ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗର ମହଙ୍ଗା ଭତ୍ତା ୮୫.୨ ପ୍ରତିଶତ

ଭୁବନେଶ୍ୱର,୩୧।୧: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଅନୁସାରେ ଗତ ନଭେମ୍ବରରେ ୧୧୯.୯ ପଏଣ୍ଟ ରହିଥିଲା। ଏହା ଗତ ଡିିସେମ୍ବରରେ ୧.୧ ପଏଣ୍ଟ ହ୍ରାସ ପାଇ ସେହି ସମୟରେ ୧୧୮.୮ ପଏଣ୍ଟରେ ରହିଛି। ସେହିଭଳି ନଭେମ୍ବରରେ ତାଳଚେର ଓ ଅନୁଗୋଳରେ ମଧ୍ୟ ଏହା ୧୨୮.୩ ପଏଣ୍ଟରେ ରହିଥିବାବେଳେ ଡିସେମ୍ବରରେ ଏହା ୧.୬ ପଏଣ୍ଟ ହ୍ରାସ ପାଇ ଉକ୍ତ ମାସରେ ଏହା ୧୨୬.୭ ପଏଣ୍ଟରେ ପହଞ୍ଚତ୍ଛି। ସେହିପରି କଟକରେ ମଧ୍ୟ ଏହା ୧୨୬.୬ ପଏଣ୍ଟରେ ଥିବାବେଳେ ଏଥିରେ ୦.୬ ପଏଣ୍ଟ ହ୍ରାସ ପାଇ ଡିସେମ୍ବରରେ ଏହା ୧୨୬.୦ ପଏଣ୍ଟକୁ ଖସି ଆସିଛି। ଅନ୍ୟପକ୍ଷରେ ନଭେମ୍ବରର ହିସାବ ଅନୁସାରେ କେନ୍ଦୁଝର ୧୨୪.୯ ପଏଣ୍ଟରେ ରହିଥିଲା। ଯାହା ଡିସେମ୍ବରରେ ୦.୩ ପଏଣ୍ଟ ହ୍ରାସ ପାଇ ୧୨୪.୬ ପଏଣ୍ଟରେ ପହଞ୍ଚିଛି ବୋଲି ସୂଚନା ମିଳିଛି।
ଅଧିକାଂଶ ସରକାରୀ କର୍ମଚାରୀ ବର୍ତ୍ତମାନ ସମୟରେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ୧୧ ପ୍ରତିଶତ ଭତ୍ତା ବୃଦ୍ଧି ହୋଇ ୨୮ ପ୍ରତିଶତରେ ପହଞ୍ଚତ୍ଛି। ଏହି ବର୍ଦ୍ଧିତ ଡିଏ ମଧ୍ୟରୁ ୪ ପ୍ରତିଶତ ପିଛିଲା ଭାବରେ ଗତ ୨୦୨୦ ଜାନୁୟାରୀ ଏବଂ ଅବଶିଷ୍ଟ ୩ ପ୍ରତିଶତ ଗତ ଜୁଲାଇ ପହିଲାରୁ ଏବଂ ବଳକା ୪ ପ୍ରତିଶତ ୨୦୨୧ ଜାନୁୟାରୀ ପହିଲାରୁ କର୍ମଚାରୀମାନେ ପାଇବେ ବୋଲି ଜଣାପଡିଛି।
ସେହିଭଳି ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ୮୧.୯ % ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ଭତ୍ତାରେ ୩.୩ % ବୃଦ୍ଧି ଘଟି ୮୫.୨% ହୋଇଛି। ସଂଶୋଧିତ ହାରରେ ଏହା ୨୬.୧୮% ହୋଇଛି। ସେମାନେ ୨୦୨୧ ଫେବୃୟାରୀ ପହିଲାରୁ ଏହା ପାଇବେ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷେ ବୀମା କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ୭୫.୨% ମହଙ୍ଗା ଭତ୍ତା ଲାଭ କରୁଛନ୍ତି। ସେମାନଙ୍କର ଡିଏରେ ୩.୩ % ବୃଦ୍ଧି ଘଟି ୭୮.୫%ରେ ପହଞ୍ଚତ୍ଛି। ଏହି ବର୍ଦ୍ଧିତ ଡିଏ ରାଶି ସେମାନେ ଫେବୃୟାରୀ ପହିଲାରୁ ପାଇବେ।
ବର୍ତ୍ତମାନ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ୧୭୧.୬% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ମହଙ୍ଗା ଭତ୍ତା ୦.୭୭% ହ୍ରାସ ପାଇ ୧୭୦.୮୩ % ହୋଇଛି। ଏହି ଭତ୍ତା ସେମାନେ ୨୦୨୧ ଏପ୍ରିଲ ପହିଲାରୁ ପାଇବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାରକୁ ବିପୁଳ ରେସ୍‌ପନ୍ସ

