‘ସଶକ୍ତ ହେବ ମହିଳା, ଶିଶୁ ଡେସ୍କ’

ବାଲେଶ୍ୱର ଅଫିସ, ୨୦।୯: ବାଲେଶ୍ୱର ରେମୁଣା ବାମପଦାସ୍ଥିତ ନୋସି ବିଜିନେସ ପାର୍କ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗ ଏବଂ ୟୁନିସେଫ୍‌ ସହଯୋଗରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଭୁବନେଶ୍ୱର ପକ୍ଷରୁ ମହିଳା ଏବଂ ଶିଶୁ ଅପରାଧର ଅନୁସନ୍ଧାନ ମାର୍ଗଦର୍ଶିକାର ସଚେତନତା କାର୍ଯ୍ୟକ୍ରମ ସୋମବାର ଆୟୋଜିତ ହୋଇଛି। ଏଥିରେ ୫ଟି ଜିଲା (ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ) ଥାନାରେ କାର୍ଯ୍ୟ କରୁଥିବା ମହିଳା ଓ ଶିଶୁ ଡେସ୍କର ଅଧିକାରୀ ଏବଂ ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ୟୁନିଟ୍‌ରେ ନିୟୋଜିତ ଅଧିକାରୀମାନେ ଯୋଗଦେଇଛନ୍ତି। ଏହି କର୍ମଶାଳା ୨ଦିନ ଧରି ଚାଲୁ ରହିବ। ଅଭିଜ୍ଞ ଅଧିକାରୀମାନେ ମହିଳା ଓ ଶିଶୁ ଅପରାଧ ନିରାକରଣ ଉପରେ ବ୍ୟାଖ୍ୟା କରି ଭବିଷ୍ୟତରେ ଏହାକୁ ସରଳ ଉପାୟରେ ଆଇନର ଦିଗକୁ ବୁଝାଇବା, ତଦନ୍ତ ପ୍ରକ୍ରିୟା ଓ କ୍ଷତିପୂରଣ ବାବଦରେ ସାହାଯ୍ୟ କରିପାରିବାର ଲକ୍ଷ୍ୟ ନେଇ କର୍ମଶାଳା ଆୟୋଜିତ ହୋଇଛି। ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ୍‌ ଓ ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଶିକ୍ଷକ ଭାବେ ସିନିୟର ପ୍ରୋଗ୍ରାମ କୋର୍ଡିନେଟର ତଥା ଓଡ଼ିଶାର ଚାଇଲ୍ଡଲାଇନ୍‌ ମୁଖ୍ୟ ଅର୍କା ଲାହା, ସିନିୟର ପ୍ରୋଗ୍ରାମ କୋର୍ଡ଼ିନେଟର କୋକେରାଗଡ୍ଡା ରମେଶ ଓ ସିନିୟର ପ୍ରୋଗ୍ରାମ କୋର୍ଡ଼ିନେଟର ତଥା ତେଲେଙ୍ଗାନାର ଚାଇଲ୍ଡ ଲା A ଇନ୍‌ ମୁଖ୍ୟ ରାଜୁ କୋଟାଇ ଯୋଗଦେଇ ମହିଳା ଓ ଶିଶୁଙ୍କ ଉପରେ ଦେଶର ପ୍ରଣୟନ ହୋଇଥିବା ଆଇନ ଓ ସହାୟତା ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଭୁବନେଶ୍ୱରର ରେଖା ଲୋହାନି କହନ୍ତି, ମହିଳା ଓ ଶିଶୁ ଡେସ୍କର ଅବସ୍ଥାପିତ ଲୋକମାନଙ୍କୁ ନେଇ ସମ୍ବେଦନଶୀଳ ସମ୍ମିଳନୀ ଆୟୋଜିତ ହେଉଛି। ବାଲେଶ୍ୱରରେ ସୋମବାର ଏବଂ ମଙ୍ଗଳବାର ୫ଟି ଜିଲାକୁ ନେଇ କରାଯାଉଛି। ସୋମବାର ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଏବଂ ମଙ୍ଗଳବାର କେନ୍ଦୁଝର ଓ ମୟୂରଭଞ୍ଜର ଅଧିକାରୀମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହେବ। ପୋଲିସ ସାଙ୍ଗରେ ମିଶି ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ୍‌ ୟୁନିଟ୍‌ର ଲୋକମାନେ କିପରି ଭଲ ଭାବେ କାର୍ଯ୍ୟ କରିପାରିବେ ଆଲୋଚନା ହୋଇଛି। ଗତ ୨୦୦୫ରୁ ମହିଳା ଓ ଶିଶୁ ଡେସ୍କ ୪୦ଟି ଥାନାରେ ଆରମ୍ଭ ହୋଇଥିବା ବେଳେ ସମୟକ୍ରମେ ବଢ଼ି ବଢ଼ି ବର୍ତ୍ତମାନ ୬୦୮ ପୋଲିସ ଷ୍ଟେସନରେ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟକ୍ଷମ କରୁଛି। କେବଳ ସଂଖ୍ୟା ନୁହେଁ ଉପଯୁକ୍ତ ପ୍ରଶିକ୍ଷଣ, ଆସବାବପତ୍ର ଓ ଭିତ୍ତିଭୂମି ମଧ୍ୟ ଯୋଗାଇ ଦିଆଯାଉଛି। ଏହାକୁ ସଶକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି। ସମସ୍ତ ଥାନାରେ ଏହି ବିଭାଗର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?