ଏବେ ନବ ତ କାଲି ଆଉ କିଏ: ଚେଲ୍ଲା କୁମାର

ଭୁବନେଶ୍ବର, ୧୬ା୨(ବ୍ୟୁରୋ): ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ନେଇ ସରକାରଙ୍କୁ ବିରୋଧୀ ପୁଣି ଟାର୍ଗେଟ କରିଛନ୍ତି। କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର, ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ଏବଂ ପ୍ରଦୀପ ପୁରୋହିତ ବିଜେଡି ନେତାମାନଙ୍କୁ ନବ ଦାସଙ୍କ ହତ୍ୟା ଘଟଣା ନେଇ କଡ଼ା ଭାଷାରେ ସମାଲୋଚନା କରିବା ସହ କିଛି ପ୍ରଶ୍ନର ଉତ୍ତର ଦାବି କରିଛନ୍ତି। ଅନ୍ୟପଟେ ବିଜେଡି ୨ୟ ଓ ୩ୟ ର଼୍ୟାଙ୍କ୍‌ର ନେତାଙ୍କ ପାଇଁ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ସତର୍କବାଣୀ ଶୁଣାଇଛନ୍ତି।

ଚେଲ୍ଲାକୁମାର କହିଛନ୍ତି, ନବ ଦାସଙ୍କ ଭଳି ଅବସ୍ଥା ଅନ୍ୟ ନେତାମାନଙ୍କ କ୍ଷେତ୍ରରେ ହୋଇପାରେ। ଏବେ ନବ ତ କାଲି ଆଉ କିଏ। ମୁଖ୍ୟମନ୍ତ୍ରୀ ଚୌକିରେ ବସିବାକୁ ଆଶା ରଖିଥିବା ବ୍ୟକ୍ତିଙ୍କୁ ରାସ୍ତାରୁ ହଟାଇବାକୁ ବିଜେଡିର ୨ୟ ଓ ୩ୟ ର଼୍ୟାଙ୍କ୍‌ ନେତାଙ୍କ ଏହା ଚାଲ୍‌ ମଧ୍ୟ ହୋଇପାରେ। ବିଜେଡିରେ ବେଶି ପାଟି ଫିଟାଉଥିବା ନେତାଙ୍କ ପାଇଁ ଏହା ସତର୍କ ସୂଚନା। ଯେଉଁମାନେ ଦଳରେ ରହି ସତକୁ ସାମ୍ନାକୁ ଆଣିବା ପାଇଁ ସ୍ବର ଉତ୍ତୋଳନ କରୁଛନ୍ତି, ନବୀନ ଶାସନରେ ସେମାନଙ୍କ କଣ୍ଠକୁ ଦବାଇଦିଆଯାଉଛି ବୋଲି ଚେଲ୍ଲା କୁମାର କହିଛନ୍ତି। ସେ ଆହୁରି କହିଛନ୍ତି, ନବ ଦାସଙ୍କ ହତ୍ୟା ବେଳର ଭିଡିଓ ଦେଖିଛନ୍ତି।

ନବଙ୍କୁ ଜଣେ ଏଏସ୍‌ଆଇ ମାରିବା ଭଳି ଲାଗୁନି। ଅନେକ ସନ୍ଦେହ ରହୁଛି। ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତବ୍ୟ, ଉତ୍ତର ଦେବା କଥା। ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଉପରେ କାହାରି ମଧ୍ୟ ଭରସା ପାଉନାହିଁ। ପରୀ ଏବଂ ମମତା ମେହେର ଘଟଣାରେ ବିଜେଡି ସରକାର କ’ଣ କରିଛି ବୋଲି ସେ ପ୍ରଶ୍ନ କହିଛନ୍ତି। ରାଜ୍ୟରେ ବିଜେଡି ଗୁଣ୍ଡାରାଜ ଚଳାଇଛି ବୋଲି ସେ କହିଛନ୍ତି।

ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର କହିଛନ୍ତି, ନବ ଦାସଙ୍କୁ ହତ୍ୟା ହେଉଛି ଏକ ଆରେଞ୍ଜ ମର୍ଡର। ଏହି ଘଟଣାର ସତ୍ୟାସତ୍ୟ କିପରି ନ ଆସୁ ସେ ଦିଗରେ ବେଶି ଉଦ୍ୟମ ହେଉଛି। ସମସ୍ତଙ୍କ ଆଗରେ ଘଟିଥିବା ଏତେ ବଡ଼ ଘଟଣା ପୋଲିସ ଯେମିତି ଗୁରୁତର ସହକାରେ ନେବା କଥା ନେଉନାହିଁ। ବହୁତ ଭଲ ଭଲ ପୋଲିସ ଅଫିସର ଅଛନ୍ତି ସେମାନଙ୍କୁ ତଦନ୍ତରେ ସାମିଲ କରାଯାଉ ନାହିଁ। କାଳେ ସେମାନଙ୍କୁ ସାମିଲ କଲେ ପ୍ରକୃତ ସତ୍ୟ ପଦାକୁ ଆସିଯିବ ସେଥିଲାଗି ଷଡ଼ଯନ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ନବ ଦାସ ହତ୍ୟାକାଣ୍ଡକୁ ନେଇ ଭାଜପା ନେତା ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିବା ସହ କହିଛନ୍ତି, ହତ୍ୟା ପଛରେ ବଡ଼ ରହସ୍ୟ ରହିଛି। ସେ ଆଗରୁ ମଧ୍ୟ କହିଛନ୍ତି ନବୀନଙ୍କ ଅବର୍ତ୍ତମାନରେ ଯେଉଁମାନେ କ୍ଷମତାରେ ରହିବାକୁ ଚାହୁଁଛନ୍ତି ସେମାନେ ଏହି ହତ୍ୟା କରିଛନ୍ତି। ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଅଧିକାରୀ ହତ୍ୟା ପଛର ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେଉଥିବା ଭଳି ମନେହେଉଥିବା ନେଇ ପ୍ରଦୀପ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri