ପୋଲାଣ୍ଡରେ ଗର୍ଭପାତ ଆଇନକୁ ବିରୋଧ

ଓ୍ବାର୍ସା,୩ା୧୧: ଭ୍ରୂଣଗତ ତ୍ରୁଟି କାରଣରୁ ଗର୍ଭପାତ ଅସାମ୍ବିଧାନିକ ବୋଲି ପୋଲାଣ୍ଡର ଏକ ଅଦାଲତ ରାୟ ଦେବା ପରେ ଏହା ବିରୋଧରେ ସେଠାରେ ବିକ୍ଷୋଭ ଜୋର୍‌ଦାର ହୋଇଛି। ରାଜଧାନୀ ଓ୍ବାର୍ସାରେ ଗତ ଶୁକ୍ରବାର ଲକ୍ଷାଧିକ ମହିଳା ଏକାଠି ହୋଇ ଦୀର୍ଘ ୭ ଘଣ୍ଟା ଧରି ପୋଲାଣ୍ଡ ଶାସକ ଲ ଆଣ୍ଡ ଜଷ୍ଟିସ୍‌ ପାର୍ଟି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାର ଅସୁସ୍ଥ ଓ ବିକାରଗ୍ରସ୍ତ ଶିଶୁ ଜନ୍ମ ଦେବା ଲାଗି ବାଧ୍ୟ କରାଉଛନ୍ତି ବୋଲି ବିକ୍ଷୋଭରେ ସାମିଲ ହୋଇଥିବା ଜଣେ ମହିଳା କହିଛନ୍ତି।
ଗର୍ଭସ୍ଥ ଶିଶୁ ଅଙ୍ଗରେ ତ୍ରୁଟି ସତ୍ତ୍ୱେ ଗର୍ଭପାତ ଅସାମ୍ବିଧାନିକ ବୋଲି ଗତ ୨୨ ତାରିଖରେ ପୋଲାଣ୍ଡର କନ୍‌ଷ୍ଟିଚ୍ୟୁଶନାଲ ଟ୍ରିବ୍ୟୁନାଲ କହିଥିଲେ। ଏହାକୁ ସାରା ଦେଶରେ ପ୍ରବଳ ବିରୋଧ କରାଯାଉଛି। ମହିଳାମାନେ ଉକ୍ତ ଆଇନ ବିରୋଧରେ ଏକପ୍ରକାର ଯୁଦ୍ଧ ଡାକରା ଦେଇଛନ୍ତି।
ପୋଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ପ୍ରତିବର୍ଷ ସେଠାରେ ୧୧୦୦ ଆଇନସମ୍ମତ ଗର୍ଭପାତ ମଧ୍ୟରୁ ୯୮ ପ୍ରତିଶତ ହେଉଛି ଭ୍ରୂଣଗତ ତ୍ରୁଟିଜନିତ। ତେଣୁ ନୂଆ ରାୟ ଅନୁଯାୟୀ ସେଠାରେ ଗର୍ଭପାତ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଯାଉଛି। ଏବେ ସେ ଏକବିଂଶ ଶତାବ୍ଦୀରେ ଏବଂ ୟୁରୋପରେ ଅଛନ୍ତି ବୋଲି ଅନୁଭବ କରିପାରୁ ନ ଥିବା ମାଜା ଟୋବିସ୍‌ ନାମ୍ନୀ ଜଣେ ମହିଳା କହିଛନ୍ତି। ପୂର୍ବରୁ ୨୦୧୬ରେ ଗର୍ଭପାତ ନିଷିଦ୍ଧ ନେଇ ଅଣାଯାଇଥିବା ଚିଠା ଆଇନକୁ ଜୋର୍‌ଦାର ବିରୋଧ କରାଯାଇଥିଲା। ସେତେବେଳେ ବହୁସଂଖ୍ୟାରେ ମହିଳା କଳାବସ୍ତ୍ର ପରିଧାନ କରି ରାସ୍ତାକୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଶହେ ୬ ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ: ଆଫ୍ରିକାରେ ଅଧିକ

ଜେନେଭା, ୨୪।୪: ମ୍ୟାଲେରିଆରେ ପୃଥିବୀର ଶହେ ୬ଟି ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ ହେଉଛନ୍ତି। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ...

