ଖୋଲିଲା ରାଜମହଲ ବହୁତଳ କାର୍‌ ପାର୍କିଂ

ଭୁବନେଶ୍ୱର,୯।୧୨(ବ୍ୟୁରୋ):ରାଜମହଲ ନିକଟ ୟୁନିଟ-୨ସ୍ଥିତ ନୂତନ ବହୁତଳ କାର୍‌ ପାର୍କିଂକୁ ପରୀକ୍ଷାମୂଳକ ଭାବେ ଖୋଲାଯାଇଛି। ଗୁରୁବାର ସନ୍ଧ୍ୟାରେ ଏଠାରେ ଗାଡ଼ି ରଖିବାକୁ ସାଧାରଣ ଲୋକଙ୍କୁ ସୁଯୋଗ ମିଳିଛି। ନଭେମ୍ବର ୨୬ରେ ଶହୀଦନଗର ବହୁତଳ ପାର୍କିଂ କାର୍ଯ୍ୟକ୍ଷମ ହୋଇଥିବାବେଳେ ସହରର ଦ୍ୱିତୀୟ ବହୁତଳ କାର୍‌ ପାର୍କିଂସ୍ଥଳ ଭାବେ ୟୁନିଟ-୧ ହାଟ, ୟୁନିଟ-୨ ମାର୍କେଟ ବିଲ୍ଡିଂ ଆଦି ଅଞ୍ଚଳରେ ସୃଷ୍ଟି ହେଉଥିବା ପାର୍କିଂ ଓ ଯାତାୟାତ ସମସ୍ୟା ଦୂର କରିବ ବୋଲି ଆଶା କରାଯାଉଛି।
ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ) ପକ୍ଷରୁ ୦.୯୪୬ ଏକର ଜାଗାରେ ଏହି ବହୁତଳ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏଠାରେ ୪ଶହ କାର୍‌ ଓ ୭ଶହ ବାଇକ ଏକ ସମୟରେ ପାର୍କ ହୋଇ ପାରିବ। ଉଭୟ ଜାଗାରେ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା କାମ କରିବ। ପାର୍କିଂସ୍ଥଳକୁ ଆସିବା ପୂର୍ବରୁ ଲୋକେ ପାର୍କିଂ ଅଞ୍ଚଳ ଫାଙ୍କା ଅଛି କି ନାହିଁ ଜାଣିବା ସହ ଆଗୁଆ ସ୍ଲଟ୍‌ ବୁକିଂ କରିବା ସୁବିଧା ରହିଛି। ଏଠାରେ ମଧ୍ୟ ଶହୀଦନଗର ଭଳି ପାର୍କିଂ ଦେୟ ରହିଛି। କାର୍‌ ପାଇଁ ଘଣ୍ଟାକୁ ୪୦ ଟଙ୍କା, ୨ ଘଣ୍ଟାକୁ ୬୦ ଟଙ୍କା ଓ ୪ ଘଣ୍ଟାରୁ ଊଦ୍ଧର୍‌ବ ସମୟ ରହିଲେ ସର୍ବାଧିକ ୧୦୦ ଟଙ୍କା ଧାର୍ଯ୍ୟ ହୋଇଛି। ସେହିଭଳି ବାଇକ ପାଇଁ ୨୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଦୁଇ ଘଣ୍ଟା ରହିଲେ ୪୦ ଓ ୪ ଘଣ୍ଟାରୁ ଅଧିକ ସମୟ ରହିଲେ ୮୦ ଟଙ୍କା ଧାର୍ଯ୍ୟ ହୋଇଛି। ପ୍ରଥମ ଦିନରେ ପ୍ରାୟ ୪୦ଟି କାର୍‌ ଓ ବାଇକ ପାର୍କିଂ ହୋଇଥିଲା। ଲୋକମାନେ ଏହି ବହୁତଳ ପାର୍କିଂରେ ଗାଡ଼ି ରଖି ୧ ନମ୍ବର ହାଟ କିମ୍ବା ରାସ୍ତା ଅପରପାଶର୍‌ବକୁ ଯିବା ପାଇଁ ଏହି ଭୂତଳ ରାସ୍ତା ବ୍ୟବହାର କରିବେ। ଉଭୟ ପଟେ ଅନ୍‌ଷ୍ଟ୍ରିଟ୍‌ ପାର୍କିଂ ବନ୍ଦ ହେବ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ୟୁନିଟ-୧ ହାଟରୁ ମାର୍କେଟ ବିଲ୍ଡିଂକୁ ସଂଯୋଗ କରୁଥିବା ଭୂତଳ ରାସ୍ତାକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ବିଏମ୍‌ସି ଯୋଜନା କରିଛି। ଏଥିପାଇଁ ଭୂତଳ ରାସ୍ତା ସାମ୍ନାରେ ଥିବା ଜବରଦଖଲକୁ ହଟା ଯାଇଛି। ଲୋକମାନେ ଏହି ବହୁତଳ ପାର୍କିଂରେ ଗାଡ଼ି ରଖି ୧ ନମ୍ବର ହାଟ କିମ୍ବା ରାସ୍ତା ଅପରପାଶର୍‌ବକୁ ଯିବା ପାଇଁ ଭୂତଳ ରାସ୍ତା ବ୍ୟବହାର କରିବେ। ଏଥିସହ ଉଭୟ ପଟେ ଅନ୍‌ଷ୍ଟ୍ରିଟ୍‌ ପାର୍କିଂ ବନ୍ଦ ହେବ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ୟୁନିଟ-୧ ହାଟରୁ ମାର୍କେଟ ବିଲ୍ଡିଂକୁ ସଂଯୋଗ କରୁଥିବା ଭୂତଳ ରାସ୍ତାକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ବିଏମ୍‌ସି ଯୋଜନା କରିଛି। ଏଥିପାଇଁ ଭୂତଳ ରାସ୍ତା ସାମ୍ନାରେ ଥିବା ଜବରଦଖଲକୁ ହଟା ଯାଇଛି।
ସୂଚନାଯୋଗ୍ୟ, ଏହି ବହୁତଳ ପାର୍କିଂକୁ ୨୦୨୦ରେ ଶେଷ କରିବାକୁ ଧାର୍ଯ୍ୟ କରାଯାଇ ଥିଲେ ମଧ୍ୟ ଜବରଦଖଲ ସମସ୍ୟା ପାଇଁ ୧ ବର୍ଷରୁ ଊଦ୍ଧର୍‌ବ ସମୟ ବିଳମ୍ବ ହୋଇଛି। ଏହି ଜବରଦଖଲକୁ ନେଇ ହାଇକୋର୍ଟରେ ୩ଟି ମାମଲା ରହିଥିଲା। ସ୍ବତନ୍ତ୍ର ଓକିଲଙ୍କ ଜରିଆରେ ଏହି ମାମଲାକୁ ପୂର୍ବତନ କମିଶନର ସଞ୍ଜୟ ସିଂହ ୩ ମାସରେ ଫଏସଲା କରିବା ପରେ ଜବରଦଖଲ ହଟାଯାଇ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?