ଅପରେଶନ ‘ସ୍ୟାଣ୍ଡ ଷ୍ଟର୍ମ’

ବାଲେଶ୍ୱର ଅଫିସ, ୫।୨: ବାଲେଶ୍ୱର ଉପଜିଲାପାଳ କୁନାଲ ମୋତିରାମ ଚଭନଙ୍କୁ ଆକ୍ରମଣ ପରେ ବାଲି ଚୋରା ଚାଲାଣକାରୀଙ୍କୁ ସାବାଡ୍‌ କରିବା ଲାଗି ଆକ୍ସନ ମୁଡ୍‌ରେ ଉଭୟ ପ୍ରଶାସନ ଓ ପୋଲିସ। ମୋରମ, ପଥର, ବାଲି ଓ ମାଟି ଚୋରା ଚାଲାଣକାରୀଙ୍କ ଉପରେ ଆରମ୍ଭ ହୋଇଛି ଅପରେଶନ ‘ସ୍ୟାଣ୍ଡ ଷ୍ଟର୍ମ’। ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏକ ଟିମ୍‌ ଶନିବାର ଏହି ଅପରେଶନ ଆରମ୍ଭ କରିଛନ୍ତି।
ବାଲେଶ୍ୱର ଜିଲା ବୁଢାବଳଙ୍ଗ ନଦୀ କୂଳରେ ଅନବରତ ଚାଲିଥିବା ବେଆଇନ ବାଲି ଉତ୍ତୋଳନ ଓ ଗଢ଼ି ଉଠିଥିବା ଇଟାଭାଟି ଉପରେ ଶନିବାର ଜିଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସେଠାରେ ବର୍ଷ ବର୍ଷ ଧରି ରହିଥିବା ଇଟାଭାଟିରେ ବୁଲଡୋଜର ଚଲାଯାଇ ଲାଲ୍‌ ପତାକା ପୋତାଯାଇ ବନ୍ଦ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୨ ଅଭିଯୁକ୍ତ ଚିତ୍ତରଞ୍ଜନ ବେହେରା ଓ ମନୋରଞ୍ଜନ ବେହେରାଙ୍କ ବେଆଇନ ଇଟାଭାଟି ଉପରେ ପ୍ରଶାସନ ବୁଲଡୋଜର ବୁଲାଇ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ୨ରୁ ଊଦ୍ଧର୍‌ବ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି। ଉଭୟଙ୍କ ଜମି ଚିହ୍ନଟ କରି ବେଆଇନ ଜାଗାରେ ପ୍ରଶାସନ ଲାଲ୍‌ ପତାକା ଉଡ଼ାଇଛି। କେଉଁଠି ବେଆଇନ ଅର୍ଥ ବିନିଯୋଗ ହୋଇଛି ତାହା ଉପରେ ମଧ୍ୟ ନଜର ରଖିଛି ପ୍ରଶାସନ। ଏହାସହ ଗଢ଼ି ଉଠିଥିବା ଘର ଟାଉନ୍‌ ପ୍ଲାନିଂ ନିୟମ ଅନୁସାରେ ହୋଇଛି କି ନାହିଁ ତାହାର ତଦାରଖ ପାଇଁ ବ୍ରିଟ୍‌ର ଏକ ଟିମ୍‌ ଆସି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ବୋଲି ବ୍ରିଟ୍‌ ସେକ୍ରେଟାରି ନବୀନ ଚନ୍ଦ୍ର ସିଂ କହିଛନ୍ତି। ପରବର୍ତ୍ତୀ ସମୟରେ ଚୋରାଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜୋରଦାର ହେବ ବୋଲି ଉପଜିଲାପାଳ କହିଛନ୍ତି। ପ୍ରଶାସନର ଆକ୍ସନ ଦେଖି ଇଟାଭାଟି ମାଲିକମାନେ ଫେରାର ହୋଇଯାଇଛନ୍ତି। ଅପରେଶନ ‘ସ୍ୟାଣ୍ଡ ଷ୍ଟର୍ମ’ ମାଧ୍ୟମରେ ଆଗାମୀ ଦିନରେ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚାଲିଥିବା ପଥରକ୍ୱାରୀ, ବାଲି ଉତ୍ତୋଳନ, ମୋରମ ଖନନ ଓ ପଥର ଚୋରଚାଲାଣ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଲେଶ୍ୱର ଏସ୍‌ପି ସାଗରିକା ନାଥ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri