ମୁହଁ ଖୋଲିଲେ, ତଥାପି ଲୁଚାଇଲେ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଟଙ୍କା ପାଇଁ ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ମାୟା ଜାଲରେ ଫସାଇ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ କଳାକାରନାମା ଧୀରେ ଧୀରେ ପଦାକୁ ଆସୁଛି। ଗତ ଗୁରୁବାର ରାତିରୁ ସେ ଗିରଫ ହୋଇ ଜେଲ ଯାଇଥିଲେ ମଧ୍ୟ ତାଙ୍କ ବିଷୟରେ ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି ପୋଲିସ କମିଶନରଙ୍କ ପର୍ଯ୍ୟନ୍ତ କେହି ବି ସୂଚନା ଦେଉ ନ ଥିଲେ। ଗଣମାଧ୍ୟମ ଗୋଟିକ ପରେ ଗୋଟିଏ ଘଟଣା ପଦାକୁ ଆଣିବା ପରେ ବଦନାମ ଭୟରେ ଶେଷରେ କମିଶନରେଟ ପୋଲିସ୍‌ ମୁହଁ ଖୋଲିଛି। ହେଲେ ପୂର୍ବରୁ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ମାମଲା ସଂକ୍ରାନ୍ତ ସୂଚନା ଦେଇ ଅନେକ ପ୍ରସଙ୍ଗକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିବାରୁ କମିଶନରେଟ ପୋଲିସର କାର୍ଯ୍ୟଧାରାକୁ ନେଇ ବଡ଼ ପ୍ରଶ୍ନ ଉଠିଛି।
ରବିବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଖଣ୍ଡଗିରି ଥାନାରେ ଅକ୍ଟୋବର ୨ରେ ଅର୍ଚ୍ଚନାଙ୍କ ନାଁରେ ଜଣେ ଯୁବତୀ ଅଭିଯୋଗ କରିଥିଲେ। ଉକ୍ତ ଯୁବତୀଙ୍କ ସହ ପ୍ରଥମେ ଅର୍ଚ୍ଚନା ବନ୍ଧୁତା ସ୍ଥାପନ କରିଥିଲେ। ତାଙ୍କୁ ଅପବ୍ୟବହାର କରି ଅର୍ଚ୍ଚନା ଅଶ୍ଳୀଳ ଫଟୋ ରଖି ଏକାଧିକଙ୍କୁ ବ୍ଲାକମେଲ୍‌ କରିଥିଲେ। ଜଣେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ସହ ବନ୍ଧୁତା କରି ତାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇବାକୁ ଯୁବତୀଙ୍କୁ ବାଧ୍ୟ କରିଥିଲେ। ଏହାପରେ ଟଙ୍କା ମାଗିବାକୁ ମଧ୍ୟ କହିଥିଲେ। ଯୁବତୀ ଜଣକ ମନା କରିବାରୁ ଅର୍ଚ୍ଚନା ଧମକ ଦେବା ସହ ଡରାଇଥିଲେ। ଏନେଇ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଇପିସି ଦଫା ୩୮୫, ୩୮୬, ୩୮୭, ୪୨୦, ୫୦୬ ସହ ଆଇଟି ଆକ୍ଟରେ ଏକ ମାମଲା (ନଂ. ୪୯୬/୨୦୨୨) ରୁଜୁ କରାଯାଇ ତୁରନ୍ତ ତଦନ୍ତ ଆରମ୍ଭ ହୋଇଥିଲା। ଏଥିସହ ଅର୍ଚ୍ଚନାଙ୍କ ଘରୁ ୪ଟି ମୋବାଇଲ, ୨ଟି ଟାବ୍‌ଲେଟ୍‌, ଗୋଟିଏ ପେନ୍‌ ଡ୍ରାଇଭ୍‌, ବ୍ୟାଙ୍କ ପାସବୁକ୍‌, ଲାପଟପ୍‌ ଜବତ ହୋଇଛି। ତାଙ୍କ ନାମରେ ଥିବା ଜମିଜମା ସମ୍ପତ୍ତି ବିଷୟରେ ତଥ୍ୟ ଯୋଗାଡ଼ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ଆବଶ୍ୟକ ସମୟରେ ତାଙ୍କୁ ରିମାଣ୍ଡରେ ଅଣାଯିବାକୁ ଯୋଜନା କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଯୁବତୀଙ୍କୁ ମୋହରା ବନାଇ ଯେଉଁ ପ୍ରଯୋଜକଙ୍କୁ ସେ ଟଙ୍କା ମାଗିଥିଲେ ତାଙ୍କ ନାଁ ପୋଲିସ କହିନାହିଁ। ଏପରି କି ଯେଉଁ ପ୍ରଭାବଶାଳୀ ରାଜନେତାଙ୍କ ସହ ତାଙ୍କର ସମ୍ପର୍କ ରହିଛି ଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ସମ୍ପର୍କରେ ମଧ୍ୟ ଡିସିପି ମୁହଁ ଖୋଲିନାହନ୍ତି। ତେବେ ବ୍ଲାକ୍‌ମେଲ୍‌ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିବା ବ୍ୟକ୍ତିଜଣକ ପ୍ରଯୋଜକ ଅକ୍ଷୟ ପରିଜା ବୋଲି ସୂଚନା ମିଳିଛି।
