‘ସଶକ୍ତ ହେବ ମହିଳା, ଶିଶୁ ଡେସ୍କ’

ବାଲେଶ୍ୱର ଅଫିସ, ୨୦।୯: ବାଲେଶ୍ୱର ରେମୁଣା ବାମପଦାସ୍ଥିତ ନୋସି ବିଜିନେସ ପାର୍କ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗ ଏବଂ ୟୁନିସେଫ୍‌ ସହଯୋଗରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଭୁବନେଶ୍ୱର ପକ୍ଷରୁ ମହିଳା ଏବଂ ଶିଶୁ ଅପରାଧର ଅନୁସନ୍ଧାନ ମାର୍ଗଦର୍ଶିକାର ସଚେତନତା କାର୍ଯ୍ୟକ୍ରମ ସୋମବାର ଆୟୋଜିତ ହୋଇଛି। ଏଥିରେ ୫ଟି ଜିଲା (ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ) ଥାନାରେ କାର୍ଯ୍ୟ କରୁଥିବା ମହିଳା ଓ ଶିଶୁ ଡେସ୍କର ଅଧିକାରୀ ଏବଂ ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ୟୁନିଟ୍‌ରେ ନିୟୋଜିତ ଅଧିକାରୀମାନେ ଯୋଗଦେଇଛନ୍ତି। ଏହି କର୍ମଶାଳା ୨ଦିନ ଧରି ଚାଲୁ ରହିବ। ଅଭିଜ୍ଞ ଅଧିକାରୀମାନେ ମହିଳା ଓ ଶିଶୁ ଅପରାଧ ନିରାକରଣ ଉପରେ ବ୍ୟାଖ୍ୟା କରି ଭବିଷ୍ୟତରେ ଏହାକୁ ସରଳ ଉପାୟରେ ଆଇନର ଦିଗକୁ ବୁଝାଇବା, ତଦନ୍ତ ପ୍ରକ୍ରିୟା ଓ କ୍ଷତିପୂରଣ ବାବଦରେ ସାହାଯ୍ୟ କରିପାରିବାର ଲକ୍ଷ୍ୟ ନେଇ କର୍ମଶାଳା ଆୟୋଜିତ ହୋଇଛି। ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ୍‌ ଓ ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଶିକ୍ଷକ ଭାବେ ସିନିୟର ପ୍ରୋଗ୍ରାମ କୋର୍ଡିନେଟର ତଥା ଓଡ଼ିଶାର ଚାଇଲ୍ଡଲାଇନ୍‌ ମୁଖ୍ୟ ଅର୍କା ଲାହା, ସିନିୟର ପ୍ରୋଗ୍ରାମ କୋର୍ଡ଼ିନେଟର କୋକେରାଗଡ୍ଡା ରମେଶ ଓ ସିନିୟର ପ୍ରୋଗ୍ରାମ କୋର୍ଡ଼ିନେଟର ତଥା ତେଲେଙ୍ଗାନାର ଚାଇଲ୍ଡ ଲା A ଇନ୍‌ ମୁଖ୍ୟ ରାଜୁ କୋଟାଇ ଯୋଗଦେଇ ମହିଳା ଓ ଶିଶୁଙ୍କ ଉପରେ ଦେଶର ପ୍ରଣୟନ ହୋଇଥିବା ଆଇନ ଓ ସହାୟତା ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଭୁବନେଶ୍ୱରର ରେଖା ଲୋହାନି କହନ୍ତି, ମହିଳା ଓ ଶିଶୁ ଡେସ୍କର ଅବସ୍ଥାପିତ ଲୋକମାନଙ୍କୁ ନେଇ ସମ୍ବେଦନଶୀଳ ସମ୍ମିଳନୀ ଆୟୋଜିତ ହେଉଛି। ବାଲେଶ୍ୱରରେ ସୋମବାର ଏବଂ ମଙ୍ଗଳବାର ୫ଟି ଜିଲାକୁ ନେଇ କରାଯାଉଛି। ସୋମବାର ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଏବଂ ମଙ୍ଗଳବାର କେନ୍ଦୁଝର ଓ ମୟୂରଭଞ୍ଜର ଅଧିକାରୀମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହେବ। ପୋଲିସ ସାଙ୍ଗରେ ମିଶି ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ୟୁନିଟ୍‌ର ଲୋକମାନେ କିପରି ଭଲ ଭାବେ କାର୍ଯ୍ୟ କରିପାରିବେ ଆଲୋଚନା ହୋଇଛି। ଗତ ୨୦୦୫ରୁ ମହିଳା ଓ ଶିଶୁ ଡେସ୍କ ୪୦ଟି ଥାନାରେ ଆରମ୍ଭ ହୋଇଥିବା ବେଳେ ସମୟକ୍ରମେ ବଢ଼ି ବଢ଼ି ବର୍ତ୍ତମାନ ୬୦୮ ପୋଲିସ ଷ୍ଟେସନରେ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟକ୍ଷମ କରୁଛି। କେବଳ ସଂଖ୍ୟା ନୁହେଁ ଉପଯୁକ୍ତ ପ୍ରଶିକ୍ଷଣ, ଆସବାବପତ୍ର ଓ ଭିତ୍ତିଭୂମି ମଧ୍ୟ ଯୋଗାଇ ଦିଆଯାଉଛି। ଏହାକୁ ସଶକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି। ସମସ୍ତ ଥାନାରେ ଏହି ବିଭାଗର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri