Posted inଜାତୀୟ

‘କେଉଁ ପ୍ରକାର ନିଶାର ପ୍ରଭାବରେ ଜନମତ ସର୍ଭେ କରାଯାଉଛି, ଆମକୁ ଜଣାନାହିଁ’

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ସୁହାଉଥିବା ଜନମତ ସର୍ଭେକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସବୁଠୁ ବଡ଼ ମିଛୁଆ କହିଛନ୍ତି।

“ଏହା ଜନମତ ସର୍ଭେ ନୁହେଁ। ଏଗୁଡ଼ିକ ହେଲା ଓପିଅମ ପୋଲ୍ସ। ଆମକୁ ଜଣାନାହିଁ, କେଉଁ ପ୍ରକାର ନିଶାର ପ୍ରଭାବରେ ସେମାନେ ଏଭଳି ଆକଳନ ଓ ତଥ୍ୟ ଦେଖାଉଛନ୍ତି” ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ କହିଛନ୍ତି। ଏଥିସହ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ପ୍ରଦର୍ଶିତ କରାଯାଉଥିବା ଜନମତ ସର୍ଭେ ଉପରେ ବ୍ୟାନ ଲଗାଇବା ପାଇଁ ତାଙ୍କ ଦଳ ପକ୍ଷରୁ କରାଯାଉଥିବା ଦାବିକୁ ସେ ଯର୍ଥାତ କହିଛନ୍ତି।

“ସେମାନଙ୍କ ବିଧାୟକ ନିର୍ବାଚନ ମଣ୍ଡଳୀରେ ପଶି ପାରୁ ନାହାନ୍ତି। ସେମାନଙ୍କୁ ମାଡ଼ ମରାଯାଉଛି। ସେମାନଙ୍କ ଏମ୍‌ପିଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରି କି ଉପ ମୁଖ୍ୟମନ୍ତ୍ରୀ ଅପମାନିତ ହେଉଛନ୍ତି। ଦଳର ବିଧାୟକ, ଏମ୍‌ପି ଓ ମନ୍ତ୍ରୀଙ୍କୁ ଏଭଳି ଅପମାନିତ କରାଯିବାର ଅର୍ଥ ରାଜ୍ୟବାସୀ ସେମାନଙ୍କ ବିରୋଧରେ ଅଛନ୍ତି। ତେବେ ଜନମତ ସର୍ଭେରେ କ’ଣ ଦର୍ଶାଯାଉଛି? ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି” ବୋଲି ସେ କହିଛନ୍ତି।

“ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ଦରଦାମ ବୃଦ୍ଧି ଓ ବେରୋଜଗାର ସମସ୍ୟା ଯୋଗୁ ପ୍ରଭାବିତ ହୋଇଛି। ଭାଜପା ଏ ସମ୍ପର୍କରେ ମୁହଁ ଖୋଲୁ ନାହିଁ। ଯଦି ଦରବୃଦ୍ଧି ଦୁଇ ଗୁଣା ଓ ଆୟ ଅଧା, ତେବେ ଖୁସି କେଉଁଠୁ ଆସିବ। ସେମାନେ ମିଛ ଭିଡିଓ, ବିଜ୍ଞାପନ ପ୍ରସାରିତ କରୁଛନ୍ତି। ସେମାନେ ବେଙ୍ଗଲ ଫ୍ଲାଏଓଭର, ଚାଇନାର ବିମାନ ବନ୍ଦର, ଆମେରିକାରେ କାର୍ଯ୍ୟାଳୟ ୟୁପିରେ ଦର୍ଶାଉଛନ୍ତି। ସେମାନଙ୍କ ପ୍ରତ୍ୟେକ ପ୍ରତିଶ୍ରୁତି ଜୁମଲା” ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଲା ନିର୍ମାଣାଧୀନ କୋଠା: ଚାଲିଗଲା ୭ ଜୀବନ

ପୁଣେ,୪।୨: ମହାରାଷ୍ଟ୍ରର ପୁଣେର ୟେରୱାଡା ଶାସ୍ତ୍ରୀ ନାଗର ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ପୁଣେ ଫାୟାର ବ୍ରିଗେଡ କହିଛି ଯେ ଏହି ଦୁର୍ଘଟଣାରେ...

ରାସ୍ତାରେ ଗୀତ ବୋଲୁଥିବା ଯୁବକଙ୍କ ଭିଡ଼ିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ଶେୟାର କରିଥିବା ଏକ ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ରାସ୍ତାରେ ଗୀତ ବୋଲୁଥିବା ଦୁଇଜଣ ଯୁବକଙ୍କ...

ଝାଡ଼ଖଣ୍ଡ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ

ରାଞ୍ଚତ୍,୨୯।୧୧: ପ୍ରଥମ ପର୍ଯ୍ୟାୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ପାଲାମୌ, ଗୁମ୍‌ଲା, ଗରଓ୍ବା ଏବଂ ଲାଟେହାର...

ଭାଜପାକୁ ସର୍ବାଧିକ କର୍ପୋରେଟ୍‌ ଚାନ୍ଦା ଗୁଜରାଟରୁ ମିଳିଛି

ନୂଆଦିଲ୍ଲୀ,୨୮।୧୧(ପି.ଟି.): ୨୦୧୭ରୁ ୨୦୨୧ ମଧ୍ୟରେ ଗୁଜରାଟରୁ ଭାଜପା ସର୍ବାଧିକ କର୍ପୋରେଟ ଚାନ୍ଦା ପାଇଛି। ଏହି ଚାନ୍ଦା ପରିମାଣ କଂଗ୍ରେସ ପାଇଥିବା ଚାନ୍ଦାର ୧୬ ଗୁଣ ବୋଲି...

ଅକ୍ସିଜେନ ଅଭାବରୁ କାହାକୁ ମରିବାକୁ ଦେବୁ ନାହିଁ – କେଜରିଓ୍ବାଲ

ନୂଆଦିଲ୍ଲୀ, ୬ା୫ : ଯଦି କେନ୍ଦ୍ର ସରକାର ଆମକୁ ଆବଶ୍ୟକ ପରିମାଣର (ପ୍ରତ୍ୟେକ ଦିନ ୭୦୦ ଟନ) ଅକ୍ସିଜେନ ଯୋଗାନ୍ତି, ତେବେ ଦିଲ୍ଲୀରେ ଅକ୍ସିଜେନ ଅଭାବରୁ...

ଏପରି ସ୍ବତନ୍ତ୍ର ଡୁଡଲ୍‌ କରି ୨୦୨୧କୁ ବିଦାୟ ଦେଲା ଗୁଗଲ୍‌; ଥରେ ଛୁଇଁ କରି ଦେଖନ୍ତୁ…

ନୂଆଦିଲ୍ଲୀ,୩୧।୧୨: ଆଉ କେଇ ଘଣ୍ଟାର ଅପେକ୍ଷା। ଏବେଠାରୁ ନୂଆବର୍ଷକୁ ସ୍ବାଗତ କରିବାକୁ ସଜ ହେଲେଣି ଲୋକେ। ସେହିଭଳି ପୁରୁଣା ବର୍ଷକୁ ବିଦାୟ ଦେଉଛନ୍ତି ଅନେକେ। ଏହି...

ଆର୍‌ଟିଆଇ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୨୬।୭(ପି.ଟି.):ସୂଚନା ଅଧିକାର ଆଇନ (ସଂଶୋଧନ) ବିଲ୍‌ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ୨୨ ତାରିଖରେ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ଗୁରୁବାର ରାଜ୍ୟ ସଭାରେ...

ହାଓଡି ମୋଦିଙ୍କ ସହ ନେହେରୁ, ଇନ୍ଦିରାଙ୍କୁ ତୁଳନା କରି ଟ୍ରୋଲ ହେଲେ ଥରୁର

ନୂଆଦିଲ୍ଲୀ,୨୪।୯: କେରଳ ଥିରୁଭାନନ୍ତପୁରମ୍‌ର ଏମ୍‌ପି ତଥା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବତ୍ତର୍ମାନ ସେ...

Advertisement
Archives

Model This Week