ଅସନ୍ତୋଷ ଜାହିର କଲେ ବିରୋଧୀଦଳ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜଧାନୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜୋର୍‌ଦାର ପ୍ରକ୍ରିୟା ଜାରି ରହିଥିବାବେଳେ ଇତିମଧ୍ୟରେ ସ୍ଥାନ ସଂରକ୍ଷଣ, ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ଶେଷ ହୋଇଛି। ସେହିଭଳି ଗୁରୁବାର ପ୍ରାଥମିକ ବୁଥ୍‌ ତାଲିକା ସମ୍ପର୍କରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲାବେଳେ ଏହି ତାଲିକାକୁ ନେଇ ଆପତ୍ତି ଅଭିଯୋଗ ଦାଖଲ ମଧ୍ୟ ସରିଛି। ୧୪ ତାରିଖରେ ଚୂଡ଼ାନ୍ତ ବୁଥ୍‌ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୧୨ ତାରିଖ ଶନିବାର ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପ୍ରକାଶିତ ତାଲିକାକୁ ନେଇ ବିରୋଧୀ ଦଳଗୁଡିକ ଅସନ୍ତୋଷ ଜାହିର କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜର ଅଭିଯୋଗ ରଖିଛନ୍ତି।
ସିପିଆଇ ନେତା ସୁର ଜେନାଙ୍କ କହିବା ଅନୁଯାୟୀ, ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକି ଆପତ୍ତି ଅଭିଯୋଗ ପାଇଁ ମାତ୍ର ୨ଦିନ ସମୟ ଦିଆଯାଇଛି, ଯାହାକି ଯଥାର୍ଥ ନୁହେଁ। ସେହିପରି ମହାନଗର ନିଗମ ଅଞ୍ଚଳରେ ୬ଟି ନୂଆ ଗ୍ରାମ ମିଶିଥିଲେ ମଧ୍ୟ ଓ୍ବାର୍ଡ ସଂଖ୍ୟା ୬୭ରେ ସୀମିତ ରହିଛି। କେବଳ ସେତିକି ନୁହେଁ, ପ୍ରକାଶିତ ଭୋଟର ତାଲିକାରେ ଅନେକ ଭୋଟରଙ୍କ ନାମ ନାହିଁ। କେଉଁ ଓ୍ବାର୍ଡରେ ୭ହଜାର ଭୋଟର ଅଛନ୍ତି ତ କେଉଁ ଓ୍ବାର୍ଡ ୧୨ହଜାର, କେଉଁଠାରେ ୨୫ ହଜାର। ପ୍ରତି ଓ୍ବାର୍ଡରେ କେତେ ଭୋଟର ସଂଖ୍ୟା ରହିବ ତାହାର ନିର୍ଦ୍ଦିଷ୍ଟ ମାପକାଠି ରହିନାହିଁ। ଏପରିକି ବିଧାନସଭା ଭୋଟର ତାଲିକାକୁ ଆଣି ବିଏମ୍‌ସିରେ ମିଶାଯାଇଛି। ପ୍ରାୟ ଲକ୍ଷେରୁ ଦେଢଲକ୍ଷ ଭୋଟରଙ୍କ ନାମ ତାଲିକାରେ ନାହିଁ। ସେହିପରି ପୁରୁଣା ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ପଡିଥିଲେ, ସେ ନେଇ ଅଭିଯୋଗ କରିପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ମାତ୍ର କୌଣସି ଓ୍ବାର୍ଡରେ ଭୋଟର ତାଲିକା ମରା ଯାଇନାହିଁ, ତେଣୁ କାହାର ନାମ ଅଛି ଓ କିଏ ବାଦ୍‌ ପଡିଛନ୍ତି ସେ ନେଇ ଭୋଟରମାନେ ଅବଗତ ହୋଇ ପାରୁନାହାନ୍ତି। ପାଇକରାପୁର, କଳାରାହାଙ୍ଗ, ଶାମ୍‌ପୁର ଭଳି ଗ୍ରାମଗୁଡିକୁ ବିଏମ୍‌ସିରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ଓ୍ବାର୍ଡ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯେପରି ବିରୋଧୀମାନେ ଠିକ୍‌ ଭାବେ ଅଭିଯୋଗ କରିପାରିବେ ନାହିଁ, ସେଥିପାଇଁ ତରବରିଆ ଭାବେ ଏପରି ଜାଣିଶୁଣି କରାଯାଇଛି। ଅପରପକ୍ଷେ ଶାସକ ବିଜେଡି ପକ୍ଷରୁ କୌଣସି ଆପତ୍ତି ଅଭିଯୋଗ ନ ଥିବା ବିଜେଡିର ସୁଲତା ଦେଓ ସୂଚନା ଦେଇଛନ୍ତି। ଚୂଡାନ୍ତ ଡ୍ରାଫ୍ଟ ଚିଠା ୧୪ ତାରିଖରେ ପ୍ରକାଶ ପାଇବ। ତେଣୁ ଯଦି କାହାର ବ୍ୟକ୍ତିଗତ ଅଭିଯୋଗ ଥିବ ତେବେ ସେ କରିପାରିବେ। ଯେଉଁ ଓ୍ବାର୍ଡଗୁଡିକରୁ ବୁଥ୍‌ର ଦୂରତା ଅଧିକ ରହିଛି ସେଠାକାର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତି ଯେପରି ସୁବିଧାରେ ଯାଇ ଭୋଟ୍‌ ଦେଇ ପାରିବେ ସେ ନେଇ ବ୍ୟବସ୍ଥା କରାଯିବା ଦରକାର। ବୈଠକରେ ଏଭଳି କେତେଗୁଡିଏ ପ୍ରସ୍ତାବ ଦେଇଥିଲି ବୋଲି ଦେଓ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ବିଏମ୍‌ସି ଅଞ୍ଚଳରେ ମୋଟ୍‌ ୭ଲକ୍ଷ ୨୭ହଜାର ୪୫୬ଜଣ ଭୋଟର ରହିଛନ୍ତି। ଏଥିପାଇଁ ୬୭ ଓ୍ବାର୍ଡର ୨୧୯ ସ୍ଥାନରେ ୬୯୯ ବୁଥ୍‌ର ବ୍ୟବସ୍ଥା ହୋଇଛି। ୧୪ ତାରିଖରେ ଚୂଡ଼ାନ୍ତ ବୁଥ୍‌ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଶନିବାର ସୁଦ୍ଧା ରାଜନୈତିକ ଦଳଗୁଡ଼ିକୁ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?