ଦୁର୍ନୀତି, ହରିଲୁଟକୁ ଅସ୍ତ୍ର କରୁଛି ବିରୋଧୀ

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ଠିକାଦାରି ରାଜନୀତି, ଦୁର୍ନୀତି ଓ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଆଦି ପ୍ରସଙ୍ଗରେ ନିର୍ବାଚନ ନେତାମାନଙ୍କ ପ୍ରତି ଆକ୍ରୋଶ ରହିଛି। ବିଶେଷକରି ୨୦୧୪ ସାଧାରଣ ନିର୍ବାଚନ ପରେ ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରେ କଳାପଥର ଲୁଟ ଓ ଦୁର୍ନୀତି ଅଣାୟତ୍ତ ହୋଇଛି। ଫଳରେ ୨୦୧୪ ତୁଳନାରେ ୨୦୧୯ରେ ବିଜେଡି ୭୮୭୭ ଭୋଟ ହରାଇଥିବାବେଳେ ବିରୋଧୀ ଭାଜପାର ଭୋଟ ୧୯,୯୪୦ରୁ ୪୮,୬୨୫କୁ ବୃଦ୍ଧି ପାଇଥିଲା। ଏହାକୁ ନେଇ ଭାଜପା ଏଥର ସ୍ବତନ୍ତ୍ର ରଣନୀତି କରୁଥିବା ସୂଚନା ମିଳିଛି।
ଧର୍ମଶାଳା ଆସନରେ ୧୯୯୦ରୁ ଜନତା ଦଳ ଏବଂ ୨୦୦୦ ମସିହାରୁ ବିଜେଡିରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ୧୯୯୫ରେ କଳ୍ପତରୁ ଦାସ ଜନତା ଦଳରୁ ନିର୍ବାଚିତ ହେବା ପରେ ସେ ଆଉ ପଛକୁ ଫେରି ନ ଥିଲେ। ବିଜେଡି ଗଠନ ହେବା ପରେ କଳ୍ପତରୁ ଜଣେ ପ୍ରଭାବଶାଳୀ ନେତା ଭାବେ ରାଜ୍ୟରେ ପରିଚିତ ଥିଲେ। ସେ ୧୯୯୫ରେ ଜନତା ଦଳ ଓ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡିରୁ ନିର୍ବାଚିତ ହୋଇ ବିଭିନ୍ନ ମନ୍ତ୍ରୀପଦରେ ଅଳଙ୍କୃତ ହୋଇଥିଲେ। ସେହି ସମୟରେ ଧର୍ମଶାଳା ନିର୍ବାଚନ କ୍ଷେତ୍ରର ଗମନାଗମନ ସମେତ କେତେକ ବିକାଶ ହୋଇଛି ସତ, ହେଲେ ସେହି ପରିମାଣର ଦୁର୍ନୀତିକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଇଥିବା ବିରୋଧୀ ଅଭିଯୋଗ କରିଆସୁଛନ୍ତି।
ଧର୍ମଶାଳା ବ୍ଲକର ସମସ୍ତ ପଞ୍ଚାୟତ ସମେତ ରସୁଲପୁର ବ୍ଲକର ୯ ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ କ୍ଷେତ୍ରରେ ବିରୋଧୀ ନେତାମାନେ ଏବେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌କୁ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି। ୨୦୧୪ ନିର୍ବାଚନରେ କଳ୍ପତରୁଙ୍କୁ ରାଜ୍ୟ ସଭା ପଠାଯିବା ପରେ ତାଙ୍କ ପୁଅ ପ୍ରଣବ କୁମାର ବଳବନ୍ତରାୟ(ଜିତୁ)ଙ୍କୁ ବିଜେଡିରୁ ଟିକେଟ ମିଳିଥିଲା। ସେ କଂଗ୍ରେସ ପ୍ରାର୍ଥୀ ଶ୍ରୀନାଥ ମିଶ୍ରଙ୍କୁ ୮୫,୭୮୬ ଭୋଟ ବ୍ୟବଧାନରେ ପରାସ୍ତ କରି ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ଏଥିରେ ତାଙ୍କ ବାପା କଳ୍ପତରୁ ଦାସଙ୍କ ବିଶେଷ ଭୂମିକା ରହିଥିଲା। କିନ୍ତୁ କଳ୍ପତରୁଙ୍କ ମୃତ୍ୟୁ ପରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇଯାଇଥିଲା। ୨୦୧୯ ନିର୍ବାଚନରେ ପ୍ରଣବଙ୍କ ଭୋଟହାର ହ୍ରାସ ପାଇଥିଲା। ଏହାବାଦ ବିରୋଧୀ ଭାଜପା ଏଠାରେ ଦ୍ୱିତୀୟ ସୁଦୃଢ଼ ଦଳ ଭାବେ ଉଭା ହୋଇଥିଲା। ପ୍ରଣବ ଦୁର୍ନୀତିକୁ କେବେ ବି ପ୍ରଶ୍ରୟ ଦେଉ ନ ଥିବା କୁହନ୍ତି। ଆଇନ ତା’ ବାଟରେ ଯାଇଛି। ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଜନସାଧାରଣ ତାଙ୍କ ପ୍ରତି ଅତୁଟ ସମର୍ଥନ ରଖିଛନ୍ତି ବୋଲି ସେ କହୁଛନ୍ତି। ଗତ ଜନ ସମ୍ପର୍କ ପଦଯାତ୍ରାରେ ସେ ନିର୍ବାଚନମଣ୍ଡଳୀର ପ୍ରାୟ ସମସ୍ତ ଗ୍ରାମକୁ ଚାଲି ଚାଲି ଯାଇ ଲୋକଙ୍କ ସହ ଯୋଡ଼ି ହେବାକୁ ଉଦ୍ୟମ କରିଛନ୍ତି। ଅନ୍ୟପକ୍ଷରେ ୨୦୧୯ରେ ଏଠାରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସ୍ମୃତିରେଖା ପହିଙ୍କୁ ଭାଜପା ଟିକେଟ ମିଳିବା ପରେ ଦଳର ଅନ୍ୟତମ ଆଶାୟୀ ହିମାଂଶୁ ଶେଖର ସାହୁଙ୍କ ଗୋଷ୍ଠୀ ଅସନ୍ତୁଷ୍ଟ ହୋଇ ରାଜଧାନୀରେ ଆନ୍ଦୋଳନ କରିଛନ୍ତି। ଏହା ବିଜେଡି ପାଇଁ ଶୁଭ ସଙ୍କେତ ବୋଲି ଆଲୋଚନା ହେଉଛି।
କଂଗ୍ରେସ ଦଳ ସଜାଡ଼ିବାରେ ଲାଗିଛି। ୧୯୯୦ରୁ ଏହି କ୍ଷେତ୍ର ଅଣକଂଗ୍ରେସ ଗଡ଼ ମାନ୍ୟତା ପାଇଛି। ତଥାପି କଂଗ୍ରେସ ଏଠାରେ ଆଶା ଛାଡ଼ ନାହିଁ। କଂଗ୍ରେସ ପ୍ରାର୍ଥୀ ହେବାକୁ ନେତାଙ୍କ ଲମ୍ବାଧାଡ଼ି ଲାଗିଛି। ନୂଆ ପୁରୁଣା ବିବାଦ ଲାଗି ରହିଥିଲେ ହେଁ ଏଠାରେ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବାରେ ଭାଜପା ବହୁ ଆଗରେ ରହିଛି। ବେଆଇନ କଳାପଥର ଲୁଟ, ବ୍ଲାକରୋଜ୍‌ ବୁଡିବା ଘଟଣା ଆଦି ଦୁର୍ନୀତିକୁ ନେଇ ଭାଜପା ପକ୍ଷରୁ ସିବିଆଇ, ହାଇକୋର୍ଟ ଓ ଗ୍ରୀନ୍‌ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଛି। ତେବେ ଦୁର୍ନୀତିକୁ ପ୍ରସଙ୍ଗ କରି ଲଢ଼ୁଥିବା ଭାଜପା ଏହି ନିର୍ବାଚନମଣ୍ଡଳୀରେ କେତେଦୂର ସଫଳ ହେବ ତାହା ଜୁନ୍‌ ୪ ତାରିଖରେ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri