ବିପଦ ବଢ଼େଇବ ଖୋଲା ବଜାର

ବିଚିତ୍ର ବିଶ୍ୱାଳ

ବିବାଦୀୟ କୃଷି ଆଇନ ତିନୋଟିକୁ ନେଇ ସାରା ଦେଶ ଏବେ ଦୁଇ ଭାଗ ହୋଇଯାଇଛି। ସରକାର ଓ ତାଙ୍କ ସମର୍ଥକମାନେ କହୁଛନ୍ତି, ଚାଷୀର ଉପତ୍ାଦକୁ କିଣିବା ପାଇଁ ବଜାରକୁ ଖୋଲା କରିଦେଲେ ଉପତ୍ାଦର ଉଚିତ୍‌ ମୂଲ୍ୟ ମିଳିପାରିବ ଓ ଚାଷୀ ଲାଭବାନ୍‌ ହେବେ। ଅନ୍ୟପକ୍ଷରେ ଆଇନ ତିନୋଟିକୁ ବିରୋଧ କରୁଥିବା ଚାଷୀ ଓ ବୁଦ୍ଧିଜୀବୀମାନେ କହୁଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟକୁ କଡ଼ାକଡ଼ି ନ କରି ଚାଷୀର ଉପତ୍ାଦକୁ ଖୋଲା ବଜାରରେ ଛାଡ଼ିଦେଲେ ଚାଷୀ ଅଧିକ ଶୋଷଣର ଶିକାର ହେବ ଓ ଅଧିକ କ୍ଷତି ସହିବ। ଚାଷୀର ଅବସ୍ଥା ଆହୁରି ସଂକଟାପନ୍ନ ହେବ। ମୁଖ୍ୟତଃ ଏହି ଦୁଇ ପ୍ରକାର ବୁଝାମଣା ଉପରେ କୃଷି ଆଇନ ତିନୋଟିକୁ ବିରୋଧ କରାଯାଉଛି ବା ସମର୍ଥନ କରାଯାଉଛି। ଏବେ ଆମେ ଭିନ୍ନ ଭିନ୍ନ ଦେଶର ପରିସ୍ଥିତିକୁ ତର୍ଜମା କରି ଦେଖିବା ଯେ, ଚାଷୀର ଉପତ୍ାଦ ପାଇଁ ବଜାର ଖୋଲା କରିଦେଲେ ଚାଷୀର ବାସ୍ତବ ଅର୍ଥରେ ଲାଭ ହେବ କି କ୍ଷତି ହେବ!
ସଂପ୍ରତି ଉଦାରୀକରଣ ଅର୍ଥନୀତି ସମୟରେ ଗୋଟିଏ କଥା ବାରମ୍ବାର କୁହାଯାଉଛି ଯେ, ସମସ୍ତଙ୍କ ପାଇଁ ବଜାର ଖୋଲା କରିଦେଲେ ଏକ ପ୍ରତିଯୋଗିତାମୂଳକ ପରିସ୍ଥିତି ସୃଷ୍ଟି ହୋଇ ଉଭୟ ଉପତ୍ାଦକ ଓ ଖାଉଟି ଲାଭବାନ୍‌ ହେବେ। ଏହି ଆଧାରରେ ହଁି କୁହାଯାଉଛି, ଚାଷୀମାନଙ୍କ ଉପତ୍ାଦକୁ କିଣିବା ପାଇଁ ବଜାରକୁ ଖୋଲି ଦେଲେ ଚାଷୀମାନେ ମୂଲଚାଲ କରିବାର ସୁଯୋଗ ପାଇବେ ଓ ନିଜ ଉପତ୍ାଦକୁ ଅଧିକ ଦାମ୍‌ରେ ବିକିବା ପାଇଁ ସକ୍ଷମ ହୋଇପାରିବେ। କିନ୍ତୁ ଏହି କଥା କହିବା ବେଳେ ଗୋଟିଏ କଥା ଆମେ ବାରମ୍ବାର ଭୁଲିଯାଉଛେ ଯେ, ପ୍ରତିଯୋଗିତା କେବଳ ସମାସ୍କନ୍ଧଙ୍କ ମଧ୍ୟରେ ସମ୍ଭବ। ଯଦି ଦୁଇ ଜଣ ସମାସ୍କନ୍ଧ ନ ହେବେ, ଅର୍ଥାତ୍‌ ଜଣେ ବହୁତ ବଡ଼ ଧନୀ ଓ ଜଣେ ଅତ୍ୟନ୍ତ ଗରିବ ହେବ, ତେବେ ସେମାନଙ୍କ ମଧ୍ୟରେ କେବେ ବି ସୁସ୍ଥ ପ୍ରତିଯୋଗିତା ସମ୍ଭବ ନୁହେଁ। ପ୍ରତିଯୋଗିତା ନାଁରେ ସେମାନଙ୍କ ମଧ୍ୟରେ ଯାହା ହେବ, ତାହା ହେଉଛି ଶକ୍ତିଶାଳୀର ଦୁର୍ବଳ ଉପରେ ଅତ୍ୟାଚାର। କାରଣ ବଡ଼ ମାଛ ଓ ଛୋଟ ମାଛ ମଧ୍ୟରେ କେବେ ବି ପ୍ରତିଯୋଗିତା ସମ୍ଭବ ନୁହେଁ। ବଡ଼ ମାଛ ଓ ଛୋଟ ମାଛକୁ ଖୋଲାରେ ଛାଡ଼ିଦେଲେ ବଡ଼ ମାଛ ଛୋଟ ମାଛକୁ ଖାଇଯିବ। ସେମିତି ବାଘ ଓ ଛେଳି ମଧ୍ୟରେ କେବେ ବି ପ୍ରତିଯୋଗିତା ସମ୍ଭବ ନୁହେଁ। ପ୍ରକାରାନ୍ତରେ ବାଘ ଛେଳିକୁ ଖାଇବା ହଁି ସାର ହେବ। ଠିକ୍‌ ସେହିପରି ଚାଷୀମାନଙ୍କ ଉପତ୍ାଦକୁ କିଣିବା ପାଇଁ ବଜାର ଖୋଲିଦେଲେ, ବଜାରରେ ଥିବା ବଡ଼ ଖେଳାଳିମାନେ ଅର୍ଥାତ୍‌ ବଡ଼ ବଡ଼ ଧନ କୁବେର କଂପାନୀଗୁଡ଼ିକ ଚାଷୀର ଉପତ୍ାଦକୁ କମ୍‌ ଦାମ୍‌ରେ କିଣିବେ ଓ ଖାଉଟିକୁ ଅଧିକ ଦାମ୍‌ରେ ବିକିବେ। ଏହି ଧନ କୁବେରମାନଙ୍କ ସହିତ ଗରିବ ଚାଷୀ କେବେ ବି ମୂଲଚାଲ କରିବାକୁ ସକ୍ଷମ ହୋଇପାରିବ ନାହିଁି। ଏଥିରେ କେବଳ ଚାଷୀ ନୁହେଁ, ଭବିଷ୍ୟତରେ ଖାଉଟିମାନେ ବି କ୍ଷତି ସହିବେ। ଏହି ପ୍ରକାର ଖୋଲା ବଜାରର ବିଚାର ବହୁତ ପୂର୍ବରୁ ଅନେକ ଦେଶ ଆପଣେଇ ସାରିଛନ୍ତି ଓ ସେହି ସବୁ ଦେଶର ଚାଷୀମାନେ ଏବେ ତାହାର ପରିଣାମ ଭୋଗ କରୁଛନ୍ତି।
ବିକାଶର କଥା ଆସିଲେ, ସବୁବେଳେ ଉଦାହରଣ ଦିଆଯାଉଥିବା ଦେଶ ଆମେରିକାର କୃଷି ସଚିବ ଟମ୍‌ ଭିଲ୍‌ସାକ୍‌ ଗତ ଏପ୍ରିଲ ୨ ତାରିଖରେ ଏକ ଟୁଇଟ୍‌ କରି କହିଛନ୍ତି ଯେ, ଆମେରିକାର ୯୦% କୃଷକ ଚାଷରୁ ଲାଭ ପାଇପାରୁନାହାନ୍ତି। ତେଣୁ ଆମର କୃଷି ଓ ଖାଦ୍ୟ ବ୍ୟବସ୍ଥାରେ ସଂସ୍କାର ଆଣିବାର ସମୟ ଆସିଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଅନେକ ଆଗରୁ ଆମେରିକାରେ ଚାଷୀମାନଙ୍କ ଉପତ୍ାଦକୁ କିଣିବା ପାଇଁ ବଜାର ଖୋଲି ଦିଆଯାଇଛି। ବର୍ତ୍ତମାନ ପରିଣାମ ହେଉଛି ଯେ, ଚାଷୀମାନେ ତାଙ୍କ ଉପତ୍ାଦର ଉଚିତ୍‌ ମୂଲ୍ୟ ପାଉନାହାନ୍ତି। କୃଷି ଓ ଖାଦ୍ୟ ନୀତି ବିଶାରଦ ଦେବୀନ୍ଦର ଶର୍ମା କୁହନ୍ତି, ଏହା ବିଶ୍ୱାସ କରିବାକୁ କଷ୍ଟ ହେଲେ ମଧ୍ୟ ସତ୍ୟ ଯେ କାନାଡ଼ାରେ ଆଜି ଚାଷୀମାନେ ଗହମର ଯେତିକି ମୂଲ୍ୟ ପାଉଛନ୍ତି, ଶହେ ବର୍ଷ ତଳେ ପାଉଥିବା ମୂଲ୍ୟଠାରୁ କମ୍‌। ଆମେରିକାରେ ମଧ୍ୟ ପରିସ୍ଥିତି ଠିକ୍‌ ଏହିପରି। ତା’ହେଲେ ଖୋଲା ବଜାର ଚାଷୀମାନଙ୍କୁ ଆଣି କେଉଁଠି ପହଞ୍ଚେଇଲା? ଏହା ମଧ୍ୟ ନୁହେଁ ଯେ, ଗହମର ଚାହିଦା ସେହିସବୁ ଦେଶରେ କମିଛି। ଗହମ ଏକ ମୁଖ୍ୟ ଖାଦ୍ୟ ହୋଇଥିବା ଯୋଗୁ ଏହାର ଚାହିଦା ବଢ଼ୁଥିବା ବେଳେ ଓ ଚାଷୀର ଉପତ୍ାଦ କିଣିବା ପାଇଁ ବଜାର ଖୋଲି ଦିଆଯାଇଥିବା ବେଳେ, ପୁଣି ଚାଷୀମାନେ ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି କାହଁିକି? ୟୁନାଇଟେଡ୍‌ ଷ୍ଟେଟ୍‌ସ ଫାର୍ମର ୟୁନିଅନ୍‌ ଅନୁସାରେ ଗତ ଚାଳିଶ ବର୍ଷ ହେବ ନିୟମିତ ଭାବେ ଆମେରିକାରେ ମଟର ଚଣାର ମୂଲ୍ୟ କମି କମି ଚାଲିଛି ଓ ପରିଣାମ ସ୍ବରୂପ ପ୍ରତି ଚାରି ଜଣରୁ ତିନି ଜଣ ମଟର ଚଣା ଚାଷୀ ଚାଷ ଛାଡ଼ି ସାରିଲେଣି। ଏହା ସେତେବେଳେ ହୋଇଛି, ଯେତେବେଳେ ମଟର ଚଣାର ଚାହିଦା ଆମେରିକାରେ ବହୁତ ଉଚ୍ଚରେ ଅଛି। ଆମେରିକାରେ ପ୍ରତି ପାଉଣ୍ଡ ମଟର ଚଣାର ମୂଲ୍ୟ ୧୯୮୦ରେ ୧ ଡଲାର ଥିବା ବେଳେ ୨୦୨୦ରେ ୦.