Odisha Elections 2024

‘ଦିନ ମଜୁରିଆ ମହିଳାଙ୍କ ପିଲାଙ୍କ ପାଇଁ ଯତ୍ନ କେନ୍ଦ୍ର ଖୋଲ’

ଛତ୍ରପୁର,୨ା୮(ସନ୍ତୋଷ ପାଢ଼ୀ): ତିନି ଦିିନିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁ। ବୁଧବାର ପ୍ରଥମ ଦିନରେ ଛତ୍ରପୁରରେ ପହଞ୍ଚିବା ପରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲାପାଳଙ୍କ ସମେତ ଯୋଗାଣ ବିଭାଗର ଅଧିକାରୀମାନଙ୍କ ସହ ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ଦିନ ମଜୁରୀ କାମ କରୁଥିବା ମହିଳାଙ୍କ ଥିବା ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଛୁଆମାନଙ୍କ ଯତ୍ନ ନେବା ପାଇଁ କେନ୍ଦ୍ର ଖୋଲିବାକୁ ଆୟୋଗର ଅଧ୍ୟକ୍ଷ ବୈଠକରେ ପରାମର୍ଶ ଦେଇଛନ୍ତି। କାମ କରିବାକୁ ଯିବା ପୂର୍ବରୁ ପିଲାମାନଙ୍କୁ ତାଙ୍କ ମା’ମାନେ ଉକ୍ତ କେନ୍ଦ୍ରରେ ଛାଡ଼ି ଏବଂ ଅପରାହ୍ନରେ କାମରୁ ଫେରିବା ପରେ ଉକ୍ତ ପିଲାଙ୍କୁ ସେଠାରୁ ଘରକୁ ନେବେ। ଶିକ୍ଷା, ସ୍ବାସ୍ଥ୍ୟ ଓ ଖାଦ୍ୟ ଆଦିର ବ୍ୟବସ୍ଥା ଉକ୍ତ କେନ୍ଦ୍ରରେ କରାଯିବ। ଫଳରେ ଶିଶୁମାନଙ୍କର ସ୍ବାସ୍ଥ୍ୟ ଭଲ ରହିବା ସହ କାମକୁ ଯାଉଥିବା ମହିଳାମାନଙ୍କର ମଧ୍ୟ ସୁବିଧା ହୋଇପାରିବ। କେନ୍ଦୁଝର ଜିଲାରେ ଏହି ବ୍ୟବସ୍ଥା ହୋଇଥିବା ସେ ସୂଚନା ଦେଇଥିଲେ। ଜିଲାର ସମସ୍ତ ଡିଲର ପଏଣ୍ଟରେ ସିସିଟିଭି କ୍ୟାମେରା ଲଗାଯିବ, ଏହାସହ ଯେଉଁଠାରେ ଏସ୍‌ଏଚ୍‌ଜି ମହିଳାମାନେ ନିଜ ଅଞ୍ଚଳର ଲୋକଙ୍କୁ ରାଶନ ବଣ୍ଟନ ନିମନ୍ତେ ଚାହିଁବେ ସେଠାରେ ପ୍ରାଇଭେଟ ଡିଲରମାନଙ୍କୁ ବାହାର କରାଯାଇ ସମ୍ପୃକ୍ତ ମହିଳାମାନଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ଶାସନ କିଏ କରିବ, କହିଦେଲେ ଅମିତ ଶାହା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ...

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ...

ଜମୁଛି ତାଳସଜ ବେପାର

ମୋରଡା,୨୧ା୫(ସ୍ମାରକ ମାଜୀ):ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ। ମୟୂରଭଞ୍ଜ ଜିଲା...

ଜିଲାରେ ମାନସିକ, ଆର୍ଥିକ ଦଣ୍ଡ ଭୋଗୁଛନ୍ତି ରୋଗୀ

କେନ୍ଦ୍ରାପଡ଼ା, ୨୧ା୫ (ଜଗନ୍ନାଥ ଧଳ):ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଜିଲା ଭାବେ କେନ୍ଦ୍ରାପଡ଼ାକୁ ଚିହ୍ନଟ କରାଯାଇଛି। କୃଷିଭତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଥିବା ବେଳେ ପ୍ରାୟ ୭୦%...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri