ଭେଣ୍ଡିଂ ଜୋନ୍‌ ନିର୍ମାଣକୁ ବିରୋଧ

ଦେବଗଡ଼,୭ା୧୨(ଡି.ଏନ୍‌.ଏ.): ସ୍ଥାନୀୟ ଟାଉନ୍‌ ହଲ୍‌ ସମ୍ମୁଖରେ ଭେଣ୍ଡିଂ ଜୋନ୍‌ ନିର୍ମାଣକୁ ବିରୋଧ କରି ବୁଧବାର ପୌରପରିଷଦର କେତେକ କାଉନସିଲର ଏସ୍‌ପି ପ୍ରମୋଦ କୁମାର ରଥଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଭେଣ୍ଡିଂ ଜୋନ୍‌ ନିର୍ମାଣ ହେଲେ ଟ୍ରାଫିକ୍‌ ସମସ୍ୟା ଦେଖା ଦେବା ନେଇ ପୌର ପରିଷଦର ଉପନଗରପାଳ ଓ କାଉନସିଲରମାନେ ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କର ଅଭିଯୋଗ ଅନୁଯାୟୀ,ଦେବଗଡ଼ ପୌରପରିଷଦର ଟାଉନ ହଲ୍‌ ସମ୍ମୁଖରେ ପୂର୍ବରୁ ଥିବା ଦୋକାନ ଗୃହଗୁଡ଼ିକୁ ତତ୍‌କାଳୀନ ଜିଲାପାଳ ରାସ୍ତାର ପ୍ରଶସ୍ତିକରଣ ଉଦ୍ଦେଶ୍ୟରେ ଅନ୍ୟତ୍ର ସ୍ଥାନାନ୍ତର କରି ଜନସାଧାରଣଙ୍କ ଯାତାୟାତର ସୁବିଧା କରାଇଥିଲେ। ଟାଉନ ହଲ୍‌ରେ ବିଭିନ୍ନ ସମୟରେ ସରକାରୀ,ବେସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଫଳରେ ଟାଉନ ହଲ୍‌ ସମ୍ମୁଖରେ ଯାନବାହନ ପାର୍କିଂ ପାଇଁ ସୁବିଧାଜନକ ହୋଇଥାଏ। ସେଥିପାଇଁ ଉକ୍ତ ରାସ୍ତାର ଦୁଇ ପାର୍ଶ୍ୱରେ କୌଣସି ଦୋକାନ ଗୃହ ତିଆରି ପାଇଁ କାହାକୁ ହେଲେ ଅନୁମତି ଦିଆଗଲାନାହିଁ । ବର୍ତ୍ତମାନ ବିନା କାଉନସିଲ ଅନୁମୋଦନରେ ପୌର ପରିଷଦ ପକ୍ଷରୁ ଉକ୍ତ ଟାଉନ ହଲ୍‌ ସମ୍ମୁଖରେ ଏକ ଫୁଡ୍‌ ଜୋନ୍‌ ନର୍ମାଣ ହେବାକୁ ଯାଉଛି। ଯଦି ଉକ୍ତ ସ୍ଥାନରେ ଫୁଡ୍‌ ଜୋନ୍‌ ତିଆରି ହେଲେ ଟ୍ରାଫିକ ସମସ୍ୟା ବହୁଳ ମାତ୍ରାରେ ଦେଖାଯିବ ଓ ଜନସାଧାରଣଙ୍କ ଯାତାୟାତରେ ବହୁ ଅସୁବିଧା ଦେଖାଦେବ।

ଉଲ୍ଲେଖଯୋଗ୍ୟ, ଉକ୍ତ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା କାରଣରୁ ପୂର୍ବରୁ ଦୋକାନ ଗୃହ ଭାଙ୍ଗି ଉକ୍ତ ରାସ୍ତାର ପ୍ରଶସ୍ତିକରଣ କରାଇଥିଲେ। ଉକ୍ତ ସ୍ଥାନରେ ଯେମିତି ଭବିଷ୍ୟତରେ ଟ୍ରାଫିକ୍‌ ସମସ୍ୟା ରହିବ ନାହିଁ ସେଥିପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ଫୁଡ୍‌ ଜୋନର ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ହେଉଛି। ଉକ୍ତ ଦାବିପତ୍ର ପ୍ରଦାନ ବେଳେ ଉପ ନଗରପାଳ ପ୍ରଜିତ୍‌ ଭୋଜ, କାଉନସିଲର ସରୋଜିନି ମୁଣ୍ଡା, ପିଙ୍କି ସାହୁ, ମଧୁସୂଦନ ବାଘ, କାର୍ତ୍ତିକ ମହାକୁଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?