କଟକଣାରେ ଖୋଲିଲା

ଭୁବନେଶ୍ୱର, ୩।୮ (ବ୍ୟୁରୋ): ଦୀର୍ଘ ୩ ମାସର କରୋନା କଟକଣା ପରେ ସୋମବାର ରାଜଧାନୀରେ ଶପିଂ ମଲ, ପାର୍କ ଓ ରେଷ୍ଟୁରାଣ୍ଟ ଖୋଲିଛି। ପ୍ରଥମ ଦିନରେ ସହରରେ ନୂଆ ଚିତ୍ର ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ସହରବାସୀ ପାର୍କ ମୁହାଁ ହୋଇଥିଲେ। ଦୀର୍ଘଦିନ ଧରି ପାର୍କ ବନ୍ଦ ଥିବାରୁ ଲୋକମାନେ ପ୍ରାତଃ ଭ୍ରମଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାସ୍ତାରେ ପ୍ରାତଃଭ୍ରମଣ ବେଳେ ସତର୍କତାର ସହ ଯିବାଆସିବା କରିବାକୁ ପଡୁଥିଲା। ଏବେ ପାର୍କ ଖୋଲିଥିବାରୁ ସେମାନେ ଏହାର ସୁଯୋଗ ହାତଛଡ଼ା କରିବାକୁ ଚାହିଁ ନ ଥିଲେ। ମାସ୍କ ପିନ୍ଧି ଲୋକମାନେ ବିଭିନ୍ନ ପାର୍କରେ ପ୍ରାତଃ ଭ୍ରମଣ ସହ ଯୋଗ ଓ ମୁକ୍ତାକାଶ ଜିମ୍‌ର ସୁବିଧା ନେଇଥିଲେ। ସେହିଭଳି ମଲ୍‌ରେ ଆରମ୍ଭରୁ ସେତେଟା ଭିଡ ଦେଖିବାକୁ ମିଳି ନ ଥିଲେ ମଧ୍ୟ ରାଜଧାନୀ ରାସ୍ତାରେ ଗାଡିମୋଟର ସଂଖ୍ୟା ବଢ଼ିଯାଇଥିଲା। ତେବେ କରୋନା ଗାଇଡ୍‌ଲାଇନକୁ ଅନୁପାଳନ ପୂର୍ବକ ମଲ୍‌ କର୍ତ୍ତୃପକ୍ଷ ବେଶ୍‌ ସଚେତନ ଥିବା ଦେଖାଯାଇଥିଲା। ମଲ୍‌ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସମସ୍ତଙ୍କୁ ହାତ ସାନିଟାଇଜ୍‌ କରିବାକୁ କୁହାଯାଇଥିଲା। ମୁହଁରେ ମାସ୍କ ଲଗାଇବା ସହ ମଲ୍‌ ଭିତରକୁ ଯାଉଥିବା ସମସ୍ତ ବ୍ୟକ୍ତିଙ୍କୁ ଟିକାର ଡବଲ୍‌ ଡୋଜ୍‌ ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ ଥିଲା। ସେହିପରି ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିଥିବାରୁ ମାଲିକମାନେ ମଧ୍ୟ ସେପରି ଆୟୋଜନ କରିଥିଲେ। ପୂର୍ବରୁ କେବଳ ପାର୍ସଲ ନେବାକୁ ନିର୍ଦ୍ଦେଶ ରହିଥିଲା। ଏବେ ଅନୁମତି ମିଳିବା ପରେ ଗ୍ରାହକମାନେ ରେଷ୍ଟୁରାଣ୍ଟରେ ବସି ଖାଇବାର ମଜା ଉଠାଇ ଥିଲେ। ରାସ୍ତାକଡରେ ଉଠାଦୋକାନୀମାନେ ବ୍ୟବହାର ଆରମ୍ଭ କରିଥିବାବେଳେ ଗ୍ରାହକମାନେ ଠିଆ ହୋଇ ଖିଆପିଆ କରିବାର ପୁରୁଣା ଅନୁଭୂତିକୁ ସାଉଣ୍ଟିଥିଲେ।
ବ୍ୟବସାୟ ସହିତ ଶପିଂ ମଲ୍‌ଗୁଡିକ ସରକାରଙ୍କ ଏସଓପି ଠିକ୍‌ ଭାବେ ପାଳନ କରୁଛନ୍ତି କି ନାହିଁ ସେ ନେଇ ବିଏମ୍‌ସି ପକ୍ଷରୁ ନଜର ରଖାଯିବ। ନିୟମ ଅନୁଯାୟୀ ପ୍ରାପ୍ତ ବୟସ୍କଙ୍କ ପାଇଁ ଟିକାକରଣ ପ୍ରମାଣପତ୍ର, ମାସ୍କ, ସାମାଜିକ ଦୂରତା ଆଦିକୁ ମଲ୍‌ କର୍ତ୍ତୃପକ୍ଷ କେତେଦୂର ପାଳନ କରୁଛନ୍ତି ତାହାର ତଦାରଖ କରିବା ପାଇଁ ବିଏମ୍‌ସି ପକ୍ଷରୁ ଆବଶ୍ୟକ ସ୍ଥଳେ ଚେକିଂ କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri