ଅପରେଶନ ‘ବ୍ରେକିଂ ଡନ୍‌’

ଗାଜା ସିଟି/ଜେରୁଜେଲମ, ୭।୮: ପ୍ରାୟ ବର୍ଷେ ଧରି ଗାଜାର ହମାସ୍‌ ଓ ଇସ୍‌ଲାମିକ୍‌ ଜେହାଦ ଆତଙ୍କବାଦୀ ଗୋଷ୍ଠୀଙ୍କ ବିରୋଧରେ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ବନ୍ଦ ଯୋଗୁ ଅପେକ୍ଷାକୃତ ଶାନ୍ତ ଥିବା ସୀମା ଏବେ ପୁଣି ଅଶାନ୍ତ ହୋଇପଡ଼ିଛି। ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି ଇସ୍ରାଏଲ ଅପରେଶନ ‘ବ୍ରେକିଂ ଡନ୍‌’ରେ ଶୁକ୍ରବାରଠାରୁ ୨ ଦିନ ହେଲା ଗାଜା ଉପରେ ଆକ୍ରମଣ ଜାରି ରଖିଛି। ଏକ ବିଲ୍ଡିଂ ଉପରେ ରକେଟ ମାଡ଼ ଯୋଗୁ ଇସ୍‌ଲାମିକ୍‌ ଜେହାଦ କମାଣ୍ଡର ତାୟସିର ଅଲ୍‌ଜବାରିଙ୍କ ସହ ଆଉ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଇସ୍ରାଏଲ ଆକ୍ରମଣରେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ୫ ବର୍ଷୀୟ ଶିଶୁ ରହିଛନ୍ତି। ଶନିବାର ମଧ୍ୟ ଗାଜାର କେତେକ ସ୍ଥାନରେ ଇସ୍ରାଏଲ ପକ୍ଷରୁ ରକେଟ ଓ ମିଶାଇଲ ମାଡ଼ କରାଯାଇଛି। ଜବାବରେ ପାଲେଷ୍ଟାଇନ ଆତଙ୍କବାଦୀମାନେ ଇସ୍ରାଏଲ ସହରକୁ ଟାର୍ଗେଟ କରି ୨ ଦିନ ମଧ୍ୟରେ ୧୬୦ରୁ ଊର୍ଦ୍ଧ୍ୱ ରକେଟ ମାଡ଼ କରିଛନ୍ତି। ଏଥିସହ ଇସ୍‌ଲାମୀୟ ଜିହାଦୀ ଏବଂ ଇସ୍ରାଏଲ ସୈନ୍ୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

ଦକ୍ଷିଣ ପଶ୍ଚିମ ପ୍ରାନ୍ତରେ ବିବାଦୀୟ ଭୂଖଣ୍ଡ ଗାଜାଷ୍ଟ୍ରିପ୍‌ ଅବସ୍ଥିତ। ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ଗାଜା ଷ୍ଟ୍ରିପ୍‌ରେ ପ୍ରାୟ ୨୩ ଲକ୍ଷ ପାଲେଷ୍ଟାଇନ୍‌ ନାଗରିକ ବାସ କରନ୍ତି। ଗାଜାଷ୍ଟ୍ରିପ୍‌ରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିବା ଇସ୍ରାଏଲ ଅଧିକାଂଶ ସମୟରେ ଅଭିଯୋଗ କରିଥାଏ। ଆତଙ୍କବାଦୀ ଗୋଷ୍ଠୀ ଇସ୍‌ଲାମିକ୍‌ ଜେହାଦ ଗାଜାଷ୍ଟ୍ରିପ୍‌ରୁ ଇସ୍ରାଏଲ ଉପରେ ଆକ୍ରମଣ ଯୋଜନା କରିଥିବା ଇସ୍ରାଏଲ ସେନା ସୂଚନା ପାଇଥିଲା। ଏହାକୁ ଭଣ୍ଡୁର କରିବାକୁ ଇସ୍ରାଏଲ ପକ୍ଷରୁ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରାଯାଇ ଶୁକ୍ରବାର ରକେଟ ମାଡ଼ କରାଯାଇଥିଲା। ଏହା ପୂର୍ବରୁ ଇସ୍ରାଏଲ ଯୋଜନାବଦ୍ଧ ଭାବେ ଗାଜାକୁ ଇନ୍ଧନ ଯୋଗାଣ ବନ୍ଦ କରିଥିଲା। ଏଥିଯୋଗୁ ସେଠାରେ ଥିବା ଏକମାତ୍ର ପାଓ୍ବାର ପ୍ଲାଣ୍ଟ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି।

ଗାଜାବାସିନ୍ଦାଙ୍କ ପାଇଁ ଦିନକୁ ମାତ୍ର ୪ ଘଣ୍ଟା ବିଦ୍ୟୁତ୍‌ ଯୋଗାଣ ହୋଇପାରୁଛି। ଓ୍ବେଷ୍ଟ ବ୍ୟାଙ୍କରୁ ଜଣେ ବରିଷ୍ଠ ଇସ୍‌ଲାମିକ୍‌ ଜେହାଦ ନେତା ଗିରଫ ହେବା ପରେ ଗାଜା ଏବଂ ଇସ୍ରାଏଲ ମଧ୍ୟରେ ସଦ୍ୟ ବିବାଦ ଆରମ୍ଭ ହୋଇଛି। ତୁରନ୍ତ ଅସ୍ତ୍ରବିରତି ପାଇଁ ଜାତିସଂଘ ସ୍ବତନ୍ତ୍ର ରାଷ୍ଟ୍ରଦୂତ ଟୋର୍‌ ଓ୍ବେନେସଲ୍ୟାଣ୍ଡ୍‌ ଆହ୍ବାନ ଦେଇଛନ୍ତି। ସେହିପରି ଉଭୟ ପକ୍ଷ ସଂଯମ ରକ୍ଷା କରିବାକୁ ୟୁରୋପୀୟ ସଂଘ ବୈଦେଶିକ ନୀତି ମୁଖ୍ୟ ଜୋସେପ୍‌ ବୋରେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?