ଆଫଗାନିସ୍ତାନରେ ଆମେରିକାର ଏୟାର ଷ୍ଟ୍ରାଇକ

ୱାଶିଂଟନ,୨୩ ।୭: ଆମେରିକା ଆଫଗାନିସ୍ତାନ ଭିତରେ ଥିବା ତାଲିବାନର ଶିବିରକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଛି । ଏହାର ସୂଚନା ଆମେରିକାର ପ୍ରତିରକ୍ଷା ବିଭାଗ...

ଆଷ୍ଟ୍ରାଜେନିକର ଗୋଟିଏ ଡୋଜ୍‌ ପାଇଁ ଏକ ଡଲାର ଲାଞ୍ଚ, ବ୍ରାଜିଲରେ ଭାକ୍ସିନ୍‌ ସଙ୍କଟ …

ବ୍ରାସିଲିଆ,୧।୭: ବ୍ରାଜିଲ୍‌ରେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଦୁର୍ନୀତି ପରେ ଏବେ ଆଷ୍ଟ୍ରାଜେନିକା ଭାକ୍ସିନ୍‌କୁ ସଙ୍କଟ ଦେଖାଦେଇଛି। ଆଷ୍ଟ୍ରାଜେନିକା ଭାକ୍ସିନ୍‌ କିଣାଯିବାରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା...

ଜାତିସଂଘ ଉପଦେଷ୍ଟା କମିଟିରେ ବିଦିଶା

ଜାତିସଂଘ,୭।୧୧: ଭାରତୀୟ କୂଟନୀତଜ୍ଞ ବିଦିଶା ମୈତ୍ର ଜାତିସଂଘ ଉପଦେଷ୍ଟା (ପ୍ରଶାସନିକ ଓ ବଜେଟାରୀ) କମିଟିକୁ ମନୋନୀତ ହୋଇଛନ୍ତି। ତାଙ୍କୁ ୧୨୬ ଖଣ୍ଡ ଭୋଟ ମିଳିଛି। ୧୯୩...

ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ଟିକେ ବି ଜାଣିନାହାନ୍ତି ଏହି ୬ ବ୍ୟକ୍ତି

ମସ୍କୋ,୩ା୩: ୨୦୨୨ ଫେବୃୟାରୀରେ ତୃତୀୟ ବିଶ୍ୱଯୁଦ୍ଧର ଝଲକ ଦେଖାଇଛି ରୁଷିଆ। ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରିଚାଲିଛି। ଏଥିରେ ୟୁକ୍ରେନର ଅନେକ ଲୋକ ପ୍ରାଣ ହରାଇ...

ସଳଖୁଛି ବିଟ୍‌କଏନ୍‌

ଗତ ତିନିଦିନ ହେଲା ବିଟ୍‌କଏନ୍‌ ୨୧,୦୦୦ ଡଲାର ଉପରେ ରହି କାରବାର କରିଆସିଛି। ଏଥିସହ ସାମ୍‌ ବ୍ୟାଙ୍କମ୍ୟାନ୍‌-ଫ୍ରେଡ୍‌ଙ୍କ କ୍ରିପ୍ଟୋ ଏକ୍ସଚେଞ୍ଜ ଏଫ୍‌ଟିଏକ୍ସ ଦେବାଳିଆ ଅବସ୍ଥାକୁ ଢଳିବା...

ବାୟୁ ଦ୍ୱାରା ବ୍ୟାପୁଛି କରୋନାଭାଇରସ

ବେଜିଂ,୯।୨: କରୋନାଭାଇରସ ଏବେ ସାରା ବିଶ୍ୱର ନିଦ ହଜାଇ ଦେଇଛି କହିଲେ ଚଳେ। ଚାଇନାରେ ଏବେ ଏହି କରୋନାଭାଇରସ କବଳରେ ପଡି ୮ଶହ ଲେକଙ୍କ ମୃତ୍ୟୁ...

ରାମ ଚନ୍ଦ୍ର ପୌଡେଲ ନେପାଳର ନୂଆ ରାଷ୍ଟ୍ରପତି

କାଠମାଣ୍ଡୁ,୯।୩: ରାମ ଚନ୍ଦ୍ର ପୌଡେଲ ନେପାଳର ନୂଆ ରାଷ୍ଟ୍ରପତି ଭାବେ ଚୟନ ହୋଇଛନ୍ତି। ନିର୍ବାଚନରେ ପୌଡେଲ ସୁଭାଷ ଚନ୍ଦ୍ର ନେମଓ୍ବାଙ୍ଗଙ୍କୁ ପରାସ୍ତ କରିଛନ୍ତି। ପୌଡେଲ ନିର୍ବାଚନରେ...

Advertisement
Archives

Model This Week