ଚାଇନାକୁ ରୋକିବାକୁ କେବଳ ଭାରତ ସକ୍ଷମ, କହିଲା ଆମେରିକା…

ଓ୍ବାଶିଂଟନ, ୧୧।୬ : ଚାଇନାର ଆକ୍ରମଣାତ୍ମକ ମନୋଭାବ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବୃଦ୍ଧି ପାଉଥିବା ଶକ୍ତି ପ୍ରଦର୍ଶନ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦେଶ ଭାରତର ପଦକ୍ଷେପ ନେଇ ଚାହିଁ ରହିଛନ୍ତି। ବହୁ ଦେଶ ବିଶ୍ୱାସ କରନ୍ତି ଯେ କେବଳ ଭାରତ ଏସିଆରେ ଶକ୍ତି ସନ୍ତୁଳନ ପ୍ରତିଷ୍ଠା କରିପାରିବ।

ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି। ସିଙ୍ଗାପୁରର ଶାଙ୍ଗରି ଲୋ ଡାଏଲଗରେ ସେ କହିଛନ୍ତି ଯେ ଭାରତର ବଢୁଥିବା ଶକ୍ତି ଦ୍ୱାରା ହିଁ କେବଳ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ପ୍ରତିଷ୍ଠା ହୋଇପାରିବ। ସେ କହିଛନ୍ତି ଯେ ଆମେରିକା ବିଶ୍ୱାସ କରୁଛି ଯେ ଭାରତର ସାମରିକ ସାମର୍ଥ୍ୟ ଏବଂ ବୈଷୟିକ ଜ୍ଞାନକୌଶଳ ଏହି ଅଞ୍ଚଳରେ ଏକ ସ୍ଥିରତା ସୃଷ୍ଟି କରିବାକୂ ସକ୍ଷମ। ଏହି କାର୍ଯ୍ୟକ୍ରମ ସମୟରେ ସେ କହିଛନ୍ତି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚାଇନା ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛି ଏବଂ ଏହାର ସାମୁଦ୍ରିକ କ୍ଷମତାକୁ ବେଆଇନ ଭାବେ ବୃଦ୍ଧି କରୁଛି। ଚାଇନାକୁ ରୋକିବା ପାଇଁ ଭାରତ ସକ୍ଷମ ହୋଇ ପାରିବ ବୋଲି ସୂଚିତ କରିଛନ୍ତି।

ଆମେରିକାର ପ୍ରତିରକ୍ଷା ସଚିବ କହିଛନ୍ତି ଯେ ଚାଇନା ତାଇୱାନକୁ ଏହାର ଅଂଶ ବୋଲି ବିବେଚନା କରୁଛି। ଏହା ବ୍ୟତୀତ ଅନ୍ୟ ଦେଶର କିଛି ଅଂଶ ଉପରେ ନିଜର ଦାବି ମଧ୍ୟ ଚାଇନା ରଖିଛି ଏବଂ ଏଥିପାଇଁ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ମଧ୍ୟ ଗ୍ରହଣ କରୁଛି। ଅଷ୍ଟିନ କହିଛନ୍ତି, ଦକ୍ଷିଣ ଚାଇନା ସାଗରରେ ଚାଇନା ଏକ ଆକ୍ରମଣାତ୍ମକ ତଥା ବେଆଇନ ବିସ୍ତାରବାଦୀ ମନୋଭାବ ଗ୍ରହଣ କରୁଛି। ଏଭଳି ପରିସ୍ଥିତିରେ ଆମେରିକା ତାର ସହଯୋଗୀମାନଙ୍କ ସହ ଛିଡା ହୋଇଛି। ସେ କହିଛନ୍ତି ଯେ ଆମର ପାରସ୍ପରିକ ପ୍ରତିରକ୍ଷା ପ୍ରତିଶ୍ରୁତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମେରିକାର ପ୍ରତିରକ୍ଷା ସଚିବ କହିଛନ୍ତି, ଚାଇନା ଏକ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରୁଛି। ଭାରତ ସହିତ ଏହାର ସୀମା ବିବାଦ ମଧ୍ୟ ରହିଛି ଏବଂ ଲଦାଖ ସେକ୍ଟରରେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି।

ଏହା ବ୍ୟତୀତ ଏହା ଭିଏତନାମ, ତାଇୱାନ, ଫିଲିପାଇନ୍ସ, ବ୍ରୁନେଇ, ମାଲେସିଆର କିଛି ଅଂଶ ମଧ୍ୟ ଚାଇନା ନିଜର ବୋଲି ଦାବି କରୁଛି। ଏଭଳି ପରିସ୍ଥିତିରେ ଆମେରିକାର ଭବିଷ୍ୟତର ଆକ୍ରୋଶକୁ ରୋକିବା ଏବଂ ପରାସ୍ତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମେ ମଧ୍ୟ ଆମର ବନ୍ଧୁ ଦେଶମାନଙ୍କ ସହିତ ଛିଡା ହୋଇ ଆମର ସୁରକ୍ଷା ଭିତ୍ତିଭୂମିକୁ ସ୍ବଚ୍ଛ ଏବଂ ଅଧିକସୁଦୃଢ଼ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?