ଭୁବନେଶ୍ୱର,୧୮ା୫(ବ୍ୟୁରୋ): ୨୦୨୩-୨୪ ଶିକ୍ଷାବର୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏଥିରେ ମଧ୍ୟବିତ୍ତ ବର୍ଗର ପିଲାଙ୍କୁ ମେଧାବୃତ୍ତି ପାଇବାର ସୁଯୋଗ ମିଳିବ। ଏହାର କାର୍ଯ୍ୟକାରିତା ନେଇ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି। ରାଜ୍ୟ ସରକାରଙ୍କ ପୂର୍ବ ପ୍ରଚଳିତ ମେଧାବୃତ୍ତି ଯୋଜନାର ରୂପରେଖ ବଦଳିବା ସହ ଆକାର ବୃଦ୍ଧି ହୋଇଛି। ମେଧାବୃତ୍ତି ପାଇବାକୁ ଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ଓ ବୃତ୍ତି ରାଶିକୁ ବୃଦ୍ଧି କରାଯାଇଛି। ଯେଉଁ ଛାତ୍ରୀଛାତ୍ରଙ୍କ ପରିବାରର ବାର୍ଷକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ହୋଇଥିବ ସେହି ଛାତ୍ରୀଛାତ୍ର ଏହି ମେଧାବୃତ୍ତି ପାଇଁ ଆବେଦନ କରିପାରିବେ। ଏହି ବାର୍ଷିକ ଆୟ ସୀମା ପୂର୍ବରୁ ୬ଲକ୍ଷ ଟଙ୍କା ଥିଲା। ସେହିଭଳି ପୂର୍ବରୁ ୧୪,୫୦୦ ଛାତ୍ରୀଛାତ୍ରଙ୍କୁ ଇ-ମେଧାବୃତ୍ତି ଅଧୀନରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିବାବେଳେ ଚଳିତବର୍ଷଠାରୁ ୨୫ହଜାର ବିଦ୍ୟାର୍ଥୀ ଏହି ସୁବିଧା ପାଇପାରିବେ। ପୂର୍ବରୁ ୫ ହଜାର ୟୁଜି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୫ ହଜାର ଟଙ୍କା ମେଧାବୃତ୍ତି ଦିଆଯାଉଥିଲା, ଏବେ ୧୦ ହଜାର ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏ ମିଳିବ। ପିଜିରେ ୩୫୦୦ ବଦଳରେ ୫ ହଜାର ଛାତ୍ରୀଛାତ୍ର ବାର୍ଷିକ ୧୫ ହଜାର ଟଙ୍କା ଲେଖାଏ ମେଧାବୃତ୍ତି ପାଇବେ। ପୂର୍ବରୁ ଏହି ରାଶି ୧୦ ହଜାର ଟଙ୍କା ଥିଲା। ବୈଷୟିକ ଛାତ୍ରୀଛାତ୍ରଙ୍କ ତାଲିକା ମଧ୍ୟ ବଢ଼ିବ। ପୂର୍ବରୁ ୩୫୦୦ ୟୁଜି ସ୍ତରୀୟ ଓ ୨୫୦୦ ପିଜି ସ୍ତରୀୟ ବୈଷୟିକ ଛାତ୍ରୀଛାତ୍ର ପାଠ୍ୟକ୍ରମର ଅବଧି ଅନୁସାରେ ୧୦ ହଜାର ଟଙ୍କା ଲେଖାଏ ପାଉଥିଲେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୧୦ ହଜାର ବୈଷୟିକ ଛାତ୍ରୀଛାତ୍ର ବାର୍ଷିକ ୨୦ ହଜାର ଟଙ୍କା ଲେଖାଏ ବୃତ୍ତି ପାଇବେ। ଆବେଦନକାରୀ ରାଜ୍ୟ ବାହାରେ ପଢ଼ୁଥିଲେ ମଧ୍ୟ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ପୂର୍ବ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ର ଏହି ମେଧାବୃତ୍ତି ଆବେଦନ ପାଇଁ ଯୋଗ୍ୟ ହେବେ। ଏହି ମେଧାବୃତ୍ତି ପାଇଁ ଛାତ୍ରୀଛାତ୍ର https://scholarship.odisha.gov.inରେ ଲଗ୍ଇନ୍ କରି ଆବେଦନ କରିପାରିବେ। ଏ ବାବଦକୁ ରାଜ୍ୟ ସରକାର ବାର୍ଷିକ ୪୦ କୋଟି ଟଙ୍କାର ବ୍ୟୟଭାର ବହନ କରିବେ। ୟୁଜି ମେଧା ବାବଦକୁ ୧୦ କୋଟି, ପିଜି ମେଧା ବାବଦକୁ ସାଢ଼େ ୭ କୋଟି, ଫକୀରମୋହନ ଭାଷା ମେଧାବୃତ୍ତି ବାବଦକୁ ଦେଢ଼ କୋଟି, ବୈଷୟିକ ଶିକ୍ଷା ବିଭାଗ ପାଇଁ ୨୦କୋଟି ଓ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପାଇଁ ୧କୋଟି ଟଙ୍କାର ବୃତ୍ତି ରାଶି ଖର୍ଚ୍ଚ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବ୍ୟାସକବି ଫକୀରମୋହନ ମେଧା ଭାଷାବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

