ସିପିଇସିକୁ ବିରୋଧ ବଢୁଛି

କରାଚୀ/ବେଜିଂ,୧୪ା୮: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ବୃହତ୍‌ ମହତ୍ୱାକାଂକ୍ଷୀ ଯୋଜନା ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ପାକିସ୍ତାନୀଙ୍କ ବିରୋଧ ବଢ଼ିବାରେ ଲାଗିଛି। ଋଣଭାରରେ ଛନ୍ଦି ହୋଇଯାଇଥିବା ପାକିସ୍ତାନର ଗ୍ବାଦର ବନ୍ଦରରୁ ଚାଇନାର ଉତ୍ତରପଶ୍ଚିମାଞ୍ଚଳ ସହର ଶିଞ୍ଜିଆନ୍‌କୁ ରାଜପଥ, ରେଳପଥ, ପାଇପ୍‌ଲାଇନ୍‌ ଓ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପ ଜରିଆରେ ଯୋଡ଼ିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପରେ ନିୟୋଜିତ ଚାଇନା ନାଗରିକମାନଙ୍କୁ ବେଲୁଚିସ୍ତାନରେ ଲଗାତର ଆକ୍ରମଣ କରାଯାଉଛି। ଏହିକ୍ରମରେ ରବିବାର
ବେଲୁଚିସ୍ତାନସ୍ଥିତ ବନ୍ଦର ସହର ଗ୍ବାଦରରେ ଚାଇନାର ୨୩ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଏକ କାର୍‌କେଡ୍‌କୁ ବଲୁଚ୍‌ ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି। ଆକ୍ରମଣରେ ଜଡ଼ିତ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଆତଙ୍କବଦୀ ଆମତ୍ଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇଦେଇଥିବା ସୂତ୍ରରୁ ପ୍ରକାଶ। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ବେଲୁଚିସ୍ତାନର ସ୍ବାଧୀନତା ବା ବୃହତ୍‌ ସ୍ବାୟତ୍ତତା ଚାହୁଁଥିବା ବିଚ୍ଛିନ୍ନତାବାଦୀ ଉଗ୍ରପନ୍ଥୀ ସଙ୍ଗଠନ ବେଲୁଚିସ୍ତାନ ଲିବରେଶନ୍‌ ଆର୍ମି (ବିଏଲ୍‌ଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ବିଏଲ୍‌ଏର ମାଜିଦ୍‌ ବ୍ରିଗେଡ୍‌ ଚାଇନା ଇଞ୍ଜିନିୟରଙ୍କ କାର୍‌କେଡ୍‌କୁ ଟାର୍ଗେଟ କରି ୧୩ ଜଣଙ୍କୁ ହତ୍ୟା କରିଥିବା ସଙ୍ଗଠନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।
ଗ୍ବାଦରରେ ରବିବାର ପୂର୍ବାହ୍ନ ୯ଟାରେ ଚାଇନାର ଏକ କନ୍‌ଷ୍ଟ୍ରକ୍‌ଶନ କମ୍ପାନୀର ୨୩ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ୭ କାର୍‌କୁ ବଲୁଚ୍‌ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ୨ ଘଣ୍ଟା ଧରି ଚାଲିଥିବା ବିସ୍ଫୋରଣ ଓ ଗୁଳିଗୋଳାର ଶବ୍ଦ ସହରକୁ ଥରାଇ ଦେଇଥିଲା। ଆକ୍ରମଣ ପରେ ସହରର ସବୁ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା। ୨ ଆତଙ୍କବାଦୀ ଆମତ୍ଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇ ଦେଇଥିବାବେଳେ ପାକିସ୍ତାନୀ ସୁରକ୍ଷା ବଳର ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ବେଳେ ୨ ପାକିସ୍ତାନୀ ସୈନ୍ୟ ଆହତ ହୋଇଛନ୍ତି। ଚାଇନାର ଜଣେ ଇଞ୍ଜିନିୟର ସାମାନ୍ୟ ଆହତ ହୋଇଥିବାବେଳେ ଅନ୍ୟମାନେ ସୁରକ୍ଷିତ ଥିବା ଚାଇନାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି।
ସିପିଇସିକୁ ବିରୋଧ କରି ଚାଇନା ନାଗରିକଙ୍କ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ। ଏହା ପୂର୍ବରୁ ମଧ୍ୟ ବଲୁଚ୍‌ ଆତଙ୍କବାଦୀ ଅନେକ ଥର ସେମାନଙ୍କୁ ଟାର୍ଗେଟ କରିସାରିଲେଣି। ୨୦୨୧ ଏପ୍ରିଲରେ କ୍ୱେଟାସ୍ଥିତ ଚାଇନା ଦୂତାବାସ ନିକଟସ୍ଥ ଏକ ବିଳାସପୂର୍ଣ୍ଣ ହୋଟେଲରେ ଆମତ୍ଘାତୀ ବିସ୍ଫୋରଣ ଘଟାଯାଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହି ବର୍ଷ ଜୁଲାଇରେ ଚାଇନା ଶ୍ରମିକ ଓ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣରେ ୧୩ ଜଣ ନିହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?