦୁଝର ଜିଲାର ଦୈତାରୀ ଲୁହା ପଥର ଖଣିରେ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପରିବେଶଗତ ଅନୁମତି(ଇସି)ଆଣି ନ ପାରିବାରୁ ଏହି ଖଣିର ଉପତ୍ାଦନ କ୍ଷମତାକୁ ପ୍ରାୟ ୫୦% ହ୍ରାସ କରି ଦିଆଯାଇଛି।
ସୂଚନା ଅନୁଯାୟୀ ୨୦୨୧ ଜୁଲାଇରେ ଏହି ଖଣିରୁ ବାର୍ଷିକ ୩ ମିଲିୟନ ଟମ୍‌(ଏମଟି)ରୁ ୬ ଏମଟି ପର୍ଯ୍ୟନ୍ତ ଲୁହାପଥର ଉତ୍ତୋଳନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିିବି) ପକ୍ଷରୁ ପରିଚାଳନଗତ ଅନୁମତି ବା କନସେଣ୍ଟ ଟୁ ଅପରେଟ(ସିଟିଓ) ଦିଆଯାଇଥିଲା। ହେଲେ ସିଟିଓ ଅନୁଯାୟୀ ବିଭିନ୍ନ ସର୍ତ୍ତ, ନୀତିନିୟମ ଏବଂ ଚୁକ୍ତି ପାଳନ କରିବାରେ ଓଏମ୍‌ସି ବିଫଳ ହେବାରୁ ୩ ଏମ୍‌ଟି ପରିମାଣକୁ ପ୍ରତ୍ୟାହାର କରାଯାଇଛି। ଫଳରେ ଏହି ଖଣି ଉପରେ ନିର୍ଭର କରୁଥିବା ଶିଳ୍ପ କାରଖାନା ସମେତ କର୍ମଚାରୀ ଓ ଶ୍ରମିକଙ୍କ ଆଶା ଧୂଳିସାତ ହୋଇଥିବାବେଳେ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଇବ ବୋଲି ମତପ୍ରକାଶ ପାଇଛି।
ଏସ୍‌ପିସିବିର ନିର୍ଦ୍ଦେଶ ଅନୁଯାୟୀ ୨୦୨୩ ଫେବୃୟାରୀରେ ଦୈତାରୀ ଲୁହାପଥର ବର୍ଦ୍ଧିତ ଖଣି ଉତ୍ପାଦନ ବନ୍ଦ କରିବାକୁ ପଡିଛି। କାରଣ ଏହାର ପରିବେଶ ଅନୁମତି ଅନୁଯାୟୀ ଅନୁମୋଦିତ ସୀମା ଅତିକ୍ରମ କରି ସାରିଛି। ୨୦୨୨ ଜୁଲାଇରୁ ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ଦୈତାରୀ ଖଣିରୁ ଲୁହାପଥର ମୂଲ୍ୟ ୨୭% ରୁ ଅଧିକ ବୃଦ୍ଧି ପାଇଛି । ଏଠାରେ ଉତ୍ପାଦନ କେବଳ ପ୍ରଭାବିତ ହୋଇନାହିଁ ସମ୍ପୃକ୍ତ ଶିଳ୍ପ କାରଖାନାଗୁଡିକ ମଧ୍ୟ କ୍ଷତି ସହିଛନ୍ତି ବୋଲି ଅଭିଯୋଗ ଉଠିଛି। ପୂର୍ବ ନିର୍ଦ୍ଧାରିତ ୬ ଏମ୍‌ଟି ଖଣି ଉତ୍ତୋଳନ କରିବାକୁ ପୁଣି ଆବଶ୍ୟକ ପଦକ୍ଷେପ ନ ନେଲେ ଶ୍ରମିକ, କର୍ମଚାରୀଙ୍କ ସମେତ କାରଖାନା ଓ ରାଜ୍ୟ ସରକାର ଆର୍ଥିକସ୍ତରରେ ବହୁଳ ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି କ୍ରମରେ ଗତ ୧୬ା୩ା୨୦୨୩ ରେ ହୋଇଥିବା ନିଲାମରେ ମଧ୍ୟ ୧ ଲକ୍ଷ ଟନ୍‌ ପରିବର୍ତ୍ତେ କେବଳ ୧୦ ହଜାର ଟନ୍‌ ପ୍ରଦାନ ଲୁହାପଥର ପ୍ରଦାନ କରିବାକୁ ନିର୍ଦ୍ଧାରଣ ହୋଇଥିଲା। ଏହାଦ୍ୱାରା ମୂଲ୍ୟବାନ ଲୁହାପଥରକୁ ଭିତ୍ତିକର ଗଢିଉଠିଥିବା ବହୁ କାରଖାନା ଅସହାୟ ହୋଇ ପଡିଛନ୍ତି। ଶ୍ରମିକ ଓ କର୍ମଚାରୀଙ୍କ ଜୀବିନଜୀବିକା ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଅନ୍ୟପକ୍ଷେ କ୍ରୋମାଇଟ ଖଣିରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁର ଜିଲାର ବାଲେଶ୍ୱର ଆଲୋଏଜ, ଜିନ୍ଦଲ ଖଣି, କଳରଙ୍ଗୀ କ୍ରୋମାଇଟ ମାଇନ୍ସ ଓ କଳରଙ୍ଗୀଅଟା କ୍ରୋମାଇଟ ଖଣି ଦୀର୍ଘ ବର୍ଷ ହେଲା ବିଭିନ୍ନ କାରଣରୁ ବନ୍ଦ ପଡିଛି। ଫଳରେ ସେ ଖଣିରେ କାର୍ଯ୍ୟକରି ପରିବାର ପୋଷୁଥିବା ୫ ହଜାରରୁ ଊର୍ଦ୍ଧ୍ୱ ପରିବାର ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ା ଏହାବାଦ୍‌ ଚାଲୁ ରହିଥିବା ବିଭିନ୍ନ ଖଣିରେ ଲୋକଙ୍କୁ ହଟାଇ ମେଶିନ ଦ୍ୱାରା କାର୍ଯ୍ୟ କରିବାରୁ ସ୍ଥାନୀୟ ଅଧିବାସୀ ଦାଦନ ଖଟିବାକୁ ଶ୍ରେୟ ମଣିଛନ୍ତି ା ଅଞ୍ଚଳର ପ୍ରାକୃତିକ ସମ୍ପଦ ଲୁଟ କରିବାରେ ଶିଳ୍ପପତିମାନେ ଲାଗି ପଡିଥିବାବେଳେ ସୁକିନ୍ଦାର ସର୍ବାଙ୍ଗୀନ ଉନ୍ନତି ପାଇଁ ବାହାସ୍ପୁଟ ମାରୁଥିବା ସରକାର ଚୁପ୍‌ ରହି ବସିଯାଇଛି ା ୧୯୪୬ରୁ ସୁକିନ୍ଦା ଉପତ୍ୟକାରେ ଖଣି ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କୁହାଯାଇଛି ା କିନ୍ତୁ ଏହି ସମଗ୍ର ଅଞ୍ଚଳରୁ କେତେ ପରିମାଣର କ୍ରୋମାଇଟ୍‌ ଉତ୍ତୋଳନ ସରିଛି କେହି କହି ପାରୁନାହାନ୍ତି ା ଉତ୍ତୋଳନ ପରେ କେତେ ବଳକା ରହିଛି ତା’ର ମଧ୍ୟ ସଠିକ ହିସାବ କାହାରି ପାଖରେ ନାହିଁ ା ଆଜକୁ ପ୍ରାୟ ୨୫ ବର୍ଷ ତଳେ ଯାଜପୁର ଜିଲାର ସାଧାରଣ ଲୋକେ କୋ୍ରମାଇଟର ପ୍ରକୃତ ମୂଲ୍ୟ ଏବଂ ଏଗୁଡିକୁ କିପରି ଚୋରାଚାଲାଣ ସମ୍ପର୍କରେ ଅବଗତ ନ ଥିଲେ ା ସେହି ସମୟରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ସଲାସୁତୁରା କରି ବ୍ୟବସାୟୀମାନେ ବହୁ ହଜାର କୋଟି ଟଙ୍କାର କ୍ରେମାଇଟ ଲୁଟ୍‌ କରିଛନ୍ତି ା ଏବେ ସେହି ବ୍ୟବସାୟୀମାନେ ଓଡ଼ିଶାର ପ୍ରତିଷ୍ଠିତ ଧନଶାଳୀ ବ୍ୟକ୍ତିଭାବେ ଗଣାଯାଉଛନ୍ତି ା ଏଭଳି ଚୋରି ହୋଇଥିବା କ୍ରୋମାଇଟର ପରିମାଣ ଓ ତାର ମୂଲ୍ୟ ଜାଣିବା ସରକାରଙ୍କ ପକ୍ଷରେ କାଠିକର ପାଠ ହୋଇଛି ା ଏଭଳିସ୍ଥିତିରେ ଖଣି ଉତ୍ତୋଳନକୁ ସରକାର ସୁନିୟନ୍ତ୍ରିତ କରିବାର ଆବଶ୍ୟକତା ବଢିଯାଇଛି ା
ଏ ସଂକ୍ରାନ୍ତରେ ଯାଜପୁର ରୋଡ ଡିଡିଏମ୍‌ ବିଭୂତି ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ପରିବେଶଗତ ଅନୁମତି ପାଇଁ ବର୍ଦ୍ଧିତ ଉତ୍ତୋଳନ ପରିମାଣକୁ ପ୍ରତ୍ୟାହାର କରାଯାଇଛି। ତେବେ ବର୍ତ୍ତମାନ ପୂର୍ବ ନିର୍ଦ୍ଧାରିତ ବାର୍ଷିକ ୩ ଏମ୍‌ଟି ଖଣି ଉତ୍ତୋଳନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?