ଭୁବନେଶ୍ୱର,୧୫-୧୦: ସ୍ଥାନୀୟ ଜନତା ମୈଦାନଠାରେ ଚାଲୁଥିବା ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାରକୁ ଗ୍ରାହକଙ୍କ ପକ୍ଷରୁ ଭଲ ରେସ୍‌ପନ୍ସ ମିଳୁଛି। ଚତୁର୍ଥଥର ପାଇଁ ଏହା ଆୟୋଜନ ହୋଇଥିବା...

ପେଟ୍ରୋଲ-ଡିଜେଲ୍‌ ଉପରେ କୃଷି ସେସ୍‌

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ କୃଷି ସେସ୍‌ ଲାଗୁ କରାଯାଇଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ପେଟ୍ରୋଲ...

ଏମ୍‌ଏସ୍‌ଏମ୍‌ଇକୁ ୧.୧୮ ଲକ୍ଷ କୋଟିର ସହାୟତା

ନୂଆଦିଲ୍ଲୀ, ୧୪।୯: ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ (ଇସିଏଲଜିଏସ୍‌)ରେ ଦେଶର ୨୫ ଲକ୍ଷ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକୁ ୧.୧୮ ଲକ୍ଷ କୋଟି...

ଟିକେଏମ୍‌ ପକ୍ଷରୁ ମୂଲ୍ୟ ଘୋଷଣା

ନୂଆଦିଲ୍ଲୀ,୩୦।୯:ଚଳିତ ମାସ ଆରମ୍ଭରେ ଅର୍ବାନ କ୍ରୁଇଜର ହାଇରାଡରର ଶ୍ରେଷ୍ଠ ଚାରି ଶ୍ରେଣୀର ମୂଲ୍ୟ ଘୋଷଣା କରିବା ପରେ ଦେଶର ପ୍ରମୁଖ ଚାରିଚକିଆ ଯାନ ଟୟୋଟା କିର୍ଲୋସ୍କର...

ସର୍ବକାଳୀନ ଆଲୁମିନିୟମ ଧାତୁ ବିକ୍ରୟ ରେକର୍ଡ

ଭୁବନେଶ୍ୱର,୨୨।୯ (ଅଭୟ ଦାଶ):ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ନାଲ୍‌କୋର ୪୨ତମ ବାର୍ଷିକ ସାଧାରଣ ବୈଠକ ଗୁରୁବାର ଭିସି (ଭର୍ଚୁଆଲ ମୋଡ୍‌) ଜରିଆରେ...

ଅଟୋମୋବାଇଲ ଉତ୍ପାଦନ ୟୁନିଟରେ ତାଲା

ନୂଆଦିଲ୍ଲୀ,୨୪-୩: କରୋନା ବ୍ୟାପିବା ଯୋଗୁ ଦେଶର ବିଭିନ୍ନ ଅଟୋମୋବାଇଲ୍‌ ମାନୁଫାକଚରିଂ କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦନ ୟୁନିଟ ବନ୍ଦ ଘୋଷଣା କରିଛନ୍ତି। ଉତ୍ପାଦନ ବନ୍ଦ ରଖିବା ନେଇ...

ପୂର୍ବତଟ ରେଳପଥକୁ ଦୁଇ ପୁରସ୍କାର

ଭୁବନେଶ୍ୱର,୨-୮:ପୂର୍ବତଟ ରେଳପଥକୁ ସମ୍ମାନଜନକ ଆକାଉଣ୍ଟସ ଓ ଫାଇନାନ୍ସ ମ୍ୟାନେଜମେଣ୍ଟ ଶୀଲଡ଼ ଓ କମ୍ପ୍ରେହେନସିଭ ହେଲ୍‌ଥ କେୟାର ଶିଲଡ଼ ପୁରସ୍କାର ପ୍ରଦାନ କରାଯାଇଛି। ମୁମ୍ବାଇଠାରେ ଆୟୋଜିତ ରାଷ୍ଟ୍ରୀୟ...

ହୋଣ୍ଡାର ନୂଆ ଲିମିଟେଡ୍‌ ଏଡିସନ୍‌ ଡିଓ ସ୍ପୋର୍ଟସ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୪।୮: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ନ୍ୟୁ ଡିଓ ସ୍ପୋର୍ଟସ୍‌ର...

Advertisement
Archives

Model This Week