ଭୁବନେଶ୍ୱରରେ ଖୋଲିଲା କେଏଲ୍‌ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ କାର୍ଯ୍ୟାଳୟ

ଭୁବନେଶ୍ୱର, ୮।୫(ବ୍ୟୁରୋ):  କେ.ଏଲ୍‌. ଡିମ୍‌ଡ୍‌ ଟୁ ବି ୟୁନିଭର୍ସିଟି ଆନ୍ଧ୍ରପ୍ରଦେଶର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିଛି। ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସତ୍ୟନଗରଠାରେ ଏହି କାର୍ଯ୍ୟାଳୟର ଉଦ୍‌ଘାଟନ କରିଥିଲେ। ଏହା ପ୍ରତିଭାବାନ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ିବା ସହ ବିଭିନ୍ନ ଶିକ୍ଷାଗତ ପାଠ୍ୟକ୍ରମ ଯୋଗାଇବ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଆଡ୍‌ମିଶନ ନିର୍ଦ୍ଦେଶକ ଡ. ଜେ. ଶ୍ରୀନିବାସା ରାଓ ‘ମେରିଟ୍‌ ସ୍କଲାରଶିପ୍‌’ ଓ ‘କେଏଲ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ୨୦୨୨’ର ତାରିଖ ଘୋଷଣା କରିଥିଲେ। ଆସନ୍ତା ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଏପର୍ଯ୍ୟନ୍ତ ଦେଶ ବିଦେଶରେ ୫୦ହଜାରରୁ ଅଧିକ ଛାତ୍ରୀଛାତ୍ର ଆବେଦନ କରିଛନ୍ତି। ନାମଲେଖାରେ ମେଧାବୀ ଛାତ୍ରୀଛାତ୍ରଙ୍କୁ ଅଧିକ ପ୍ରାଧାନ୍ୟ ଦେଉଛି ବିଶ୍ୱବିଦ୍ୟାଳୟ। ତେଣୁ ଚଳିତ ବର୍ଷ ଅଧିକରୁ ଅଧିକ ଛାତ୍ରୀଛାତ୍ର ଯେପରି ସ୍କଲାରଶିପ ଓ ପ୍ରବେଶିକା ପରୀକ୍ଷା ଦେଇପାରିବେ ସେଥିପାଇଁ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ଆଦି କେତେକ ନୂଆ ପଦକ୍ଷେପ ନିଆଯାଇଛି। ଏଥିସହ ଦୁର୍ବଳ ଶ୍ରେଣୀର ମେଧାବୀ ପିଲାଙ୍କ ପାଇଁ ଚଳିତ ବର୍ଷ ୧୦୦ କୋଟିର ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ଡ. ରାଓ କହିଛନ୍ତି। ସେ କହିଛନ୍ତି, ଗତବର୍ଷ ଆମେ ଭୁବନେଶ୍ୱରର ବହୁ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଛୁ। କରୋନା ମହାମାରୀ ସତ୍ତ୍ୱେ ବିଶ୍ୱବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରୀଛାତ୍ର ପ୍ଲେସ୍‌ମେଣ୍ଟ ପାଇଥିଲେ। ବିଶ୍ୱବିଦ୍ୟାଳୟରୁ ଛାତ୍ରୀଛାତ୍ର ଡେଲାଏଟ୍‌, ମାଇକ୍ରୋସଫ୍ଟ, ଆମାଜନ୍‌, ଆକ୍ସେଣ୍ଡେର, ୱିପ୍ରୋ, ୱାଲ୍‌ମାର୍ଟ ଲ୍ୟାବ୍‌ ଆଦି କମ୍ପାନୀରେ ଚାକିରି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆହୁରି ସୁଦୃଢ଼ ହେବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା’

ଭୁବନେଶ୍ୱର,୧୩।୬(ବ୍ୟୁରୋ): ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଆହୁରି ସୁଦୃଢ଼ ହେବ। ଯାହା ଆବଶ୍ୟକ, ଖୁବ ଶୀଘ୍ର କାମ ଆରମ୍ଭ ହେବ। ଏସଆରସି...

