ଏସ୍‌ସି, ଏସ୍‌ଟି ଛାତ୍ରୀଙ୍କ ପାଇଁ ବୃହତ୍‌ ନିଯୁକ୍ତି ମେଳା

ଭବାନୀପାଟଣା,୨୦।୯(ସ୍ବ.ପ୍ର.): ଭବାନୀପାଟଣାସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ତାମିଲନାଡୁର ହୋସୁରଠାରେ ଥିବା ପ୍ଲାଣ୍ଟ ପାଇଁ ଏକ ବୃହୃତ ନିଯୁକ୍ତି ମେଳା ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଓସୱାନ କେନ୍ଦ୍ରରେ ଭର୍ଚୁଆଲ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାସ୍ତରୀୟ ଅଧିକାରଙ୍କ ସମେତ ଜିଲାର ସମସ୍ତ ବିଡିଓମାନେ ସାମିଲ ହୋଇଥିଲେ। ଏଥିରେ ୩୦।୯।୨୦୨୨ ସୁଦ୍ଧା ୧୮ରୁ ୨୦ ବର୍ଷ ବୟସ ପ୍ରାପ୍ତ ହୋଇଥିବା ଅନୁସୂଚିତଜାତି ଓ ଜନଜାତି ବର୍ଗର କେବଳ ଛାତ୍ରୀମାନେ ଯେଉଁମାନେ କି ୨୦୨୧ କିମ୍ବା ୨୦୨୨ରେ ଯୁକ୍ତ ୨ (କଳା, ବାଣିଜ୍ୟ, ବିଜ୍ଞାନ ବିଭାଗ) ପରୀକ୍ଷାରେ ଉର୍ତ୍ତିଣ୍ଣ ହୋଇଥିବେ, ସେମାନେ କମ୍ପାନୀ ପକ୍ଷରୁ ଆୟୋଜିତ ଏହି ପରୀକ୍ଷାରେ ଭାଗ ନେଇପାରିବେ। ପ୍ରାଥିନୀଙ୍କ ଓଜନ ୪୩ରୁ ୬୫ କେଜି ଏବଂ ଉଚ୍ଚତା ୧୫୦ ସିଏମ ହୋଇଥିବେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ହୋସୁର୍‌ଠାରେ ୧୨ ଦିନିଆ ତାଲିମ ନେଇ ଡାଟା ଏଣ୍ଟ୍ରି ଅପରେଟର ରୂପେ ମାସିକ ୧୫୦୦୦ ଟଙ୍କା ଦରମାରେ ନିଯୁକ୍ତି ପାଇବେ। ସେମାନଙ୍କ ଖାଇବା, ରହିବା ଓ ସମସ୍ତ ସୁବିଧା କମ୍ପାନୀ ପକ୍ଷରୁ କରାଯାଉଛି। ବିଡିଓମାନଙ୍କୁ ନିଜ ବ୍ଲକରେ ପଢୁଥିବା ଇଛୁକ ଛାତ୍ରୀମାନଙ୍କୁ ବସରେ ଆଣି ୨୪।୯।୨୦୨୨ ତାରିଖ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଭବାନୀପାଟଣା ଆଇଟିଆଇଠାରେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପ୍ରକାଶ ଥାଉକି, ରାଜ୍ୟର ୪ଟି ଜିଲା ସୁନ୍ଦରଗଡ଼, କୋରାପୁଟ, ମୟୂରଭଞ୍ଜ ଓ କଳାହାଣ୍ଡିରେ ଟାଟା ଇଲେକ୍ଟ୍ରୋନିକ୍ସ ପାର୍ଥି ଚୟନ କରିବ। ଏଥିରୁ କଳାହାଣ୍ଡି ଜିଲାରୁ ୨୦୦ଜଣ ପ୍ରାର୍ଥିନୀଙ୍କୁ ଚୟନ କରିବ। ପ୍ରସ୍ତୁତି ବୈଠକରେ ଜିଲା ଉନ୍ନୟନ ଅଧିକାରୀ ଜିଲା ପରିଷଦ ସୁଶାନ୍ତ କୁମାର ପଟେଲ, ଧର୍ମଗଡ଼ ଉପଜିଲାପାଳ ସଚିନ ପାୱାର, ଡିଏସଡବ୍ଲୁଓ ଜ୍ୟୋସ୍ନାରାଣୀ ପାତ୍ର, ପିଏଆଇଟିଡିଏ ବିରଞ୍ଚତ୍ନାରାୟଣ ଦରୱାନ, ଡିଡବ୍ଲୁଓ ଅରବିନ୍ଦ ରାୟ, ଡିଆଇପିଆରଓ ମନୋଜ କୁମାର ବେହେରା, ଆରଟିଓ ଶ୍ରୀନିବାସ ର୍ସିକା, ମ୍ୟୁନିସିପାଲଟି ଇଓ ବଳୟ ଦେହୁରୀ, ଏପିଡି ବିମ୍ବାଧର ସାହୁ, ଜିଲା କର୍ମ ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri