ବିନା କାର୍ଯ୍ୟାନୁଷ୍ଠାନରେ ‘ଅପରେଶନ କ୍ଲିନ୍‌ ଅପ୍‌’

ଭୁବନେଶ୍ୱର, ୩୦ା୫(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲରେ ଚାଲିଛି ଅପରାଧୀଙ୍କ ରାଜ୍‌। ଜେଲ୍‌ର ସେଲ୍‌ ଭିତରୁ ହେଉଛି ଅପରାଧର ବ୍ଲୁ ପ୍ରିଣ୍ଟ୍‌। ବାହାରେ ଫୁଟୁଛି ଗୁଳି,ଗଡୁଛି ମୁଣ୍ଡ। ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଅପରାଧୀମାନେ ଅପରାଧ ନିୟନ୍ତ୍ରଣ କରୁଥିବାବେଳେ ନିଶା ସେବନ କରି ମଉଜ କରିବା ଘଟଣାର ଅନେକ ନଜିର ରହିଛି। ସ୍ଥିତି ବିଗିଡିଯିବା ପରେ ଏବେ ଶୋଇଯାଇଥିବା ଜେଲ ବିଭାଗ ଏବେ ଆରମ୍ଭ କରିଛି ‘ଅପରେଶନ କ୍ଲିନ୍‌ ଅପ୍‌’। ଚଢ଼ାଉ ଚାଲିଥିବାବେଳେ ଜେଲରୁ ପୁଳାପୁଳା ମୋବାଇଲ୍‌ ଫୋନ୍‌, ନିଶାଦ୍ରବ୍ୟ ସାଙ୍ଗକୁ ବିଭିନ୍ନ ବେଆଇନ ସାମଗ୍ରୀ ବିଭାଗର ନିଦ ହଜାଇ ଦେଇଛି। ତେବେ ମାସାଧିକ କାଳ କେବଳ ଚଢ଼ାଉ ଚାଲିଥିଲେ ମଧ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ଉପରେ ଏଯାଏ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ଜେଲ ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜେଲ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ଚାଲିଛି ‘ଅପରେଶନ କ୍ଲିନ୍‌ ଅପ୍‌’। ଜେଲକୁ ନିଶା କାରବାର ଓ ମୋବାଇଲ ଫୋନ୍‌ ମୁକ୍ତ କରିବା ପର୍ଯ୍ୟନ୍ତ ଏପରି ଅଭିଯାନ ଚାଲୁ ରହିବ ବୋଲି ମୁଖ୍ୟାଳୟ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ହେଲେ ଝାରପଡ଼ା ସ୍ପେଶାଲ ଜେଲରୁ କେବଳ ମାସକ ଭିତରେ ୨୧ ମୋବାଇଲ୍‌ ଫୋନ୍‌, ନିଶାଦ୍ରବ୍ୟ ମିଳିଥିଲେ ମଧ୍ୟ ଏସବୁ ଭିତରକୁ କିପରି ଗଲା ତାହାର ଉତ୍ତର ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ। ଜବତ ମୋବାଇଲ୍‌ ଫୋନ୍‌ରେ ବାରମ୍ବାର ଭଏସ୍‌ କଲ୍‌, ମେସେଜ୍‌, ଭିଡିଓ କଲିଂ ହୋଇଛି। ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ପୋଲିସ ଦକ୍ଷତା ହାସଲ କରିଥିବାବେଳେ କିପରି କାହାକୁ ଧରାଯାଇପାରୁନି ତାହା ରହସ୍ୟମୟ ହୋଇଯାଉଛି। ଏସବୁ ଘଟଣାରେ ଦାୟିତ୍ୱରେ ରହୁଥିବା ବରିଷ୍ଠ ଅଧିକାରୀଙ୍କର ପ୍ରମୁଖ ଭୂମିକା ରହୁଥିବାରୁ ପଦକ୍ଷେପ ନିଆଯାଉ ନ ଥିବା ଚର୍ଚ୍ଚା ଚାଲିଛି। କାରଣ ଏଠାରେ ରହୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ଓ ହାଇପ୍ରୋଫାଇଲ୍‌ କଏଦୀଙ୍କ ସେଲ୍‌ ନିକଟରୁ ହିଁ ଅଧିକାଂଶ ମୋବାଇଲ୍‌ ଫୋନ୍‌ ମିଳିଛି। ତଦନ୍ତ ଚାଲୁଥିବା କହି ବିଭାଗୀୟ ଅଧିକାରୀ ସଫେଇ ଦେଉଥିବାବେଳେ ଭିତରେ ଦୋଷ ଠେଲାଠେଲି ଚାଲିଥିବା ସୂଚନା ମିଳିଛି।

