ରୋଜଗାରର ଅନ୍ୟ ବିକଳ୍ପ

ନୀଳିମା ନିବେଦିତା

କରୋନା ମହାମାରୀରେ କେବଳ ଦେଶ ନୁହେଁ ବରଂ ବିଶ୍ୱର କୋଣ ଅନୁକୋଣରେ ଅଧିକାଂଶ ବ୍ୟକ୍ତି ନିଜର ବେଉସା ତଥା ଚାକିରି ହରାଇଲେ। ଅର୍ଥନୀତିର ବଡ଼ କ୍ଷତି ସହିବାକୁ ପଡ଼ିଲା ସମଗ୍ର ବିଶ୍ୱକୁ। ବେରୋଜଗାରୀ ବଢ଼ିବା ସମୟରେ ରୋଜଗାରକୁ ନେଇ ମନରେ ଏକ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ। ଏ ସମୟରେ ଜଣେ ବନ୍ଧୁ ପ୍ରଶ୍ନ କଲେ – ଶିକ୍ଷିତ ହେଉ କିମ୍ବା ଅଶିକ୍ଷିତ, ପଶୁପକ୍ଷୀଙ୍କୁ ମାରି ସେମାନଙ୍କ ମାଂସ ବିକି ତ ଅନେକ ଲୋକଙ୍କୁ ରୋଜଗାର ମିଳୁଛି! ତେବେ ଆଧ୍ୟାତ୍ମବାଦରେ ମାଂସାହାରକୁ ବିରୋଧ କାହିଁକି? ଉତ୍ତର ରଖିବା ପୂର୍ବରୁ କିନ୍ତୁ ଉକ୍ତ ପ୍ରଶ୍ନକର୍ତ୍ତାଙ୍କୁ କେତୋଟି ପ୍ରଶ୍ନ ପଚାରିବାକୁ ଇଚ୍ଛା କଲେ ଅନ୍ୟଜଣେ ସଜ୍ଜନ। ସାମାନ୍ୟ ଉଚ୍ଚା ଗଳାରେ ପଚାରିଲେ, ରାସ୍ତାରେ ଯାଉଥିବା କାହାର ଗଳା କାଟି ତେବେ ରୋଜଗାର କରିହେବ? ହେବ କି ନାଇଁ? କାହାକୁ ହତ୍ୟା କରିବା ପାଇଁ ସୁପାରି ନେଇ ବି ତ ପଇସା ରୋଜଗାର କରିପାରିବ ଜଣେ? ତେବେ କାହିଁକି ଏମାନଙ୍କୁ ଆଇନ ଦୋଷୀ ସାବ୍ୟସ୍ତ କରେ ଏବଂ ଦଣ୍ଡ ଦିଏ? ଏବେ ଆଇନ ସାମ୍ନାରେ ବି ସମାନ ତର୍କ ରଖ। ଚୋର କହିବ, ଚୋରି କଲେ ରୋଜଗାର ହୁଏ, ଡକାୟତ କହିବ ଲୁଟ୍‌ କରି ସିଏ ରୋଜଗାର କରୁଛି ! ସେହିପରି ଅପହରଣ କରୁଥିବା ଲୋକ କହିବ ଅପହରଣ କରି ବ୍ଲାକମେଲିଂ କଲେ ମୋର ରୋଜଗାର ହୁଏ। ଜଣେ ଅପହରଣକାରୀ କ’ଣ କୁହେ? ମୋତେ ଏତିକି ଟଙ୍କା ଦିଅ, ଆଉ ତମ ନିଜର ପ୍ରିୟଜନକୁ ନେଇଯାଅ, ମୁଁ ତା’ର କୌଣସି କ୍ଷତି କରିବାକୁ ଚାହୁଁନାହିଁ। ଲାଗୁନି, ଏ ସବୁ ତର୍କ ନିହାତି ନିମ୍ନ ସ୍ତରର, ଅର୍ଥହୀନ?
ନୈତିକତା ଦୃଷ୍ଟିକୋଣରୁ ଦେଖିଲେ ଯଦି କାର୍ଯ୍ୟ ନିମ୍ନମାନର, ହାନିକାରକ ତେବେ ତାକୁ ରୋଜଗାରର ମାଧ୍ୟମ କହିହେବ ନାହିଁ, ମାନି ହେବ ନାଇଁ। ଅନ୍ୟଥା ଯଦି କିଏ କାହାର ଗଳା କାଟି ତା’ ବଦଳେ ଟଙ୍କା ନିଏ ଏବଂ କହେ ଯେ ଏହା କରିବା ମୋର ଉଦ୍ଦେଶ୍ୟ ନ ଥିଲା, କେବଳ ରୋଜଗାର ପାଇଁ ମୋତେ ଏ କାର୍ଯ୍ୟ କରିବାକୁ ପଡ଼ିଲା, ତେବେ ତାକୁ ଆମେ କ’ଣ କହିବା? ଏବେ ଆସନ୍ତୁ ଯିବା ଆର୍ଥିକ ଦିଗକୁ। ଯେତେବେଳେ ବି ଅର୍ଥ ବ୍ୟବସ୍ଥାରେ ଏମିତି କିଛି ହୁଏ ଯାହା ଅର୍ଥ ବ୍ୟବସ୍ଥାରୁ ତା’ର ମୂଲ୍ୟକୁ ହ୍ରାସ କରୁଥାଏ, ତେବେ ତାହା ସମ୍ପୂର୍ଣ୍ଣ ଅର୍ଥବ୍ୟବସ୍ଥା ପାଇଁ ହିଁ କ୍ଷତିକାରକ। ଫରକ୍‌ କେବଳ ଏତିକି ଯେ, ଏହି କ୍ଷତି କୋଟିଏରୁ ଊର୍ଦ୍ଧ୍ୱ ଲୋକଙ୍କୁ ସମାନ ଭାବରେ ସମାନ ସମୟରେ ହୁଏ ଏବଂ ଏତେ ଅଳ୍ପ ମାତ୍ରାରେ ହୁଏ ଯେ ତାହା ମାଲୁମ ପଡ଼େନା।
ଏକ ଦୃଷ୍ଟାନ୍ତ ଦ୍ୱାରା ଆସନ୍ତୁ ବୁଝିବା। ଦିନକୁ ଦିନ ଆମ ଚାରିପଟ ଜଙ୍ଗଲ କଟା ହୋଇଚାଲିଛି ।
ଜଙ୍ଗଲର ଅବକ୍ଷୟ ଯୋଗୁ ବାୟୁ ପ୍ରଦୂଷଣ ହେଉଛି। ଠିକ୍‌? ଯେତେବେଳେ ବାୟୁମଣ୍ଡଳ ହିଁ ଖରାପ ହେଲା, ସେ ସମୟରେ କେତେଜଣଙ୍କ ଉତ୍ପାଦକତା ହ୍ରାସ ପାଏ ଜାଣିଛନ୍ତି ? କେବେ ତା’ର ହିସାବ ରଖିଛନ୍ତି? ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଖଞ୍ଜା ବନ୍ଦ କୋଠରି ବିଶିଷ୍ଟ ଆଇଟି କମ୍ପାନୀରେ କାମ କରୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟର ହେଉ କିମ୍ବା ସୂର୍ଯ୍ୟର ପ୍ରଖର ଖରା ତଳେ କୌଣସି ନିର୍ମାଣ କାର୍ଯ୍ୟରେ ସାମିଲ ଥିବା ଜଣେ ସାଧାରଣ ମୂଲିଆ, ଯଦି ବାୟୁମଣ୍ଡଳ ହିଁ ପ୍ରଦୂଷିତ ହୋଇଯାଏ ତେବେ ସମସ୍ତଙ୍କର ଉତ୍ପାଦକତା କମିଯିବ, ନୁହେଁ ? ମନେକରନ୍ତୁ ଏହି ଉତ୍ପାଦକତା ହ୍ରାସର ପରିମାଣ ମାତ୍ର ୨ରୁ ୩ ପ୍ରତିଶତ। ବର୍ଷ ପରେ ବର୍ଷ ଏହି ପ୍ରତିଶତର ଅଙ୍କ କ୍ରମେ ବଢ଼ିବ, ଖୁବ୍‌ ଧୀରେ ଧୀରେ, ତେଣୁ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ କ’ଣ ଏବଂ କେତେ ପଡ଼ିଲା ତାହା ସହଜେ ଜଣାପଡ଼ିବନି। ଅନ୍ୟପକ୍ଷରେ ଗୋଟିଏ ଦେଶର, ରାଜ୍ୟର କିମ୍ବା ଗୋଟିଏ ଅଞ୍ଚଳର ୧ ପ୍ରତିଶତ ଲୋକ ଯଦି ନିଜର ରୋଜଗାର ହରାନ୍ତି ଏବଂ ଧାରଣା ଦିଅନ୍ତି, ନାରା ଲଗାନ୍ତି, ରାଲି କାଢ଼ନ୍ତି ସେତେବେଳେ ଲାଗେ ଯେମିତି ପୂରା ଅର୍ଥବ୍ୟବସ୍ଥା ଧ୍ୱଂସ ପାଇଗଲା!
ସଜ୍ଜନ ଜଣକ ଏକ ଦୀର୍ଘ ଶ୍ୱାସ ନେଇ ପୁଣିଥରେ ତାଙ୍କ ବକ୍ତବ୍ୟକୁ ସହଜ କଲେ। ଏଥର ସ୍ବର ତାଙ୍କର ସାଧାରଣ ଥିଲା। ତଥ୍ୟ ସମ୍ବଳିତ ପ୍ରମାଣ ନ ଦେଇ ବି ସେ ପ୍ରାମାଣିକ ଭାବେ ବୁଝାଇବାକୁ ଚେଷ୍ଟା କରି କହିଲେ, ମନେକର, ଅର୍ଥବ୍ୟବସ୍ଥାରେ ଥିବା ପ୍ରତ୍ୟେକଙ୍କ ଉତ୍ପାଦକତା ୨ ପ୍ରତିଶତ ହ୍ରାସ ପାଇଛି। ଏହା ପ୍ରତି ବର୍ଷ ବଢ଼ି ବଢ଼ି ଚାଲିଛି। ଯେହେତୁ ଏହା ସମାନ ପରିମାଣରେ ୧୦୦ ପ୍ରତିଶତ ଲୋକଙ୍କ ମଧ୍ୟରେ ବାଣ୍ଟି ହୋଇଯାଉଛି ତେଣୁ ନଜରକୁ ଆସୁନାହିଁ, ଦୃଷ୍ଟିଗୋଚର ହେଉନାହିଁ। ନିଃସନ୍ଦେହ କ୍ଷତି ବଡ଼, ମାତ୍ର ସମସ୍ତଙ୍କ ଭିତରେ ସମାନ ପରିମାଣରେ ବାଣ୍ଟିହୋଇ ଯାଉଥିବାରୁ ଏହା ମାଲୁମ ବି ପଡୁନି। କାରଣ, ଜଳବାୟୁ ତ ସମସ୍ତଙ୍କ ପାଇଁ ଦୂଷିତ ହେଲା। ବାୟୁମଣ୍ଡଳ ପ୍ରଦୂଷଣ କେହି ଜଣେ ପାଇଁ ତ ନୁହେଁ, ଅପିଚ ସମାନ ପରିମାଣରେ ସମସ୍ତଙ୍କ ପାଇଁ ହେଉଛି। ଏଠାରେ ଆମଦାନୀରେ ୨/୩ ପ୍ରତିଶତ କ୍ଷତି ହେଲେ ବି କହିବାକୁ କେହି ବାହାରିବେନି, ଯେହେତୁ ସମସ୍ତଙ୍କୁ ଏହାକୁ ଭୋଗିବାକୁ ପଡ଼ିଛି, ଏକା ସମୟରେ ସମାନ ମାତ୍ରାରେ। ହେଲେ ସେଇଠି ଯଦି ମାତ୍ର ୧ ପ୍ରତିଶତ ଲୋକଙ୍କର ଆମଦାନୀରେ ୧ ପ୍ରତିଶତ ବି ହ୍ରାସ ହୁଏ ସେତେବେଳେ ସେମାନେ ଏକାଠି ହୁଅନ୍ତି ଏବଂ ଚିତ୍କାର କରନ୍ତି। ଗଣମାଧ୍ୟମ ମଧ୍ୟ ଏହି ପ୍ରସଙ୍ଗକୁ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ଖୁବ୍‌ ଗର୍ଜେ ଏବଂ କହେ, ଅର୍ଥବ୍ୟବସ୍ଥା ବୁଡ଼ିଗଲା, ଅର୍ଥ ବ୍ୟବସ୍ଥା ଭାଙ୍ଗିଗଲା। ଏକାବେଳେ ଏତେ ସଂଖ୍ୟକ ଲୋକ ହେଲେ ‘ବେରୋଜଗାର’।
ପ୍ରଶ୍ନକର୍ତ୍ତା ବନ୍ଧୁ ସହିତ ମୁଁ ବି ସଜ୍ଜନଙ୍କ କଥାରେ ମୁଣ୍ଡ ଟୁଙ୍ଗାରିଲି। ମନେମନେ କହିଲି, ସତ କଥା ତ ! ଆମେ କେବେ ହେଲେ ସୂକ୍ଷ୍ମ କ୍ଷତିକୁ ଧ୍ୟାନ ହିଁ ଦେଉନେ ! ଏପରି କ୍ଷତିର କେବେ ଯାଞ୍ଚ କରୁଛେ ନା ସେ ବିଷୟରେ ଜାଣିବାକୁ ଚାହୁଁଚେ ! ଜଙ୍ଗଲ ଅବକ୍ଷୟ ପରି ବର୍ତ୍ତମାନ ସାରା ଦୁନିଆକୁ ଏହି ମାଂସାହାର, ପଶୁପକ୍ଷୀଙ୍କ ସଂଖ୍ୟା ହ୍ରାସ କରି ପରିବେଶ ଅସନ୍ତୁଳିତ କରିଚାଲିଛି, ଯାହା ଆମ ନଜରକୁ ଆସୁନି କି ଆମେ ତାକୁ ବୁଝିପାରୁନେ। ହାତଗଣତି ୪/୫ ଲକ୍ଷ ଲୋକ ଯେଉଁମାନେ ମାଂସ ବିକି ପେଟ ପୋଷୁଛନ୍ତି ଆମେ ତାଙ୍କ କଥା ଭାବୁଛେ। ହେଲେ ଥରୁଟେ ଭାବୁନେ ଯେ ଆମେ ଯଦି ହେବାକୁ ଥିବା ପରିବେଶ କ୍ଷତିକୁ ବଞ୍ଚାଇ ଦେଇପାରିବା, ସେଥିରୁ ଏତିକି ଅର୍ଥ ସଞ୍ଚୟ ହୋଇପାରିବ ଯେ,ଏଇ ୪/୫ ଲକ୍ଷ ଲୋକଙ୍କୁ ବହୁତ ଭଲ ରୋଜଗାର ଦେଇ ହେଇପାରନ୍ତା।
କଳିଙ୍ଗ ବିହାର, ଭୁବନେଶ୍ୱର
ମୋ: ୯୬୬୮୯୯୬୩୮୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri