Posted inଜାତୀୟ

‘କେଉଁ ପ୍ରକାର ନିଶାର ପ୍ରଭାବରେ ଜନମତ ସର୍ଭେ କରାଯାଉଛି, ଆମକୁ ଜଣାନାହିଁ’

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ସୁହାଉଥିବା ଜନମତ ସର୍ଭେକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସବୁଠୁ ବଡ଼ ମିଛୁଆ କହିଛନ୍ତି।

“ଏହା ଜନମତ ସର୍ଭେ ନୁହେଁ। ଏଗୁଡ଼ିକ ହେଲା ଓପିଅମ ପୋଲ୍ସ। ଆମକୁ ଜଣାନାହିଁ, କେଉଁ ପ୍ରକାର ନିଶାର ପ୍ରଭାବରେ ସେମାନେ ଏଭଳି ଆକଳନ ଓ ତଥ୍ୟ ଦେଖାଉଛନ୍ତି” ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ କହିଛନ୍ତି। ଏଥିସହ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ପ୍ରଦର୍ଶିତ କରାଯାଉଥିବା ଜନମତ ସର୍ଭେ ଉପରେ ବ୍ୟାନ ଲଗାଇବା ପାଇଁ ତାଙ୍କ ଦଳ ପକ୍ଷରୁ କରାଯାଉଥିବା ଦାବିକୁ ସେ ଯର୍ଥାତ କହିଛନ୍ତି।

“ସେମାନଙ୍କ ବିଧାୟକ ନିର୍ବାଚନ ମଣ୍ଡଳୀରେ ପଶି ପାରୁ ନାହାନ୍ତି। ସେମାନଙ୍କୁ ମାଡ଼ ମରାଯାଉଛି। ସେମାନଙ୍କ ଏମ୍‌ପିଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରି କି ଉପ ମୁଖ୍ୟମନ୍ତ୍ରୀ ଅପମାନିତ ହେଉଛନ୍ତି। ଦଳର ବିଧାୟକ, ଏମ୍‌ପି ଓ ମନ୍ତ୍ରୀଙ୍କୁ ଏଭଳି ଅପମାନିତ କରାଯିବାର ଅର୍ଥ ରାଜ୍ୟବାସୀ ସେମାନଙ୍କ ବିରୋଧରେ ଅଛନ୍ତି। ତେବେ ଜନମତ ସର୍ଭେରେ କ’ଣ ଦର୍ଶାଯାଉଛି? ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି” ବୋଲି ସେ କହିଛନ୍ତି।

“ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ଦରଦାମ ବୃଦ୍ଧି ଓ ବେରୋଜଗାର ସମସ୍ୟା ଯୋଗୁ ପ୍ରଭାବିତ ହୋଇଛି। ଭାଜପା ଏ ସମ୍ପର୍କରେ ମୁହଁ ଖୋଲୁ ନାହିଁ। ଯଦି ଦରବୃଦ୍ଧି ଦୁଇ ଗୁଣା ଓ ଆୟ ଅଧା, ତେବେ ଖୁସି କେଉଁଠୁ ଆସିବ। ସେମାନେ ମିଛ ଭିଡିଓ, ବିଜ୍ଞାପନ ପ୍ରସାରିତ କରୁଛନ୍ତି। ସେମାନେ ବେଙ୍ଗଲ ଫ୍ଲାଏଓଭର, ଚାଇନାର ବିମାନ ବନ୍ଦର, ଆମେରିକାରେ କାର୍ଯ୍ୟାଳୟ ୟୁପିରେ ଦର୍ଶାଉଛନ୍ତି। ସେମାନଙ୍କ ପ୍ରତ୍ୟେକ ପ୍ରତିଶ୍ରୁତି ଜୁମଲା” ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri