Posted inଜାତୀୟ

ଲୋକ ସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଭାଜପା-ବିରୋଧୀ ବାକଯୁଦ୍ଧ, ପ୍ରୋଟେମ ସ୍ପଇକରଙ୍କଉ ସମର୍ଥନ ଦେବନି ଇଣ୍ଡିଆ

ନୂଆଦିଲ୍ଲୀ,୨୩।୬: ୧୮ତମ ଲୋକ ସଭାର ପ୍ରଥମ ସ୍ବତନ୍ତ୍ର ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି। ସୋମବାର ଓ ମଙ୍ଗଳବାର ଦିନ ନୂଆ ନିର୍ବାଚିତ ଏମପିମାନେ ଶପଥ ଗ୍ରହଣ କରିବେ। ନବ ନିର୍ବାଚିତ ଏମପିଙ୍କ ଶପଥ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଭାଜପା ଏମପି ଭତ୍ତୃହରି ମହତାବଙ୍କୁ ପ୍ରୋଟେମ ସ୍ପିକର ଭାବରେ ନିଯୁକ୍ତ କରିଛନ୍ତି। ଯାହାକୁ ନେଇ ବିରୋଧୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି। ତେବେ ନୂଆ ଏମପି ଶପଥ ନେବାବେଳେ ଭତ୍ତୃହରିଙ୍କ ସମେତ ବିରୋଧର ଦଳର ୩ଜଣ ନେତା ତାଙ୍କୁ ସହଯୋଗ କରିଥାନ୍ତେ। ହେଲେ ପ୍ରୋ ଟେମ୍‌ ସ୍ପିକରକୁ ନେଇ ମୁଣ୍ଡ ଟେକିଥିବା ବିବାଦକୁ ନେଇ କେ. ସୁରେଶ (କଂଗ୍ରେସ), ଟି ଆର ବାଲୁ (ଡିଏମକେ), ରାଧା ମୋହନ ସିଂ ଏବଂ ଫଗଗାନ ସିଂ କୁଲାଷ୍ଟେ ସହଯୋଗ କରିବେ ନାହିଁ ବୋଲି ଖୋଲାଖୋଲି କହି ଦେଇଛନ୍ତି।

ପରମ୍ପରାକୁ ଭାଙ୍ଗି ୮ଥର କଂଗ୍ରେସ ଏମପି କେ ସୁରେଶଙ୍କ ବଦଳରେ ୭ଥରର ଭାଜପା ଏମପି ମହତାବଙ୍କୁପ୍ରୋ ଟେମ୍‌ ସ୍ପିକର କରାଯାଇଛି। ବିରୋଧୀ ଦଳ ମେଣ୍ଟ ଏହାକୁ ନେଇ ଆପତ୍ତି ଉଠାଇଛି। ଏହି ଆପତ୍ତି ଏବଂ ବିବାଦ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ପୂର୍ବରୁ ରବିବାର ଟିଏମସି ନେତା ସୁଦୀପ ବାନ୍ଦୋପାଧ୍ୟାୟଙ୍କୁ ଭେଟିଛନ୍ତି।

ଲୋକ ସଭାରେ ସ୍ପିକର ପ୍ୟାନେଲରେ ନାମିତ ତିନିଜଣ ବିରୋଧୀଦଳଙ୍କ ମଧ୍ୟରୁ ବାନ୍ଦୋପାଧ୍ୟାୟ ରିଜିଜୁଙ୍କୁ କହିଛନ୍ତି ଯେ, ସେ ଏହି ପ୍ୟାନେଲରେ ଯୋଗ ଦେଇ ପାରିବେ ନାହିଁ । ଏବଂ ଇଣ୍ଡିଆ ମେଣ୍ଟ ନେଇଥିବା ନିଷ୍ପତ୍ତିରେ ପ୍ରତିବଦ୍ଧ ରହିବେ।

ବରିଷ୍ଠ ନେତା ଜୟରାମ ରମେଶ ଶାସକ ଦଳକୁ ଦଳ ବିରୋଧୀ ବୋଲି କହିବା ସହ ରବିବାର ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ୍ସରେ ପୋଷ୍ଟ କରି କହିଛନ୍ତି, ଯଦି ଏହି ତର୍କକୁ ଗ୍ରହଣ କରାଯାଏ, ତେବେ କ୍ରମାଗତ ୭ ଥର ଏମପି ଥିବା ଭାଜପା ଏମପି ରମେଶ ଚାନ୍ଦପ୍ପା ଜିଗଜିନାଗି ନାଁ କାହିଁକି ବିଚାର କରାଯାଉ ନାହିଁ? ସେ ସୁରେଶଙ୍କ ପରି ଜଣେ ଦଳିତ ବୋଲି?

ଏହି ପୋଷ୍ଟରେ ପ୍ରତିକ୍ରିୟା ରଖି ଭାଜପା ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ, କଂଗ୍ରେସ ସୁରେଶଙ୍କୁ ବିରୋଧୀ ଦଳର ନେତା କରିବା ଉଚିତ। ଯଦି ଆପଣ ସୁରେଶଙ୍କ ରାଜନୈତିକ କ୍ୟାରିୟର ପାଇଁ ଏତେ ଚିନ୍ତିତ ଅଛନ୍ତି, ତେବେ ମୁଁ ଆପଣଙ୍କୁ ଅନୁରୋଧ କରିବି ଯେ ତାଙ୍କୁ ୨୦୨୬ କେରଳ ନିର୍ବାଚନ ପୂର୍ବରୁ ତାଙ୍କୁ ବିରୋଧୀ ଦଳର ନେତା କିମ୍ବା UDF ର ମୁଖ୍ୟମନ୍ତ୍ରୀ ଚେହେରା କରାଯାଉ। ଏକ ଅସ୍ଥାୟୀ ପଦକୁ ନେଇ ଏତେ ଚାପରେ କାହିଁକି ଅଛନ୍ତି?


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?