Posted inଖେଳ

ବେନ୍‌ ଫୋକ୍ସଙ୍କ ପାଇଁ ସୁଯୋଗ

ଚେନ୍ନାଇ, ୨।୨-ଦୀର୍ଘ ୨ ବର୍ଷ ବ୍ୟବଧାନରେ ଇଂଲଣ୍ଡ ଉଇକେଟ କିପର ବେନ୍‌ ଫୋକ୍ସଙ୍କ ପାଇଁ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ସୃଷ୍ଟି ହୋଇଛି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପରେ ଜୋସ୍‌ ବଟଲରଙ୍କୁ ବିଶ୍ରାମ ଦିଆଯିବାର ଯୋଜନା ରହିଛି। ଏପରି ସ୍ଥଳେ ଫୋକ୍ସ ଦ୍ୱିତୀୟ, ତୃତୀୟ ଓ ୪ର୍ଥ ଟେଷ୍ଟରେ ଇଂଲଣ୍ଡ ପକ୍ଷରୁ ଉଇକେଟ କିପିଂ କରିବେ। ଏହା ଆପାତତଃ ସ୍ଥିର ହୋଇଥିବାବେଳେ କେବଳ ଡାକରାକୁ ଅପେକ୍ଷା କରିଛନ୍ତି ଫୋକ୍ସ। ୨୦୧୮ ନଭେମ୍ବରରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଟେଷ୍ଟ ପଦାର୍ପଣ କରିଥିଲେ ଏହି ଉଇକେଟ କିପର। ଏଥିରେ ଇଂଲଣ୍ଡ କ୍ଲିନ ସୁଇପ୍‌ କରିଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ଆହତ ହୋଇ ନ ଥିଲେ ହେଁ ଏହାପରେ ଇଂଲଣ୍ଡ ଖେଳିଥିବା ୨୩ଟି ଟେଷ୍ଟରେ ସେ ମାତ୍ର ୨ଟିରେ ସୁଯୋଗ ପାଇଥିଲେ। ପ୍ରକୃତ କଥା ହେଲା ଜନି ବେୟାରଷ୍ଟୋ ଓ ଜୋସ୍‌ ବଟଲରଙ୍କ ଉପସ୍ଥିତିରେ ଫୋକ୍ସ ଦଳରେ ସ୍ଥାନ ପାଇବା କଷ୍ଟକର ହୋଇ ପଡ଼ିଛି। ମାତ୍ର ଏବେ ସୁଯୋଗ ଆସିଥିବାରୁ ଫୋକ୍ସ ନିଜକୁ ପ୍ରମାଣିତ କରିବାର ସମୟ ଆସିଛି। ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି)ର ରୋଟେଶନ ପଦ୍ଧତି ଅନୁସାରେ ବେୟାରଷ୍ଟୋ ଭାରତ ଆସି ନାହାନ୍ତି। ବଟଲର ପ୍ରଥମ ଟେଷ୍ଟ ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଫଳରେ ଦ୍ୱିତୀୟ ଟେଷ୍ଟଠାରୁ ଫୋକ୍ସ ଉଇକେଟ କିପିଂ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ଫୋକ୍ସ ସମ୍ପ୍ରତି ଭାରତରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୁସ୍‌ଦିଲ ୩ ସପ୍ତାହ ଖେଳି ପାରିବେନି

ଡର୍ବି, ୨୦ା୭ (ପି.ଟି.)-ପାକିସ୍ତାନ ବ୍ୟାଟ୍ସମ୍ୟାନ ଖୁସ୍‌ଦିଲ୍‌ ଶାହାଙ୍କ ବାମ ବୃଦ୍ଧାଙ୍ଗୁଳିର ହାଡ଼ ଭାଙ୍ଗିଯାଇଛି। ଫଳରେ ସେ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ।...

ଯୁବରାଜ ସିଂଙ୍କୁ କଫି ପିଇବାର ପ୍ରତିଶ୍ରୁତି ଦେଇ ଠିକଣା ଦିନ ଫୋନ୍‌ ଅଫ୍‌ ରଖୁଥିଲେ ଏହି ଯୁବତୀ

ଅନେକ ଦିନ ପର୍ଯ୍ୟନ୍ତ ପରଦା ପଛରେ ସମ୍ପର୍କକୁ ଲୁଚାଇବା ପରେ କ୍ରିକେଟର୍‌ ଯୁବରାଜ ସିଂ ଏବଂ ହାଜେଲ କିଚ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବହୁଦିନ...

ବେଙ୍ଗାଲୁରୁ ଏଫ୍‌ସି ପାଇଁ ଆଉ ୨ ବର୍ଷ ଖେଳିବେ ଛେତ୍ରୀ

ବେଙ୍ଗାଲୁରୁ, ୨୨ା୬ (ପି.ଟି.)- ଭାରତୀୟ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ବେଙ୍ଗାଲୁରୁ ଏଫ୍‌ସି ସହିତ ତାଙ୍କ ଚୁକ୍ତି ମିଆଦକୁ ଆହୁରି ୨ ବର୍ଷ ବୃଦ୍ଧି...

ଆର୍‌ସିବିକୁ ଜିତାଇ ଦେଇଥାନ୍ତେ କାର୍ତ୍ତିକ! କ୍ୟାଚ୍‌ ଧରି ଏଭଳି ସେଲିବ୍ରେଶନ କରିଥିଲେ ଜାଡେଜା

ମୁମ୍ବାଇ,୧୩।୪: ଚଳିତ ଆଇପିଏଲ୍‌ରେ ଟ୍ରାକ୍‌କୁ ଫେରିଛି ଚେନ୍ନାଇ ସୁପର କିଙ୍ଗ୍ସ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଦଳ ସିଜନର ପ୍ରଥମ ବିଜୟ ନିଜ ନାମରେ କରିଛି। ପ୍ରଥମେ...

ଏମିତି ଛକା ମାରିଲେ ବ୍ୟାଟ୍ସମ୍ୟାନ୍‌, ବିୟର୍‌ ଗ୍ଲାସ୍‌ରେ ପଡିଲା ବଲ୍‌

କ୍ରିକେଟ ପଡ଼ିଆରେ ବ୍ୟାଟ୍ସମ୍ୟାନ୍‌ ଛକା ମାରିକା ଏକ ସାଧାରଣ କଥା। ବ୍ୟାଟ୍ସମ୍ୟାନ୍‌ ଛକା ମାରିଲେ ବଲ୍‌ ବାଉଣ୍ଡ୍ରି ବାହାରେ କିମ୍ବା ଗ୍ୟାଲୋରୀରେ ବସୁଥିବା ପ୍ରଶଂସକଙ୍କ ନିକଟକୁ...

ଏହି ମହାନ କ୍ରିକେଟର୍‌ଙ୍କୁ ସାହାଯ୍ୟ ମାଗିଥିଲେ କୋହଲି

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। କ୍ରିକେଟ୍‌ର ୩ ଫର୍ମାଟରେ ସେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି।...

ସଚିନଙ୍କ ୭ ରେକର୍ଡ, ଯାହା ଆଜି ପର୍ଯ୍ୟନ୍ତ ରହିଛି ଅତୁଟ

ଯେତେବେଳେ ବି କ୍ରିକେଟ କଥା ଆସେ, ସଚିନ ତେନ୍ଦୁଲକରଙ୍କ ନାମ ସର୍ବାଗ୍ରେ ଆସେ। ସଚିନଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସାରା ବିଶ୍ୱରୁ ଅନେକ କିମ୍ବଦନ୍ତୀ...

କେବଳ ସଚିନ ନୁହନ୍ତି, ଏମାନେ ମଧ୍ୟ…

ନୂଆଦିଲ୍ଲୀ, ୨୨।୧୨: ପ୍ରେମ ନା ମାନେ ବୟସ ନା ଆଉକିଛି। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ସହ ଟିମ୍‌ ଇଣ୍ଡିଆର ଅନ୍ୟ କେତେକ କ୍ରିକେଟରଙ୍କ ନାମ...

Advertisement
Archives

Model This Week