ହୋଲ୍ଡିଂ ଟିକସ ବୃଦ୍ଧିକୁ ବିରୋଧ

ବାରିପଦା ଅଫିସ,୨୧।୫ ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ଅଞ୍ଚଳରେ ମାତ୍ରାଧିକ ହୋଲ୍ଡିଂ ଟିକସ ବୃଦ୍ଧି ପ୍ରତିବାଦରେ ଭଞ୍ଜସେନାର ଏକ ପ୍ରତିନିଧି ଦଳ ଶୁକ୍ରବାର ପୌରାଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଛନ୍ତି। ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଟିକସ ବୃଦ୍ଧି ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ। ଖୁବଶୀଘ୍ର ଟିକସ ପ୍ରତ୍ୟାହାର ପାଇଁ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ଶ୍ରମିକ, କୃଷକ, ବ୍ୟବସାୟୀ ଓ ସାଧାରଣ ପରିବାର ଲୋକଙ୍କ ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି। ଲୋକମାନେ ପେଟପୁରା ଖାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଏପରି ସ୍ଥଳେ ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଅଁା ପାଲଟିଛି ା ଏପରି ସ୍ଥଳେ ହୋଲ୍ଡିଂ ଟିକସକୁ ୧୦ଗୁଣା ବୃଦ୍ଧି କରାଗଲେ ବହୁ ଲୋକ ଆନ୍ଦୋଳନକୁ ଓହ୍ଳାଇବେ ବୋଲି ଭଞ୍ଜସେନା ପକ୍ଷରୁ କୁହାଯାଇଛି। ତେବେ ସହରବାସୀଙ୍କ ଉପରେ ବୋଝ ପଡିବ ନାହିଁ ା ଖୁବ ଶୀଘ୍ର ପରିଷଦ ବୈଠକରେ ଆଲୋଚନା କରାଯାଇ ସମ୍ୟକ ବୃଦ୍ଧି କରାଯିବ ବୋଲି ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପ ପାଇଁ ଜମି ନେଇ ସ୍କୁଲ, କଲେଜ ହୋଇଛି , ଏହାର ଯାଞ୍ଚ କରାଯାଉ: ସୁରେଶ ରାଉତରାୟ

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ଖୋର୍ଦ୍ଧା ଜିଲାରେ ରାଜ୍ୟସ୍ତରୀୟ ସିଙ୍ଗିଲ ଓ୍ବିଣ୍ଡୋ କମିଟି କର୍ତ୍ତୃପକ୍ଷଙ୍କ ଅନୁମୋଦିତ ଦ୍ୱାରା ୯ଟି ବୃହତ୍‌ ଶିଳ୍ପ ସ୍ଥାପିତ ହୋଇଛି। ସେଗୁଡିକ ହେଲା ହିନ୍ଦୁସ୍ଥାନ...

ଓଡ଼ିଶା ଫେରିଲେ ଆନ୍ଧ୍ରରେ ଫସିଥିବା ୪୫ ବିଇଡି ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ଓଡ଼ିଶାରୁ ବିଇଡି ପରୀକ୍ଷା ଦେବା ପାଇଁ ଆସି ଆନ୍ଧ୍ରପ୍ରଦେଶରେ ପ୍ରାୟ ୪୫ଜଣ ଓଡ଼ିଆ ଛାତ୍ରୀଛାତ୍ର ଫସିଥିଲେ। ଏହି ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ...

ଅଧିକାର ମାଗିଲେ ବୋଲି.. ପ୍ରେମିକାଙ୍କୁ ନଦୀ ବ୍ରିଜ୍‌ ଉପରୁ ଫିଙ୍ଗି ଚାଲିଗଲେ ପ୍ରେମିକ

କେଗାଁ,୧୮।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ସିନାପାଲି ନିକଟ ଉଦନ୍ତି ନଦୀ ବ୍ରିଜ ଉପରୁ ନିଜ ପ୍ରେମିକାଙ୍କୁ ଫିଙ୍ଗି ଦେଇ ପ୍ରେମିକ ଫେରାର ହୋବ ଘଟଣା...

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ: ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୪୪ ହଜାର ୭୪୭ ମତଦାତା

ଡେରାବିଶ, ୨୦।୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ମୋଟ ୧୦ ଜଣ...

ଥମୁନି ବିଜେଡି-ଭାଜପା ଦୋଷ ଲଦାଲଦି

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବିଜେଡି ଓ ଭାଜପା ମଧ୍ୟରେ ଦୋଷ ଲଦାଲଦି ପ୍ରକ୍ରିୟା ଜାରି ରହିଛି। ସବୁଦିନ ଭଳି...

ସୌଭାଗ୍ୟ ଜ୍ୟୋତି ବିଦ୍ୟୁତ୍‌ ଯୋଜନା ଫେଲ୍‌

ଗୋଲାମୁଣ୍ଡା,୨୩।୮ (ଡି.ଏନ.ଏ.)-କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ସୌଭାଗ୍ୟ ଜ୍ୟୋତି ବିଦ୍ୟୁତ୍‌ ଯୋଜନା ଫେଲ ମାରୁଛି। ଗୋଲାମୁଣ୍ଡା ବ୍ଲକ ଅଧୀନ ଚପ୍ରିଆ ଗଁାରେ ଦୀର୍ଘ ଏକ ବର୍ଷ...

ବିଦ୍ୟୁତ୍‌ କାଟ ପାଇଁ ସେସୁ ପ୍ରସ୍ତୁତ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଜାନୁୟାରୀ ୧୬ ତାରିଖ ପରଠାରୁ ବିଦ୍ୟୁତ୍‌ ବକେୟା ଦେଇ ନ ଥିବା ଉପଭୋକ୍ତାଙ୍କର ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ...

୪ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଇନ୍‌ଫୋସିଟି ନାବାଳିକା ଗଣବଳାତ୍କାର ମାମଲାରେ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚ। ଗିରଫ ଅଭିଯୁକ୍ତମାନେ ହେଲେ ଓ-ଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣ...

Advertisement
Archives

Model This Week