ଜେଲ ନିୟମ ଅନୁସାରେ, କୌଣସି ଅଭିଯୁକ୍ତ ବା କଏଦୀ ଜେଲ ଭିତରକୁ ଯିବାବେଳେ କ୍ୟାମେରା ସମ୍ମୁଖରେ ତନ୍ନତନ୍ନ କରି ଯାଞ୍ଚ କରାଯାଇଥାଏ। ଏଥିସହ କର୍ମଚାରୀମାନେ ନିୟମିତ ଜେଲ୍‌ ଭିତରେ ନିରୀକ୍ଷଣ ଓ ଯାଞ୍ଚ କରନ୍ତି। କଏଦୀଙ୍କ ପରିବାର ଲୋକେ ଖାଦ୍ୟ ପଠାଇଲେ ତାହା ବି ଯାଞ୍ଚ କରାଯାଇ ଭିତରକୁ ଯାଇଥାଏ। ସନ୍ଦେହ ହେଲେ ରଖିଦିଆଯାଇଥାଏ। ପ୍ରବେଶ ପଥରେ କଡ଼ା ଯାଞ୍ଚ ସହ ଚାରିପଟେ ସୁଉଚ୍ଚ ପ୍ରାଚୀର ଘେରି ରହିଥିବାବେଳେ ଭିତରକୁ ମୋବାଇଲ ଫୋନ୍‌ ଓ ନିଶାଦ୍ରବ୍ୟ ଭଳି ବେଆଇନ ସାମଗ୍ରୀ କିପରି ଯାଉଛି ତାହାର ବଡ଼ ତଦନ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ନାଁରେ ଟଙ୍କା ବଣ୍ଟା ଅଭିଯୋଗ ଆଣିଲେ ବିରୋଧୀ

ଭୁବନେଶ୍ବର,୨ା୧୧(ବ୍ୟୁରୋ): ରାଜନୀତି ପାଣି ଗୋଳିଆ କରିବାର ୨୨ ବର୍ଷର ଅଭିଜ୍ଞତା ବିଜେଡି ପାଖରେ ଅଛି। ଅତୀତରେ ହୋଇଥିବା ଉପନିର୍ବାଚନରେ କଳ, ବଳ, କୌଶଳ ବ୍ୟବହାର କରି...

ନିର୍ମାଣ ଶ୍ରମିକଙ୍କ ପ୍ରତି ଅବହେଳା

କେନ୍ଦ୍ରାପଡ଼ା ଅଫିସ,୨୫ା୧୧: ଶ୍ରମିକଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ସରକାରଙ୍କ ଯୋଜନା ପ୍ରଣୟନ ହୋଇଛି। ତାହାକୁ କାର୍ଯ୍ୟକାରୀ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସମେତ କର୍ମଚାରୀ...

ହଟସ୍ପଟ ଅଞ୍ଚଳରୁ ଲୋକେ ଆସୁଥିବାରୁ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା: ବିଏମ୍‌ସି କମିଶନର

ଭୁବନେଶ୍ୱର,୧୧।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି କରୋନା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି। ହଟସ୍ପଟ ଅଞ୍ଚଳରୁ...

ଭଙ୍ଗା ହେଲା ସ୍ମିତାରାଣୀ ବ୍ୟବହାର କରୁଥିବା ଲକର୍‌: କାଗଜପତ୍ର ଯାଞ୍ଚ କରୁଛନ୍ତି ଅଧିକାରୀ

ଧର୍ମଶାଳା, ୧୬।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି...

ଡିସେମ୍ବର ୧୫ରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା:ଗୋଟିଏ ସ୍ଥାନରେ ଦେଶର ଉତ୍କୃଷ୍ଟ ହସ୍ତଶିଳ୍ପ, ହସ୍ତତନ୍ତ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ) :ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଚତୁର୍ଦ୍ଦଶ...

ଅତିରିକ୍ତ ଡିଜି (ଆଧୁନିକୀକରଣ) ହେଲେ ସଞ୍ଜୟ କୁମାର

ଭୁବନେଶ୍ୱର,୨୪ା୫ (ବ୍ୟୁରୋ): କେନ୍ଦ୍ରୀୟ ଡେପୁଟେଶନରୁ ଫେରିବା ପରେ ଓଡ଼ିଶା କ୍ୟାଡରର ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି(ଆଧୁନିକୀକରଣ) ଭାବେ ଅବସ୍ଥାପିତ କରାଯାଇଛି।...

ରକ୍ତ କର୍କଟରେ ଆକ୍ରାନ୍ତ, ଚିକିତ୍ସାରେ ଅର୍ଥ ବାଧକ

ରାଉରକେଲା ଅଫିସ,୧୪।୩: ରାଉରକେଲା ସେକ୍ଟର-୧୬ରେ ରହୁଥିବା ଗରିବ ମହିଳା ସୁବର୍ଣ୍ଣମାଳା ପଟ୍ଟନାୟକ ରକ୍ତ କର୍କଟରେ ପୀଡ଼ିତ ଅଛନ୍ତି। ଏହି ରୋଗର ଉଚ୍ଚତର ଚିକିତ୍ସା ପାଇଁ ଅଧିକ...

ପରଜଙ୍ଗରେ କାଳବୈଶାଖୀ: ବ୍ୟାପକ କ୍ଷତି; ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଉଡ଼ିଲା ଛପର

ପରଜଙ୍ଗ, ୨୮।୫(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ବେଳେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବେଗରେ...

Advertisement
Archives

Model This Week