୨୫ ଡଲାର ହୋଇଛି। ହାରାହାରି ୭୫% ମୂଲ୍ୟ ହ୍ରାସ ହୋଇଛି। ଏହା ଆଦୌ ବି ଅତ୍ୟଧିକ ପରିମାଣର ଉପତ୍ାଦନ ପାଇଁ ହୋଇନାହଁି। ୱାଶିଂଟନ୍‌ ପୋଷ୍ଟର ଏକ ରିପୋର୍ଟ ଅନୁସାରେ କେବଳ ତିନୋଟି କଂପାନୀ ଆମେରିକାରେ ମଟର ଚଣା ବଜାରକୁ ନିୟନ୍ତ୍ରଣ କରୁଛନ୍ତି ଓ ସେମାନେ ଜାଣି ଜାଣି ମଟର ଚଣାର ମୂଲ୍ୟକୁ କମ୍‌ ରଖୁଛନ୍ତି। ଏହା ଚାଷୀମାନଙ୍କ ବିରୋଧରେ ଏକ ପ୍ରକାର ମ୍ୟାଚ୍‌ ଫିକ୍ସିଂ ଭଳି। ୧୨ ହଜାର ମଟର ଚଣା ଚାଷୀ ଏହା ବିରୋଧରେ ଆଇନଗତ ପଦକ୍ଷେପ ନେବାରୁ ଏହି ତିନୋଟି କଂପାନୀ ଏବେ ଚାଷୀମାନଙ୍କୁ ୧୦୩ ମିଲିଅନ୍‌ ଡଲାର କ୍ଷତିପୂରଣ ଦେବାକୁ ରାଜି ହୋଇଛନ୍ତି। ଏହି ପ୍ରକାର ମ୍ୟାଚ୍‌ ଫିକ୍ସିଂ କେବଳ ମଟଣ ଚଣା କ୍ଷେତ୍ରରେ ହେଉନାହଁି ବା ଆମେରିକାରେ ହେଉନାହଁି, ସମସ୍ତ ଫସଲ କ୍ଷେତ୍ରରେ ଓ ଭିନ୍ନ ଭିନ୍ନ ଦେଶରେ ହେଉଛି, ଯାହାର ପରିଣାମ ଚାଷୀମାନେ ଭୋଗ କରୁଛନ୍ତି।
ଆମେରିକା ଓ ୟୁରୋପର ଭିନ୍ନ ଭିନ୍ନ ଦେଶରେ ଛୋଟ ଚାଷୀମାନଙ୍କର ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଛି। ଖୁବ୍‌ କମ୍‌ ଲୋକ ଚାଷରେ ଅଛନ୍ତି। କାନାଡ଼ାରେ ଜଣେ ଜଣେ ଚାଷୀଙ୍କର ଚାଷ କ୍ଷେତ୍ରର ହାରାହାରି ଆକାର ୩ ହଜାର ଏକରରେ ପହଞ୍ଚତ୍ଛି। ଆମ ଦେଶର ନୀତି ଆୟୋଗ କହୁଛି ଯେ, ଚାଷୀମାନଙ୍କର ସଂଖ୍ୟା କମିଲେ ଓ ଖୁବ୍‌ କମ୍‌ ଲୋକ ଚାଷରେ ରହିଲେ ଚାଷୀମାନଙ୍କର ଲାଭ ହେବ। ସେଥିପାଇଁ ଚାଷୀମାନଙ୍କର ସଂଖ୍ୟା କମେଇବାକୁ ସରକାର ବିଭିନ୍ନ ପ୍ରକାର ଫନ୍ଦିଫିକର କରୁଛନ୍ତି। କିନ୍ତୁ ଏହି ବିଚାର ଆଦ ସତ୍ୟ ନୁହେଁ। ଗତ ସତୁରି ବର୍ଷ ମଧ୍ୟରେ ଆମେରିକାରେ ଚାଷୀମାନଙ୍କର ସଂଖ୍ୟା ବହୁ ପରିମାଣରେ କମିଛି। ଅଷ୍ଟ୍ରେଲିଆରେ ଗତ ଚାଳିଶ ବର୍ଷ ମଧ୍ୟରେ ୨୫% ଚାଷୀ ଚାଷ ଛାଡ଼ି ଦେଇଛନ୍ତି। କିନ୍ତୁ ତଥାପି ଏହିସବୁ ଦେଶରେ ଚାଷୀମାନଙ୍କର ଅବସ୍ଥା ଦିନକୁ ଦିନ ଅଧିକ ସଂକଟାପନ୍ନ ହୋଇଛି। ଆମେରିକାରେ ମାତ୍ର ୧.