ନାଁକୁ କେବଳ ତଦନ୍ତ, ପଦକ୍ଷେପ ଶୂନ

ଜଗତ୍‌ସିଂହପୁର, ୨୧ା୮(ପ୍ରମୋଦ କୁମାର ନାୟକ):ମନୁଷ୍ୟମାନଙ୍କ ପାଇଁ ସରକାର ଅନେକ ମାଗଣା ଚିକିତ୍ସା ସୁବିଧା କରିଥିବାବେଳେ ପ୍ରାଣୀମାନେ ଉପେକ୍ଷିତ ହେଉଛନ୍ତି। ଗୃହପାଳିତ ପ୍ରାଣୀମାନଙ୍କଠାରୁ ମଣିଷମାନେ ଜୀବିକା ସହ ଅନେକ ସୁବିଧା ସୁଯୋଗ ପାଉଛନ୍ତି। କିନ୍ତୁ ସେମାନଙ୍କୁ ଅଣଦେଖା କରାଯାଉଛି। ଏହାଦ୍ୱାରା ଅନେକ ଗରିବ ଲୋକେ ଖର୍ଚ୍ଚାନ୍ତ ସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ଶୋଷଣର ଶିକାର ମଧ୍ୟ ହେଉଛନ୍ତି। କେବଳ ଏତିକି ନୁହେଁ, ଜିଲାରେ ପାଖାପାଖି ୫ଟି ଡାକ୍ତର, ୨୦ ପ୍ରାଣୀଧନ ନିରୀକ୍ଷକ ଓ ୫୦ରୁ ଅଧିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ପଡ଼ିଛି। ଲୋକେ ଆବଶ୍ୟକ ସେବା ପାଇ ପାରୁନାହାନ୍ତି। ଏ ସମ୍ପର୍କରେ ଅତୀତରେ ଅନେକ ଅଭିଯୋଗ ହୋଇଥିଲା। ଜୁନ ୨୯ ଓ ୩୦ ରେ ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଜଗତ୍‌ସିଂହପୁର ଜିଲା ଗସ୍ତ ସମୟରେ ଏହି ପ୍ରସଙ୍ଗ ଉଠିଥିଲା। ସ୍ଥାନୀୟ ଅଞ୍ଚଳର ବିଜୟ କୁମାର ରାଉତ ଏହା ଉପରେ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତ୍ତୀ ସମୟରେ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା। ଡା. ଶଶାଙ୍କ ଶେଖର ନାୟକ (ଏସ୍‌ଡିଭିଓ) ଓ ଯଦୁନାଥ ପରିଡ଼ା (ଏଡିଭିଓ ଏଲ୍‌ପି) ବିଜୟଙ୍କୁ ସାକ୍ଷାତ କରି ତାଙ୍କର ଅଭିଯୋଗ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫଳ ମିଳିଲା ନାହିଁ। କେବଳ ବିଜୟ ନୁହେଁ, ଜିଲାର ଅନେକ ଲୋକ ପ୍ରାଣୀମାନଙ୍କ ଚିକିତ୍ସା ନେଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାର୍ଯ୍ୟାନୁଷ୍ଠାନ କି ପ୍ରତିକାର ହେଉ ନ ଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ଅନେକ ସମୟରେ ବହୁ ପ୍ରସଙ୍ଗରେ ତଦନ୍ତ କରାଯାଏ। କିନ୍ତୁ ତାହା କେବଳ ଔପଚାରିକତା ପୂରଣ ପାଇଁ ହୋଇଥାଏ। ୫-ଟି ସଚିବଙ୍କ ନିର୍ଦ୍ଦେଶରେ ତଦନ୍ତ ପରେ କିଛି ନିର୍ଯାସ ବାହାରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିକାର ନ ହେବାରୁ ଧୀରେ ଧୀରେ ଲୋକଙ୍କ ଭିତରେ ନିରାଶାଭାବ ସୃଷ୍ଟି ହେଲାଣି।
୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ଲୋକେ ଅନେକ ଲିଖିତ ଆପତ୍ତି, ଅଭିଯୋଗ ଓ ପ୍ରସ୍ତାବ ଦେଇଥିଲେ। ସେତେବେଳେ ପାଣ୍ଡିଆନ କହିଥିଲେ, ସମସ୍ତ ଅଭିଯୋଗ ଓ ପ୍ରସ୍ତାବକୁ ଗମ୍ଭୀରତାର ସହ ବିଚାରକୁ ନିଆଯାଇ ୭ ଦିନ ମଧ୍ୟରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ତେବେ ସେଥିମଧ୍ୟରୁ ବିଜୟଙ୍କ ଉପରୋକ୍ତ ୨ଟି ପ୍ରସଙ୍ଗରେ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବା ପଦାକୁ ଆସିଛି। ବିଜୟ ଦର୍ଶାଇଥିଲେ, ବିଭିନ୍ନ ପ୍ରାଣୀ ଚିକିତ୍ସା ନେଇ ଲୋକେ ୧ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ସରକାରୀ ଦେୟ ଦେଉଛନ୍ତି। ମଣିଷମାନଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ସରକାର ଅନେକ ପଦକ୍ଷେପ ନେଉଥିବାବେଳେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଆଖି ବୁଜି ଦେଉଛନ୍ତି। ଏଥିଯୋଗୁ ଛେଳି, ମେଣ୍ଢା, ଗୋପାଳନ ଆଦି ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଅନେକ ଗରିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ପ୍ରାଣୀଙ୍କ ଚିକିତ୍ସା ସାଙ୍ଗକୁ ବିଭିନ୍ନ ପରୀକ୍ଷା ବାବଦରେ ଦେୟ ଛାଡ଼ କଲେ ଗୋପାଳକ ଉପକୃତ ହୁଅନ୍ତେ। ଅନ୍ୟପକ୍ଷେ ସେବା ଦେୟ ନଁାରେ ଅନେକ ସମୟରେ ଅସାଧୁ କର୍ମଚାରୀମାନେ ଗୋପାଳକଙ୍କୁ ଶୋଷୁଛନ୍ତି। ଛେଳି ଚିକିତ୍ସା ପାଇଁ ୧ ବଦଳରେ ୫ ଟଙ୍କା, ଗାଈ ଗୋବର ପରୀକ୍ଷା ବାବଦରେ ୫ରୁ ୧୦ ଟଙ୍କା, ଡାକ୍ତରଖାନା ଓ ଘରେ କୃତ୍ରିମ ପ୍ରଜନନ ପାଇଁ ୪୦ ବଦଳରେ ୨୫୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ନେବାକୁ ପଛାଉନାହାନ୍ତି। ଜିଲାର ଅଧିକାଂଶ ପ୍ରାଣୀ ସେବା କେନ୍ଦ୍ରରେ ଦେୟ ସଂକ୍ରାନ୍ତୀୟ ସୂଚନା ଫଳକ ନାହିଁ, ତେଣୁ ଲୋକେ ଦେୟ ସଂକ୍ରାନ୍ତରେ ଅନ୍ଧାରରେ ରହୁଛନ୍ତି। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେଉଁ ସମୟରେ ସେବା ମିଳିବ ସେ ସଂକ୍ରାନ୍ତରେ ମଧ୍ୟ ସମୟ ନିର୍ଘଣ୍ଟ ସୂଚନା ଚିକିତ୍ସାଳୟଗୁଡିକରେ ରହୁ ନାହିଁ। ଏଥିଯୋଗୁ ଲୋକେ ସମୟ ଅପଚୟ କରି ଆସି ଫେରିଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି କୌଣସି ଚିଠାରେ କେସ୍‌ର କ୍ରମିକ ନମ୍ବର ଓ ପ୍ରାଣୀ ଚିକିତ୍ସକଙ୍କ ଦସ୍ତଖତ ଦେଖିବାକୁ ମିଳୁନାହିଁ। ଚାଷୀ ଅର୍ଥ ଦେଉଥିଲେ ସୁଦ୍ଧା ରସିଦ ପାଉନାହାନ୍ତି। ଅନେକ ସମୟରେ ଅସାଧୁ କର୍ମଚାରୀ କେସ ଖାତାରେ ଦେୟ ପରିମାଣ ନ ଲେଖି ପକେଟରେ ପୂରାଇ ଦେଉଥିବା ଅଭିଯୋଗ ହେଉଛି। ଗୋପାଳକମାନଙ୍କ ପାଇଁ ଅନେକ ସମୟରେ ମାଗଣା ଔଷଧ ଆସୁଛି। ହେଲେ ତାହା କୁଆଡେ ଯାଉଛି ତା’ର କିଛି ଖବର ମିଳୁନାହିଁ। କେଉଁ ଔଷଧ ଗଚ୍ଛିତ ଅଛି ତା’ର ବିବରଣୀ ସୂଚନା ଫଳକରେ ଦେଖିବାକୁ ମିଳୁନାହିଁ। ଏହାବାଦ୍‌ ସେବା ଯୋଗାଇ ଦେବା ପାଇଁ ଆବଶ୍ୟକ ପ୍ରାଣୀ ଚିକିତ୍ସକ ଓ ଅନ୍ୟ କର୍ମଚାରୀଙ୍କ ଅଭାବ ପ୍ରାଣୀ ଚିକିତ୍ସାରେ ଅନ୍ତରାୟ ସୃଷ୍ଟି କରିଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. କୈଳାସ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପଠାଯାଇଛି। ଏହାପରେ ଜିଲାପାଳ ଏହି ରିପୋର୍ଟ ରାଜ୍ୟ ସରକାରଙ୍କ ପାଖକୁ ପଠାଇବେ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ଼ାରୀରୁ ଭୁବନେଶ୍ୱର ସିଧାସଳଖ ସରକାରୀ ବସ୍‌ ଦାବି: ଗାନ୍ଧୀ ଜୟନ୍ତୀରେ ସାଇକେଲ ଯାତ୍ରା ଆରମ୍ଭ କଲେ ପ୍ରମୋଦ

ରାୟଗଡା/ଗୁଣପୁର,୨।୧୦(ଜଗନ୍ନାଥ ଗୌଡ/ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ ଚଳାଚଳ ଦାବିରେ ଶୁକ୍ରବାର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ପ୍ରମୋଦ ପତି। ଗୁଡ଼ାରୀରୁ…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

ସ୍ବଚ୍ଛତା ହିଁ ସେବା: ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ

ଭଞ୍ଜନଗର, ୨।୧୦ (ବାବୁଲା ପ୍ରଧାନ): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିସରରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ମେଡିକାଲ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?