ଫୋରେନ୍‌ସିକ୍‌ ଲାବ୍‌ରେ ମୋବାଇଲ, ପେନ୍‌ଡ୍ରାଇଭ୍‌, ଲାପଟପ୍‌ ଯାଞ୍ଚ
ଅର୍ଚ୍ଚନାଙ୍କ ଘରୁ ଜବତ ହୋଇଥିବା ମୋବାଇଲ, ପେନଡ୍ରାଇଭ୍‌, ଲାପଟପ୍‌ ଆଦିକୁ ଷ୍ଟେଟ୍‌ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଯାଇଛି। ସେଠାରେ ଏସବୁର ଯାଞ୍ଚ କରାଯାଉଛି ବୋଲି ଡିସିପି ସିଂ କହିଛନ୍ତି। ହେଲେ ଏସବୁଥିରେ ଅର୍ଚ୍ଚନାଙ୍କ କଳା କାର୍‌ନାମାର ଗୁମର ରହିଥିବା ଅନୁମାନ କରାଯାଉଛି। ଏକାଧିକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଗୁପ୍ତ ଭିଡିଓ ସହ ବ୍ଲାକ୍‌ମେଲ୍‌ର ଶିକାର ହୋଇଥିବା ନେତା, ପ୍ରଯୋଜକ, ବ୍ୟବସାୟୀଙ୍କ ଅଶ୍ଳୀଳ ଭିଡିଓ ରହିଥିବା ସନ୍ଦେହ କରାଯାଉଛି। କିନ୍ତୁ ଏଥିରେ ଅର୍ଚ୍ଚନାଙ୍କ କଳାକାରନାମାର ବଡ଼ ପ୍ରମାଣ ରହିଥିଲେ ମଧ୍ୟ ପୋଲିସ ଏଗୁଡ଼ିକୁ ପଦାକୁ ଆଣିବ ନା ଲୁଚାଇବାକୁ ଚେଷ୍ଟା କରିବ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ନୋଟିସ୍‌
ଅର୍ଚ୍ଚନା ଗିରଫ ହେବା ପରେ ତାଙ୍କ କଳା ସାମ୍ରାଜ୍ୟର ପ୍ରମୁଖ ଭାଗୀଦାରି ତଥା ସ୍ବାମୀ ଜଗବନ୍ଧୁଙ୍କ ବିଷୟରେ ଜୋର୍‌ସୋର ଚର୍ଚ୍ଚା ଲାଗି ଚାଲିଛି। ଜଗବନ୍ଧୁ ହିଁ ଅର୍ଚ୍ଚନାଙ୍କୁ ଏସବୁ କରିବାକୁ ଉତ୍ସାହିତ କରିବା ସହ ପ୍ରତି ମୁହୂର୍ତ୍ତରେ ଛିଡ଼ା ହେଉଥିଲେ। ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଜଗବନ୍ଧୁଙ୍କ ପାଖରେ ଏଯାଏ କାହିଁକି ପୋଲିସ ପହଞ୍ଚତ୍ପାରୁନାହିଁ ବୋଲି ପ୍ରଶ୍ନ ଉଠୁଥିଲା। ଏନେଇ ଡିସିପି କହିଛନ୍ତି, ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ଆମେ ନୋଟିସ୍‌ କରିଛୁ। ଅସ୍ତ୍ରୋପଚାର ହୋଇଥିବାରୁ ଜଗବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତେଣୁ ତାଙ୍କୁ ସିଧାସଳଖ ପଚରାଉଚରା କରାଯାଇନାହିଁ ବୋଲି ସେ କହିଛନ୍ତି।

ମେସେଞ୍ଜର ପରେ ହ୍ବାଟ୍‌ସଆପ୍‌ ଚାଟ୍‌ ଭାଇରାଲ୍‌

ରହସ୍ୟମୟୀ ଅର୍ଚ୍ଚନା କିଭଳି ଉପାୟରେ ଧନୀ ବ୍ୟକ୍ତିଙ୍କୁ ଫସାଇ ଟଙ୍କା ଲୁଟୁଥିଲେ ତାହାର ଅନେକ ପ୍ରମାଣ ଏବେ ପଦାକୁ ଆସିବାରେ ଲାଗିଛି। ମେସେଞ୍ଜର ଚାଟ୍‌ ପରେ ରବିବାର ହ୍ବାଟ୍‌ସ ଆପ୍‌ ଚାଟ୍‌ ଭାଇରାଲ ହେବାରେ ଲାଗିଛି। ଅର୍ଚ୍ଚନା ଜଣେ ଯୁବତୀଙ୍କ ସହ ଉକ୍ତ ଚାଟ୍‌ କରିଥିବା ଦେଖିବାକୁ ମିଳିଛି। ଏପରିକି ଉକ୍ତ ଯୁବତୀଙ୍କୁ ଅର୍ଚ୍ଚନା କିପରି ମନାଇବା ସହ ବ୍ଲାକ୍‌ମେଲ୍‌ ପାଇଁ ଯୋଜନା କରୁଛନ୍ତି ତାହା ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଯୁବତୀ କହୁଛନ୍ତି, ବହୁତ ଟଙ୍କା ଦେବା କଥା କହିବାରୁ ସେମାନଙ୍କ କଥାରେ ମୁଁ ରାଜି ହୋଇଥିଲି। ଏବେ ନ ମାନିଲେ ଜୀବନ ପ୍ରତି ବିପଦ ଅଛି। ଏପଟେ ଅର୍ଚ୍ଚନା କହୁଛନ୍ତି, ଯାହା ବି ମାଗିବ ଆମେ ତମକୁ ଦେବୁ। ହେଲେ କାହା କଥାରେ ଯୁବତୀ ଜଣକ ରାଜି ହୋଇଥିଲେ, ଜୀବନ ପ୍ରତି ବିପଦ ଆଶଙ୍କା ସୃଷ୍ଟି କରୁଥିବା ବ୍ୟକ୍ତିଜଣକ କିଏ ଓ ଉକ୍ତ ବ୍ୟକ୍ତିଜଣକ କେହିଜଣେ ପ୍ରଭାବଶାଳୀ ରାଜନେତା ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri