କେବଳ ଜଣେ

ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣାକୁ ମାତ୍ର କେତୋଟି ଦିନ ଥିବାବେଳେ ନିର୍ବାଚନ କମିଶନର (ଇସି) ଅରୁଣ ଗୋଏଲଙ୍କ ଇସ୍ତଫା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କୌତୂହଳର କଥା ହେଲା, ଗତ ଫେବୃଆରୀ ୫ରେ ଅନ୍ୟତମ ଇସି ଅନୁପ ଚନ୍ଦ୍ର ପାଣ୍ଡେ ଅବସର ନେଇଥିଲେ। ତେଣୁ ୩ ଜଣିଆ ନିର୍ବାଚନ କମିଶନରେ ଏବେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଏକା ରହିଲେ। କେଉଁ ପରିସ୍ଥିତିରେ ପଡ଼ି ଗୋଏଲ ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ ତାଙ୍କ ବ୍ୟକ୍ତିଗତ ଅସୁବିଧା ଦେଖାଇ ଏଭଳି ନିଷ୍ପତ୍ତି ନେଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। କିନ୍ତୁ ତାଙ୍କ ଇସ୍ତଫା ବିଷୟରେ ବିଭିନ୍ନ ସୂତ୍ର ଅଲଗା ଅଲଗା ବିଷୟ ଅବତାରଣା କରୁଛନ୍ତି। ଶୁଣିବାକୁ ମିଳୁଛି ସେ ପଞ୍ଜାବରୁ ନିର୍ବାଚନ ଲଢ଼ିବା ଲାଗି ଇସ୍ତଫା ଦେଇଛନ୍ତି। ପୁଣି କୁହାଯାଉଛି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ତାଙ୍କର ମତଭେଦ ଥିବାରୁ ସେ ଏପରି ପଦକ୍ଷେପ ନେଇଛନ୍ତି।
ଅରୁଣ ଗୋଏଲଙ୍କ ଚାକିରି ଜୀବନ ଅତ୍ୟନ୍ତ ବିବାଦୀୟ ରହିଆସିଛି। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଗୋଏଲ ୨୦୧୯ ଡିସେମ୍ବରରୁ ୧୮ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଭାରି ଶିଳ୍ପ ମନ୍ତ୍ରଣାଳୟ ସଚିବ ଭାବେ ଦାୟିତ୍ୱ ତୁଲାଇ କାର୍ଯ୍ୟକାଳ ଶେଷ ହେବାର ମାସକ ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାର ଦିନକ ପରେ ସେ ଇସି ଭାବେ ନିଯୁକ୍ତି ପାଇଥିଲେ ଏବଂ ୨୧ ନଭେମ୍ବରରେ ଦାୟିତ୍ୱ ନେଇଥିଲେ। ତରବରିଆ ଭାବେ ହୋଇଥିବା ତାଙ୍କ ନିଯୁକ୍ତିକୁ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସର୍ବୋଚ୍ଚ ଅଦାଲତ ଗୋଏଲଙ୍କ ତରବରିଆ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ କେବଳ ପ୍ରଶ୍ନ କରିଥିଲେ। ବର୍ତ୍ତମାନର ସ୍ଥିତି ଦେଖିଲେ ସିଇସି ଓ ଇସିଙ୍କୁ ନିଯୁକ୍ତି ଦିଆଯାଉଥିବା କମିଟିରେ ପ୍ରଧାନମନ୍ତ୍ରୀ, ଜଣେ କ୍ୟାବିନେଟ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ରହିଛନ୍ତି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଉକ୍ତ କମିଟିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସ୍ଥାନରେ କ୍ୟାବିନେଟ ମନ୍ତ୍ରୀଙ୍କୁ ରଖାଯିବା ନେଇ ଅତୀତରେ ବହୁ ବାଦବିବାଦ ଦେଖାଦେଇଛି। ଏବେ ଖାଲି ପଡ଼ିଥିବା ସ୍ଥାନରେ ନୂତନ ଭାବେ ଦୁଇ ଜଣଙ୍କୁ ନିଆଯାଇପାରେ। ଏଥିରୁ ଜଣାପଡୁଛି କେନ୍ଦ୍ରରେ ଶାସନ କରୁଥିବା ଦଳ ଆଉ ଦୁଇ ଜଣଙ୍କୁ ନୂତନ ଭାବେ କମିଶନର ପଦବୀରେ ବସାଇପାରିବ ଏବଂ ସେମାନେ ସ୍ବାଭାବିକ ଭାବେ ଭାଜପା ସମର୍ଥକ ହୋଇଥିବେ ବୋଲି ସ୍ପଷ୍ଟ କହିହେବ। ଇଲେକ୍‌ଶନ୍‌ କମିଶନରରେ ଏଭଳି ସର୍ବୋଚ୍ଚ ପଦବୀ ଖାଲିପଡ଼ିବା ଏବଂ ତାହା ମାସକ ପରେ ହେବାକୁଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ଏପରି ସ୍ଥିତି ଉପୁଜିବା ହୁଏତ କ୍ଷମତାସୀନ ବ୍ୟକ୍ତିଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ହୋଇ ନ ଥିବ। ଏଥିରୁ ଖିଅ ଟାଣି କୁହାଯାଇପାରେ ଯେ ଶାସକ ଦଳ ନିଜ ଲୋକପ୍ରିୟତା ସମ୍ପର୍କରେ ସନ୍ଦେହରେ ଅଛି। ହୁଏତ ସେଥିପାଇଁ ଦୁଇ ଜଣ କଠୋର ସମର୍ଥକଙ୍କୁ ଶେଷ ମୁହୂର୍ତ୍ତରେ ନିର୍ବାଚନ କମିଶନର ଦାୟିତ୍ୱ ଦେଲେ ସେହି ନବନିଯୁକ୍ତ କମିଶନର ଏବଂ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ୩ ଜଣ ଯାକ ମିଶି ଭାଜପାକୁ ଜିତାଇବା ପାଇଁ ସବୁପ୍ରକାର ପ୍ରୟାସ କରିବେ। ଯଦି ସେହି ଦଳ ପାଇଁ ଲୋକଙ୍କ ସମର୍ଥନ ଉଛୁଳୁ ଥାଆନ୍ତା, ତେବେ ସରକାରୀ କଳର ଆଖିଦୃଶିଆ ସମର୍ଥନ ପ୍ରୟୋଜନ ହୋଇ ନ ଥାନ୍ତା। ଅନ୍ୟପଟେ ଏହା ମଧ୍ୟ ହୋଇପାରେ ଯେ କେବଳ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନେଇ ନିର୍ବାଚନ ସମ୍ମୁଖୀନ ହେଲେ ଭାଜପା ସନ୍ତୁଷ୍ଟ ରହିବ ନାହିଁ। ଉଭୟ ପରିସ୍ଥିତି ଦର୍ଶାଉଛି ସେହି ଦଳର ନେତୃତ୍ୱରେ ହୁଏତ ନିଜର ଶକ୍ତି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ନାହିଁ। ଏଠାରେ ମନେରଖିବାକୁ ହେବ ଯେ ଭାଜପା ପ୍ରତି ଓଡ଼ିଶାରେ ଦେଖା ଦେଇଥିବା ସମର୍ଥନ ହୁଏତ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଭିନ୍ନ ରୂପ ଧାରଣ କରିଥାଇପାରେ। ତାହା ଆମେ ଜନସାଧାରଣ ଯାହା ଜାଣିପାରୁ ନାହୁଁ, ସେହି ଦଳର ନେତୃତ୍ୱ ନିଶ୍ଚିତ ଭାବେ ଆମଠାରୁ କାହିଁ କେତେ ଅଧିକ ଜାତୀୟ ସ୍ତରର ପରିସ୍ଥିତିକୁ ଅତି ଭଲ ଭାବେ ବୁଝିସାରିଥିବେ। ସେଥିପାଇଁ ଆନ୍ଧ୍ରରେ ଟିଡିପି ସହିତ ବୁଝାମଣାଠାରୁ ଆରମ୍ଭ କରି ବିହାରରେ ନୀତୀଶଙ୍କୁ ଏନ୍‌ଡିଏକୁ ଫେରାଇଆଣି ସେହି ବ୍ୟସ୍ତତାକୁ ଇଙ୍ଗିତ କରୁଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri