ଅସନ୍ତୋଷ ଜାହିର କଲେ ବିରୋଧୀଦଳ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜଧାନୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜୋର୍‌ଦାର ପ୍ରକ୍ରିୟା ଜାରି ରହିଥିବାବେଳେ ଇତିମଧ୍ୟରେ ସ୍ଥାନ ସଂରକ୍ଷଣ, ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ଶେଷ ହୋଇଛି। ସେହିଭଳି ଗୁରୁବାର ପ୍ରାଥମିକ ବୁଥ୍‌ ତାଲିକା ସମ୍ପର୍କରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲାବେଳେ ଏହି ତାଲିକାକୁ ନେଇ ଆପତ୍ତି ଅଭିଯୋଗ ଦାଖଲ ମଧ୍ୟ ସରିଛି। ୧୪ ତାରିଖରେ ଚୂଡ଼ାନ୍ତ ବୁଥ୍‌ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୧୨ ତାରିଖ ଶନିବାର ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପ୍ରକାଶିତ ତାଲିକାକୁ ନେଇ ବିରୋଧୀ ଦଳଗୁଡିକ ଅସନ୍ତୋଷ ଜାହିର କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜର ଅଭିଯୋଗ ରଖିଛନ୍ତି।
ସିପିଆଇ ନେତା ସୁର ଜେନାଙ୍କ କହିବା ଅନୁଯାୟୀ, ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକି ଆପତ୍ତି ଅଭିଯୋଗ ପାଇଁ ମାତ୍ର ୨ଦିନ ସମୟ ଦିଆଯାଇଛି, ଯାହାକି ଯଥାର୍ଥ ନୁହେଁ। ସେହିପରି ମହାନଗର ନିଗମ ଅଞ୍ଚଳରେ ୬ଟି ନୂଆ ଗ୍ରାମ ମିଶିଥିଲେ ମଧ୍ୟ ଓ୍ବାର୍ଡ ସଂଖ୍ୟା ୬୭ରେ ସୀମିତ ରହିଛି। କେବଳ ସେତିକି ନୁହେଁ, ପ୍ରକାଶିତ ଭୋଟର ତାଲିକାରେ ଅନେକ ଭୋଟରଙ୍କ ନାମ ନାହିଁ। କେଉଁ ଓ୍ବାର୍ଡରେ ୭ହଜାର ଭୋଟର ଅଛନ୍ତି ତ କେଉଁ ଓ୍ବାର୍ଡ ୧୨ହଜାର, କେଉଁଠାରେ ୨୫ ହଜାର। ପ୍ରତି ଓ୍ବାର୍ଡରେ କେତେ ଭୋଟର ସଂଖ୍ୟା ରହିବ ତାହାର ନିର୍ଦ୍ଦିଷ୍ଟ ମାପକାଠି ରହିନାହିଁ। ଏପରିକି ବିଧାନସଭା ଭୋଟର ତାଲିକାକୁ ଆଣି ବିଏମ୍‌ସିରେ ମିଶାଯାଇଛି। ପ୍ରାୟ ଲକ୍ଷେରୁ ଦେଢଲକ୍ଷ ଭୋଟରଙ୍କ ନାମ ତାଲିକାରେ ନାହିଁ। ସେହିପରି ପୁରୁଣା ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ପଡିଥିଲେ, ସେ ନେଇ ଅଭିଯୋଗ କରିପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ମାତ୍ର କୌଣସି ଓ୍ବାର୍ଡରେ ଭୋଟର ତାଲିକା ମରା ଯାଇନାହିଁ, ତେଣୁ କାହାର ନାମ ଅଛି ଓ କିଏ ବାଦ୍‌ ପଡିଛନ୍ତି ସେ ନେଇ ଭୋଟରମାନେ ଅବଗତ ହୋଇ ପାରୁନାହାନ୍ତି। ପାଇକରାପୁର, କଳାରାହାଙ୍ଗ, ଶାମ୍‌ପୁର ଭଳି ଗ୍ରାମଗୁଡିକୁ ବିଏମ୍‌ସିରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ଓ୍ବାର୍ଡ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯେପରି ବିରୋଧୀମାନେ ଠିକ୍‌ ଭାବେ ଅଭିଯୋଗ କରିପାରିବେ ନାହିଁ, ସେଥିପାଇଁ ତରବରିଆ ଭାବେ ଏପରି ଜାଣିଶୁଣି କରାଯାଇଛି। ଅପରପକ୍ଷେ ଶାସକ ବିଜେଡି ପକ୍ଷରୁ କୌଣସି ଆପତ୍ତି ଅଭିଯୋଗ ନ ଥିବା ବିଜେଡିର ସୁଲତା ଦେଓ ସୂଚନା ଦେଇଛନ୍ତି। ଚୂଡାନ୍ତ ଡ୍ରାଫ୍ଟ ଚିଠା ୧୪ ତାରିଖରେ ପ୍ରକାଶ ପାଇବ। ତେଣୁ ଯଦି କାହାର ବ୍ୟକ୍ତିଗତ ଅଭିଯୋଗ ଥିବ ତେବେ ସେ କରିପାରିବେ। ଯେଉଁ ଓ୍ବାର୍ଡଗୁଡିକରୁ ବୁଥ୍‌ର ଦୂରତା ଅଧିକ ରହିଛି ସେଠାକାର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତି ଯେପରି ସୁବିଧାରେ ଯାଇ ଭୋଟ୍‌ ଦେଇ ପାରିବେ ସେ ନେଇ ବ୍ୟବସ୍ଥା କରାଯିବା ଦରକାର। ବୈଠକରେ ଏଭଳି କେତେଗୁଡିଏ ପ୍ରସ୍ତାବ ଦେଇଥିଲି ବୋଲି ଦେଓ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ବିଏମ୍‌ସି ଅଞ୍ଚଳରେ ମୋଟ୍‌ ୭ଲକ୍ଷ ୨୭ହଜାର ୪୫୬ଜଣ ଭୋଟର ରହିଛନ୍ତି। ଏଥିପାଇଁ ୬୭ ଓ୍ବାର୍ଡର ୨୧୯ ସ୍ଥାନରେ ୬୯୯ ବୁଥ୍‌ର ବ୍ୟବସ୍ଥା ହୋଇଛି। ୧୪ ତାରିଖରେ ଚୂଡ଼ାନ୍ତ ବୁଥ୍‌ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଶନିବାର ସୁଦ୍ଧା ରାଜନୈତିକ ଦଳଗୁଡ଼ିକୁ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri