ବାସହୀନଙ୍କୁ ମିଳିଥିବା ଘରଡିହ ଉପରେ ହେଲିପ୍ୟାଡ ର୍ନିମାଣକୁ ବିରୋଧ….

ପାଟଣାଗଡ଼,୩।୮: ବଲାଙ୍ଗୀର ଜିଲା ପାଟଣାଗଡ଼ ଏନଏସିରେ ବସବାସ କରୁଥିବା ବାସହୀନ ପରିବାରଙ୍କୁ ପୂର୍ବ ସରକାରଙ୍କ ସମୟରେ ମିଳିଥିବା ଘରଡିହ ଉପରେ ବର୍ତ୍ତମାନର ଡବଲ ଇଞ୍ଜିନ ଭାଜପା ସରକାର ହେଲିପ୍ୟାଡ ନିର୍ମାଣକୁ ବିରୋଧ କରିବା ସହ ରଦ୍ଦ ପଟ୍ଟାକୁ କାର୍ଯ୍ୟକ୍ଷମ କରି ନୂତନ ଘରଡିହ ପ୍ରଦାନ ଦାବିରେ ଭୂମିହୀନ ପରିବାର ବର୍ଗ ରବିବାର ଉପଜିଲାପାଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ବ୍ରହ୍ମପୁରା ରଥଭଟାଠାରେ ସମସ୍ତ ପଟ୍ଟାଧାରୀ ମାନେ ଦିନ ୧୦ଟାରେ ଏକତ୍ରିତ ହୋଇଥିଲେ। ପରେ ପୂର୍ବତନ ବିଧାୟକ ତଥା ବିଜେଡି ଜିଲା ସଭାପତି ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ସେମାନେ ଏକ ଶୋଭାଯାତ୍ରାରେ ବାହାରି ସହରର ମୂଖ୍ୟରାସ୍ତା ଦେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ସଭାରେ ପୂର୍ବତନ ବିଧାୟକ ମେହେର କେନ୍ଦ୍ର ଓ ରାଜ୍ୟର ଭାଜପା ଡବଲ ଇଞ୍ଜିନ ସରକାର ରାଜ୍ୟର ଗରିବ ଲୋକ ମାନଙ୍କୁ ପ୍ରତାରିତ କରି କେବଳ ଦେଶୀ ବିଦେଶୀ ବଡ଼ ବଡ଼ କମ୍ପାନୀଙ୍କ ସେବା କରୁଛି ବୋଲି କହିବା ସହ ଆଦାନୀ ଓ ଟାଟା ଭଳି ବଡ ବଡ କମ୍ପାନୀ ମାନଙ୍କୁ ଜମି ଯୋଗାଇଛନ୍ତି ବୋଲି ସରକାରଙ୍କୁ ସମାଲୋଚନା କରିଥିଲେ। ପାଟଣାଗଡ ଏନଏସିରେ ଭୂମିହୀନ ପରିବାରଙ୍କୁ ପୂର୍ବି ସରକାର ୨୦୨୨ ମସିହାରୁ ଦଖଲ ଦେଇ ୨୦୨୪ ମସିହାରେ ୬୨ରୁ ଊଦ୍ଧର୍‌ବ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ପ୍ରଦାନ କରିଥିଲେ। ମାତ୍ର ବର୍ତ୍ତମାନ ର ଡବଳ ଇଞ୍ଜିନ ସରକାର ଉକ୍ତ ଭୂମିହୀନ ପରିବାରଙ୍କୁ ମିଳିଥିବା ପଟ୍ଟାକୁ ରଦ୍ଦ କରି ଏନଏସିର ବେହେରାବନ୍ଧ ପାଟଣାଗଡ଼ ଥାନା ଖାତା ନଂ ୧୨୦କୁ ଫେରାଇ ନେଇଛନ୍ତି । ଏପରିକି, ଘରଡିହ ପଟ୍ଟାଧାରୀମାନେ ପୂର୍ବରୁ ମାଲଗୁଜାରୀ ମଧ୍ୟ ପୈଠ କରି ଆସୁଥିବାବେଳେ ବର୍ତ୍ତମାନ ତାଙ୍କ ପଟ୍ଟାକୁ ରଦ୍ଦ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଯେହେତୁ ପ୍ରସ୍ତାବିତ ସାଲେପାଲି ଗ୍ରାଫାଇଟ ମାଇନିଙ୍ଗ ଖଣିକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ତାମିଲନାଡୁ ରାଜ୍ୟର ଏକ ଘରୋଇ କମ୍ପାନୀକୁ ଉକ୍ତ ଖଣି ନିଲାମରେ ଦେଇଛନ୍ତି। ତେଣୁ ସେମାନଙ୍କ ଓ ମନ୍ତ୍ରୀମାନଙ୍କ ଯାତାୟାତକୁ ଦୃଷ୍ଟି ରଖି ବର୍ତ୍ତମାନର ଡବଳ ଇଞ୍ଜିନ ସରକାର ବାସହୀନ ପରିବାରଙ୍କୁ ମିଳିଥିବା ଘରଡିହ ଉପରେ ବର୍ତ୍ତମାନ ସେଠାରେ ହେଲିପ୍ୟାଡ ନିର୍ମାଣ କରିବାକୁ ଯାଉଛନ୍ତି। ଏନେଇ କୌଣସି ଅବଗତ କିମ୍ବା ଜନଶୁଣାଣି ହୋଇ ନ ଥିବା ବେଳେ ତହସିଲଦାର ମଧ୍ୟ ଅଜ୍ଞ ଥିବା ଏକ ଲଜ୍ୟାକର କଥା ବୋଲି ମେହେର ତାଙ୍କ ଅଭିଭାଷଣରେ କହିଥିଲେ । ପରେ ଉପଜିଲାପାଳଙ୍କ ଅନୁପସ୍ଥିତ ଯୋଗୁ ସହକାରୀ ଜିଲାପାଳ ମାନ ସଫିଲ କେରକେଟା ଆନ୍ଦୋଳନ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ। ୭ ଦିନ ଭିତରେ ଦାବିପୂରଣ ନ ହେଲେ ବାସହୀନ ପରିବାରଙ୍କ ସହ ବିଜୁପରିବାର ରାଜରାସ୍ତାକୁ ଓହ୍ଲାଇବେ ବୋଲି ପୂର୍ବତନ ବିଧାୟକ ମେହେର ଚେତାବନୀ ଦେଇଛନ୍ତି। ଏଥିରେ ଆଇନଜୀବୀ ଇନ୍ଦୁ ଭୂଷଣ ଠାକୁର, ଜିଲାପରିଷଦ ସଦସ୍ୟା କସ୍ତୁରୀ ସେଠ,ଏନଏସି ଅଧ୍ୟାକ୍ଷା ମାନସୀ ବିଶାଳ, ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ, ସମିତି ସଭ୍ୟ ସଂଘ ସଭାପତି ଗୋବିନ୍ଦ ମେହେର, ସୁଜିତ ମେହେର,ପ୍ରଦିପ ପୁରୋହିତ, ମନବୋଧ ବରିହା , ପ୍ରକାଶ ସିଂ ,ସୁକୁମାର ବାରିକଙ୍କ ସହ ଶତାଧିକ ଭୂମିହୀନ ହିତାଧିକାରୀ ମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?