୫% ଲୋକ ଚାଷରେ ଅଛନ୍ତି, କିନ୍ତୁ ସେଠାରେ ଚାଷୀମାନଙ୍କ ଉପରେ ଋଣଭାର ୨୦୨୦ ସୁଦ୍ଧା ୪୨୫ ବିଲିୟନ ଡଲାରରେ ପହଞ୍ଚତ୍ଛି। ସେହିପରି କାନାଡ଼ାରେ ଚାଷୀମାନଙ୍କର ସଂଖ୍ୟା ଦ୍ରୁତ ଗତିରେ କମିଥିବା ବେଳେ ୨୦୦୦ ତୁଳନାରେ ୨୦୨୦ରେ ସେଠାରେ ଚାଷୀମାନଙ୍କ ଉପରେ ଋଣଭାର ଦୁଇଗୁଣ ହୋଇ ୧୦୨ ବିଲିୟନ ଡଲାରରେ ପହଞ୍ଚତ୍ଛି। ଫ୍ରାନ୍ସରେ ମାତ୍ର ୭% ଲୋକ ଚାଷରେ ଥିବାବେଳେ ସେଠାରେ ୪୪% ଚାଷୀ ୪ ଲକ୍ଷ ୟୁରୋ ମୁଣ୍ଡ ପିଛା ଋଣଭାରରେ ଅଛନ୍ତି। ଏହିପରି ଅନେକ ପରିସଂଖ୍ୟାନ ଅଛି ଓ ଆମକୁ ଶିକ୍ଷା ଦେଉଛି ଯେ, କେବଳ ଚାଷୀମାନଙ୍କର ସଂଖ୍ୟା କମିଗଲେ ବା ଚାଷୀମାନଙ୍କର ଉପତ୍ାଦକୁ କିଣିବା ପାଇଁ ବଜାର ଖୋଲା କରିଦେଲେ ଚାଷୀମାନଙ୍କର ଲାଭ ହେବ ନାହିଁ ା ଓଲଟି ଅଧିକ କ୍ଷତି ହେବ। କାରଣ ଖୋଲା ବଜାରରେ ଥିବା ବଡ଼ ବଡ଼ ଧନ କୁବେର କଂପାନୀମାନେ ଧୀରେ ଧୀରେ କୃଷି ଉପତ୍ାଦର ବଜାର ଉପରେ ନିଜର ନିୟନ୍ତ୍ରଣ ଜାହିର କରି ବସିବେ ଓ ସେମାନଙ୍କର ଏକଚାଟିଆ ଅଧିକାର ସ୍ଥାପନ କରିବେ। ସେତେବେଳେ ସରକାର ବି ଚାଷୀଙ୍କ ପାଇଁ ନଥିବ। ସେତେବେଳେ ସେହି କଂପାନୀମାନେ କୃଷି ଉପତ୍ାଦର ମୂଲ୍ୟକୁ ନିଜ ଇଚ୍ଛାନୁସାରେ ଫିକ୍ସିଂ କରିବେ। ପରିଣାମ ସ୍ବରୂପ ଚାଷୀ ଓ ଖାଉଟି ଉଭୟ କ୍ଷତି ସହିବେ। ଅନେକ ଦେଶ ଏବେ ଏହା ଭୋଗୁଛନ୍ତି। ଦୁର୍ଭାଗ୍ୟର ବିଷୟ, ଆମ ସରକାର ବର୍ତ୍ତମାନ ସେହି ରାସ୍ତାରେ ଚାଷୀକୁ ଓ ଆମ ଖାଦ୍ୟ ବ୍ୟବସ୍ଥାକୁ ନେବାକୁ ଚାହଁୁଛନ୍ତି। ଏହା ଭବିଷ୍ୟତରେ ଏକ ବଡ଼ ବିପର୍ଯ୍ୟୟକୁ ଡାକି ଆଣିବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri