ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ବିରୋଧୀ-ଶାସକ ମୁହଁାମୁହିଁ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଅବସର ଗ୍ରହଣ କରିଥିବା ଲୋକଙ୍କୁ ନିଯୁକ୍ତି ଦେବା ନେଇ ଭାଜପା ସରକାରଙ୍କୁ ଘେରିଛି। ଏହି ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ ଦଳ ସଭ୍ୟମାନେ ମୁହଁାମୁହିଁ ହୋଇଛନ୍ତି। ଶୁକ୍ରବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ସିଏମ୍‌ଓ ରିଟାୟାର୍ଡ ଅଫିସରଙ୍କ କ୍ଲବ ପାଲଟିଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଆର୍‌. ବାଲକ୍ରିଷ୍ଣନ, ଉପେନ୍ଦ୍ର ତ୍ରିପାଠୀ, ପି.କେ. ମହାପାତ୍ର, ଗୋପବନ୍ଧୁ ଦାସ ପ୍ରମୁଖ ସିଏମ୍‌ଙ୍କ ଅଫିସରେ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସ କ’ଣ ରିଟାୟାର୍ଡ ଲୋକଙ୍କୁ ଥଇଥାନ କରିବାକୁ ହୋଇଛି। ଏଇଟା କ’ଣ ମୋ ସରକାର। ଏଇଟା କ’ଣ ୫-ଟି। ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଏହା ଉପରେ ଗୃହରେ ଏକ ଷ୍ଟେଟ୍‌ମେଣ୍ଟ ଦେବାଲାଗି ନିର୍ଦ୍ଦେଶ ଦିଅନ୍ତୁ। ଏହା କହିବା ପରେ ବାଚସ୍ପତି ବିଜେଡି ସଭ୍ୟ ଅରୁଣ ସାହୁଙ୍କୁ କହିବାକୁ ଡାକିଲେ। ସେ କହିଲେ, ମୁଁ ଯଦି ଅନ୍ୟକୁ ଅଙ୍ଗୁଳି ଦେଖାଇବି ତେବେ ମୋ ଆଡ଼କୁ ୪ଟା ଅଙ୍ଗୁଳି ରହିବ। ଶୂନ୍ୟକାଳକୁ କ’ଣ ଏଭଳି ଅପ୍ରସଙ୍ଗରେ ନଷ୍ଟ କରିବାକୁ ହୋଇଛି। ଭାରତବର୍ଷର ସର୍ବୋଚ୍ଚ ସଂସ୍ଥାରେ ଅବସରପ୍ରାପ୍ତ ଲୋକ ଅଛନ୍ତି। ଭାରତବର୍ଷର ସାଉଥ୍‌ ବ୍ଲକରେ ଥିବା ପ୍ରଧାନମନ୍ତ୍ରୀଙ୍କ ଅଫିସରେ ବହୁ ରିଟାୟାର୍ଡ ଲୋକ ଅଛନ୍ତି। ସମ୍ବିଧାନର କେଉଁ ଭାଗରେ ଲେଖାହୋଇଛି ରିଟାୟାର୍ଡ ଲୋକ ରହିପାରିବେ ନାହିଁ। ହରିୟାଣା, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ବହୁ ରିଟାୟାର୍ଡ ଲୋକ ମୁଖ୍ୟମନ୍ତ୍ରୀଙ୍କ ଅଫିସର ରହିଛନ୍ତି। ଯେଉଁମାନେ ବିଧାନସଭାର ସଦସ୍ୟ ନୁହନ୍ତି ସେମାନଙ୍କ କଥା ଏଠାରେ କାହିଁକି ଆଲୋଚନା କରାଯାଉଛି। ଏ ରୋଗର ନିଦାନ କ’ଣ। ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବା କଥା। ଏହା ଶୁଣିବା ପରେ ଭାଜପା ସଭ୍ୟମାନେ ଚିହିଁକି ଉଠିଲେ। ଗୃହର ମଧ୍ୟଭାଗକୁ ଆସି କଡ଼ା ବିରୋଧ କଲେ। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଲେ। ହଟ୍ଟଗୋଳକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ୧୧ଟା ୪୫ରୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?