ରାଜ୍ୟସ୍ତରୀୟ ପେନ୍‌ସନ, ଭବିଷ୍ୟନିଧି ଅଦାଲତ

ଭୁବନେଶ୍ୱର,୨୧।୧(ବ୍ୟୁରୋ):ଭୁବନେଶ୍ୱରସ୍ଥିତ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟସ୍ତରୀୟ ପେନ୍‌ସନ ଓ ଭବିଷ୍ୟନିଧି ଅଦାଲତ ଏ.ଜି. ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ମହାଲେଖାକାର ବିଭୁଦତ୍ତ...

ସରକାରୀ ତଥ୍ୟକୁ ଭରସା କର

କଟକ ଅଫିସ୍‌,୧୧ା୪: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ୱରେ ଭୟ ଦେଖାଦେଇଛି। ଏହି ଭୟ ଦେଖାଇ ଅନ୍‌ଲାଇନ୍‌ରେ ଠକେଇ ମଧ୍ୟ ଚାଲିଛି ।...

ଆଜିଠାରୁ କୁଆଖାଇ ପୋଲରେ ଯାତାୟାତ ବନ୍ଦ

ଭୁବନେଶ୍ୱର,୨।୩(ବ୍ୟୁରୋ): ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ମଙ୍ଗଳବାରଠାରୁ ଯାତାୟାତ ବନ୍ଦ ରହିବ। ପୋଲର ମରାମତି ପାଇଁ ମାସେ ପର୍ଯ୍ୟନ୍ତ ଅର୍ଥାତ ମେ’...

ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ଜୟପୁର, ୭।୧(ନି.ପ୍ର): କୋରାପୁଟ ଜିଲା ବୋରିଗୁମ୍ମାରେ କାର୍ଯ୍ୟରତ ଆରଡବ୍ଲୁଏସ୍‌ଏସ୍‌ର ନିଖୋଜ କନିଷ୍ଠ ଯନ୍ତ୍ରୀ ଭେଙ୍କଟେଶ୍ୱର ରାଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହରଡାଗୁଡା ନିକଟସ୍ଥ ମୂଷା ମାଟି...

ଇଲେକ୍ଟୋରାଲ ବଣ୍ଡ୍‌ ଏକ ବଡ଼ ଦୁର୍ନୀତି: ଦୀପା

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଇଲେକ୍ଟୋରାଲ ବଣ୍ଡକୁ ବିରୋଧ କରି ଦୁଇଦିନ ଧରି ପାର୍ଲାମେଣ୍ଟର ଉଭୟ ଗୃହରେ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଇଲେକ୍ଟୋରାଲ ବଣ୍ଡ୍‌ ଏକ...

ସିଏସ୍‌ଏନ୍‌ଆର୍‌ ଓ ସିଏଚ୍‌ଆର୍‌ଆଇ ପକ୍ଷରୁ ଅପରାଧ ରିପୋର୍ଟ ପ୍ରକାଶ : ଭୁବନେଶ୍ୱର ପୋଲିସ ଜିଲାରେ ସର୍ବାଧିକ ମାମଲା

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ସିଏସ୍‌ଏନ୍‌ଆର୍‌ ଓ ସିଏଚ୍‌ଆର୍‌ଆଇ ପକ୍ଷରୁ ରାଜ୍ୟର ୪ ପୋଲିସ ଜିଲାର ଅପରାଧ ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ୨୦୧୭ ରୁ ୨୦୧୮ ମେ’...

କରୋନା: ୮୯୦ କୋଟି ଦ୍ୱିତୀୟ କିସ୍ତି ମଞ୍ଜୁର କଲା କେନ୍ଦ୍ର

ଭୁବନେଶ୍ୱର,୭ା୮(ବ୍ୟୁରୋ): କେନ୍ଦ୍ର ସରକାର କୋଭିଡ-୧୯ ମୁକାବିଲା କରିବାକୁ ଜରୁରୀ ସ୍ବାସ୍ଥ୍ୟସେବା ପ୍ୟାକେଜର ଦ୍ୱିତୀୟ କିସ୍ତି ବାବଦରେ ଓଡିଶା ସମେତ ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ...

Advertisement
Archives

Model This Week