Posted inଜାତୀୟ

କେବଳ ଏକ ଫୋନ୍‌ କଲ୍‌ର ଦୂରତା

ନୂଆଦିଲ୍ଲୀ,୩୧ା୧(ପି.ଟି.): ୩ ନୂଆ କୃଷି ଆଇନକୁ ନେଇ କୃଷକ ସଙ୍ଗଠନଗୁଡ଼ିକ ସହ ଆଲୋଚନା ପାଇଁ ସରକାର ଏବେ ମଧ୍ୟ ପ୍ରସ୍ତୁତ। ଆମେ କେବଳ ଚାଷୀ ନେତାଙ୍କ ଗୋଟିଏ ଫୋନ୍‌ କଲ୍‌ ଦୂରରେ ରହିଛୁ ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି। କୃଷକ ଆନ୍ଦୋଳନ ୬୮ ଦିନରେ ପହଞ୍ଚତ୍ ଅଚଳାବସ୍ଥା ଲାଗିରହିଥିବାବେଳେ ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ପାର୍ଲାମେଣ୍ଟରେ କେନ୍ଦ୍ରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ତେଣୁ ସର୍ବଦଳୀୟ ବୈଠକରେ ମୋଦି ଏଭଳି ନରମ ଆଭିମୁଖ୍ୟ ଦେଖାଇଥିବା କୁହାଯାଉଛି।
ପାର୍ଲାମେଣ୍ଟର ବଜେଟ ଅଧିବେଶନ ପରିପ୍ରେକ୍ଷୀରେ ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ଭର୍ଚୁଆଲ୍‌ ବୈଠକକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଆନ୍ଦୋଳନରତ କୃଷକମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ସରକାର ନିରନ୍ତର ଉଦ୍ୟମ ଚଳାଇଛନ୍ତି। କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆନ୍ଦୋଳନ କରୁଥିବା କୃଷକମାନଙ୍କ କେବଳ ଏକ ଫୋନ୍‌ କଲ୍‌ ଦୂରତାରେ ଅଛନ୍ତି। ତୋମାର ଏହି ବିଷୟରେ ସେମାନଙ୍କୁ ନିକଟରେ ଅବଗତ କରାଇଥିଲେ ବୋଲି ମୋଦି କହିଥିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜୋଷୀ କହିଛନ୍ତି, କୃଷକଙ୍କ ସମସ୍ୟାର ସମାଧାନ ପାଇଁ ସରକାର ଖୋଲାମନରେ ଉଦ୍ୟମ କରୁଛନ୍ତି। ତେଣୁ ଜାନୁୟାରୀ ୨୨ ବୈଠକରେ ଆମର ଯାହା ଆଭିମୁଖ୍ୟ ଥିଲା ଆଜି ମଧ୍ୟ ତାହା ରହିଛି। ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସା ପ୍ରସଙ୍ଗରେ ଆଇନ ତା’ ବାଟରେ ଯିବ ବୋଲି ମୋଦି ଦୋହରାଇଥିଲେ। ସର୍ବଦଳୀୟ ବୈଠକରେ ବିଭିନ୍ନ ଦଳର ନେତାମାନେ ସେମାନଙ୍କ ପ୍ରସ୍ତାବିତ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଶୁକ୍ରବାର ହୋଇଥିବା ବୈଠକରେ କଂଗ୍ରେସର ଗୁଲାମନବୀ ଆଜାଦ, ତୃଣମୂଳ କଂଗ୍ରେସର ସୁଦୀପ ବନ୍ଦୋପାଧ୍ୟାୟ, ଶିରୋମଣି ଅକାଳୀ ଦଳର ବଲଓ୍ବିନ୍ଦର ସିଂ ଭୂଣ୍ଡେର ଓ ଶିବସେନାର ବିନାୟକ ରାଉତ ବିକ୍ଷୋଭରତ କୃଷକଙ୍କ ପ୍ରସଙ୍ଗ ଉଠାଇଥିଲେ। କୃଷକମାନଙ୍କୁ ସରକାର ନିଜ ଶତ୍ରୁ ଭଳି ଦେଖନ୍ତୁ ନାହିଁ ବୋଲି ସେମାନେ କହିଥିଲେ। ଅଧିକାଂଶ ବିରୋଧୀ ନେତା କୃଷି ଆଇନ ପ୍ରସଙ୍ଗରେ ପାର୍ଲାମେଣ୍ଟର ଉଭୟ ସଦନରେ ବିତର୍କ ହେଉ ବୋଲି ଦାବି କରିଥିଲେ।
ପ୍ରକାଶ ଯେ, ବିବାଦୀୟ ୩ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ କୃଷକ ସଙ୍ଗଠନଗୁଡ଼ିକ ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି। ଅଚଳାବସ୍ଥା ଦୂର ପାଇଁ କେନ୍ଦ୍ର ସରକାର ଓ କୃଷକ ପ୍ରତିନିଧିଙ୍କ ମଧ୍ୟରେ ୧୧ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ସେଥିରୁ କିଛି ସୁଫଳ ମିଳିପାରି ନାହିଁ। ଶେଷ ବୈଠକ ଜାନୁୟାରୀ ୨୨ରେ ହୋଇଥିଲା। ଏହାର ପୂର୍ବ ବୈଠକରେ ସରକାର ଉକ୍ତ ଆଇନର କାର୍ଯ୍ୟକାରିତାକୁ ୧୨-୧୮ ମାସ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଚାଷୀ ନେତାମାନଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ କୃଷି ଆଇନକୁ ସମ୍ପୂର୍ଣ୍ଣ ଭାବେ ହଟାଯାଉ ବୋଲି କୃଷକ ପ୍ରତିନିଧିମାନେ ନିଜ ଦାବିରେ ଅଡ଼ିବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?