Posted inଜାତୀୟ

ଅନାସ୍ଥା ନୋଟିସରେ ତ୍ରୁଟି

ନୂଆଦିଲ୍ଲୀ,୧୨ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ବିପକ୍ଷ ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଦେଇଥିବା ନୋଟିସ ତ୍ରୁଟିଯୁକ୍ତ। ନୋଟିସ ଡ୍ରାଫ୍ଟିଙ୍ଗ୍‌ରେ ଏଭଳି ଭୁଲ୍‌ ରହିଛି ଯେ ତାହା ଖାରଜ ହୋଇଯାଇପାରେ। ତେଣୁ ବାଚସ୍ପତି ନିଜ ବିରୋଧରେ ଆଗତ ନୋଟିସରେ ଥିବା ତ୍ରୁଟିବିଚ୍ୟୁତି ସୁଧାରିବା ପାଇଁ ପରାମର୍ଶ ଦେଇଛନ୍ତି।
ରାଜସ୍ଥାନ କୋଟା ସଂସଦୀୟ ଆସନର ଭାଜପା ଏମ୍‌ପି ଓମ୍‌ ବିର୍ଲା ଶାସକ ପକ୍ଷକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ଆଣି କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ତାଙ୍କୁ ବାଚସ୍ପତି ପଦରୁ ହଟାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏହି କ୍ରମେ ୧୧୮ ବିରୋଧୀ ସଦସ୍ୟଙ୍କ ଦସ୍ତଖତ ସମ୍ୱଳିତ ନୋଟିସକୁ ଲୋକ ସଭା ସେକ୍ରେଟାରି ଜେନେରାଲ ଉତ୍ପଳ କୁମାର ସିଂଙ୍କ ନିକଟରେ ମଙ୍ଗଳବାର ଦାଖଲ କରାଯାଇଥିଲା। ପରେ ବିରୋଧୀ ସଦସ୍ୟମାନେ ଏହାକୁ ପ୍ରତ୍ୟାହାର କରିନେଇଥିଲେ। ଏଥିସହ ତାରିଖ ସଂଶୋଧନ କରିବା ପରେ ଅନ୍ୟ ଏକ ନୋଟିସ ଦେଇଥିଲେ। ଉକ୍ତ ନୋଟିସରେ ୨୦୨୬ ପରିବର୍ତ୍ତେ ୨୦୨୫ ଫେବୃଆରୀ ଉଲ୍ଲେଖ କରାଯାଇଥିଲା। ଏହି କାରଣରୁ ଉକ୍ତ ନୋଟିସ ଖାରଜ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ବାଚସ୍ପତି ଏହା ଜାଣିବା ପରେ ତାକୁ ସୁଧାରି ପୁଣି ଥରେ ନୋଟିସ ଦାଖଲ କରିବାକୁ ସେକ୍ରେଟାରି ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଂଶୋଧିତ ନୋଟିସ ମିଳିବା ପରେ ନିୟମାନୁସାରେ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ସୂତ୍ରରୁ ପ୍ରକାଶ। ସମ୍ୱିଧାନର ଅନୁଚ୍ଛେଦ ୯୪(ସି) ଅନୁଯାୟୀ ବିଭିନ୍ନ ବିରୋଧୀ ଦଳ ତରଫରୁ ଲୋକ ସଭାରେ କଂଗ୍ରେସ ଉପନେତା ଗୌରବ ଗୋଗୋଇ, ମୁଖ୍ୟ ହୁଇପ୍‌ କେ. ସୁରେଶ ଏବଂ ହୁଇପ୍‌ ମହମ୍ମଦ ଜାଓ୍ୱେଦ ନିମ୍ନ ସଦନର ମହାସଚିବ ଉତ୍ପଳ କୁମାର ସିଂଙ୍କ ନିକଟରେ ନୋଟିସ ଦାଖଲ କରିଛନ୍ତି। ଉକ୍ତ ନୋଟିସରେ କଂଗ୍ରେସ, ଡିଏମ୍‌କେ, ସମାଜବାଦୀ ପାର୍ଟି, ବାମଦଳ, ଆର୍‌ଜେଡି, ଶିବସେନା(ୟୁବିଟି) ଏବଂ ଏନ୍‌ସିପି-ଏସ୍‌ପି ସମେତ ବିରୋଧୀ ଦଳଗୁଡ଼ିକର ଏମ୍‌ପିମାନେ ସ୍ୱାକ୍ଷର କରିଛନ୍ତି। ତେବେ ବିର୍ଲା ନୈତିକତା ଦୃଷ୍ଟିରୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ନ ହେବା ପର୍ଯ୍ୟନ୍ତ ନିଜ ଆସନରେ ବସିବେ ନାହିଁ ବୋଲି କହିଛନ୍ତି। ମାର୍ଚ୍ଚ ୯ରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପାଇଁ ସଂସଦ ପୁନର୍ୱାର ଖୋଲିବା ପରେ ଅନାସ୍ଥା ଉପରେ ବିଚାର କରାଯାଇପାରେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଇତିମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି, ୨୦ରୁ ୨୫ କଂଗ୍ରେସ ଏମ୍‌ପି ବାଚସ୍ପତିଙ୍କ ଚାମ୍ୱରକୁ ଯାଇ ତାଙ୍କୁ ଦୁର୍ୱ୍ୟବହାର କରିଛନ୍ତି। ଏପରି କି କେ.ସି. ବେଣୁଗୋପାଳ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେଠାରେ ଉପସ୍ଥିତ ଥାଇ ସବୁ ଦେଖୁଥିଲେ। ସେମାନେ କଂଗ୍ରେସ ସଦସ୍ୟମାନଙ୍କୁ ଏଥିରୁ ବାରଣ କରି ନ ଥିଲେ। ବାଚସ୍ପତି ଚାହିଁଥିଲେ ସେମାନଙ୍କୁ ଗୃହରୁ ନିଲମ୍ୱନ କରିପାରିଥାନ୍ତେ ବୋଲି ରିଜିଜୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?