ଖାଲି ବାହାନା

ଆକାର ପଟେଲ

ଲଗାତର ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥ ବ୍ୟବସ୍ଥାର ୧୩ଶ ତ୍ରୈମାସିକରେ ଆମେ ପ୍ରବେଶ କରିଛୁ। ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ ବା ମୋଟ ଘରୋଇ ଉତ୍ପାଦ (ଜିଡିପି) କହିଲେ ଦେଶରେ ଗତ ୧୨ ମାସରେ ସେବା ଓ ଉତ୍ପାଦିତ ସାମଗ୍ରୀର ମୋଟ ମୂଲ୍ୟକୁ ବୁଝାଏ। ଜିଡିପି ୨୦୧୯-୨୦୨୦ ତୁଳନାରେ ୨୦୨୦-୨୦୨୧ରେ ହ୍ରାସ ପାଇଛି। ଜାନୁୟାରୀ ୨୦୨୦ରେ ଯେଉଁସ୍ତରରେ ଥିଲୁ ସେଠାରେ ପହଞ୍ଚିବାକୁ ଆମକୁ ସମ୍ଭବତଃ ଆଉ ବର୍ଷେ ଲାଗିବ। ଆମେ ଜାଣୁନା, ହୁଏତ ଏହାଠାରୁ ଆହୁରି ଅଧିକ ସମୟ ବି ଲାଗିପାରେ। ଏହି ସମସ୍ୟା କୋଭିଡ୍‌ ଯୋଗୁ ଆରମ୍ଭ ହୋଇ ନାହିଁ, ବରଂ ଏହାର ବହୁ ପୂର୍ବରୁ ହୋଇଛି। ଜାନୁୟାରୀ ୨୦୧୮ରୁ ଅଭିବୃଦ୍ଧି ହ୍ରାସ ପାଇବା ଆରମ୍ଭ ହୋଇଛି। ସେବେଠାରୁ ପ୍ରତ୍ୟେକ ତ୍ରୈମାସିକରେ ଏହା କମିଚାଲିଛି। ସରକାର ଏଥିରେ ସୁଧାର ଆଣିବା ପାଇଁ ଚେଷ୍ଟା କରିଛନ୍ତି, ହେଲେ କୌଣସି ଲାଭ ମିଳିନାହିଁ। ୩ ବର୍ଷ ଧରି ଏହା ପର୍ଯ୍ୟାୟକ୍ରମେ ହ୍ରାସ ପାଇ ଚାଲିଛି। କହିବାକୁ ଗଲେ ଭାରତର ଅଭିବୃଦ୍ଧିର କାହାଣୀ ଶେଷ ହୋଇଛି ଏବଂ ଏବେଠାରୁ ଆଗକୁ ଆଉ କିଛି ବର୍ଷ ପାଇଁ ମଧ୍ୟ ଶେଷ ହୋଇଯାଇଛି। ଏହା ସପକ୍ଷରେ ତୁମେ ଯାହା ଚାହଁ ତାହା କହିପାର, କିନ୍ତୁ ୩୯ ମାସ ଧରି ଲାଗି ରହିଥିତ୍ବା ମାନ୍ଦା ଅର୍ଥବ୍ୟବସ୍ଥା ବିରୋଧରେ ଯୁକ୍ତି ବାଢ଼ିପାରିବ ନାହିଁ। ଚାଇନା ଓ ଆମେରିକା ସହ ପ୍ରତିଯୋଗିତା କରୁଛୁ ବୋଲି ଜୋରରେ କହୁଛୁ। କିନ୍ତୁ ମୁଣ୍ଡପିଛା ଜିଡିପିରେ ଆମେ ବାଂଲାଦେଶ ପଛରେ ରହିଛୁ। ପ୍ରକୃତ କଥା ହେଉଛି, ଲକ୍‌ଡାଉନ ନଥିବାବେଳେ ମଧ୍ୟ ଆମେ ସଙ୍କଟରେ ରହିଥିଲୁ। ସଙ୍କଟ କଥାକୁ ହାଲୁକା ଭାବେ ନିଆଯାଉଛି। ଏଠାରେ ପ୍ରକୃତ ସଙ୍କଟ କ’ଣ ତାହା ସମ୍ପର୍କରେ କୁହାଯାଇପାରେ। ଜାନୁୟାରୀ ୨୦୧୮ରୁ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି କାହିଁକି ଅଟକିଯାଇଛି ତା’ ସମ୍ବନ୍ଧରେ ସରକାରଙ୍କ କୌଣସି ଧାରଣା ହିଁ ନାହିଁ। ବାହାରୁ ଅନେକ କଥାଉଠୁଛି, କିନ୍ତୁ ସରକାର ତା’ ଉପରେ ଆଲୋଚନା କି ତର୍କ କରୁନାହାନ୍ତି। କିଏ କହିବ ଏହି ଅପାରଗ ସରକାରଙ୍କ ରାଜାଙ୍କୁ। କେହି ନୁହେଁ। ମୁହଁ ଖୋଲିଲେ ନିଜ ପଦ ହରାଇବାର ଭୟରେ କିଛି କହିବେ ନାହିଁ। ଏଣୁ ଆମେ ଦ୍ୱନ୍ଦ୍ୱ ମଧ୍ୟରେ ସେମାନଙ୍କ ରାସ୍ତାରେ ଚାଲିଛେ,ଯାହା ଆମକୁ ଏବେ ଏହି ବିପର୍ଯ୍ୟୟରେ ପହଞ୍ଚାଇଛି। ଆମ ପତନର ସଙ୍କେତ ଆମ ଚାରିପାଖରେ ରହିଛି। ଟ୍ରମ୍ପ୍‌ଙ୍କ ବାଣିଜ୍ୟ ଯୁଦ୍ଧ ଯୋଗୁ ଚାଇନାକୁ ଛାଡିଛୁ। କୋଭିଡ୍‌ ଭାରତକୁ କେବଳ ଆସିନାହିଁ, ଭିଏତ୍‌ନାମ ଓ ବାଂଲାଦେଶକୁ ବି ଯାଇଛି। ହେଲେ ଆମ ପଡ଼ୋଶୀ ମୁଣ୍ଡ ପିଛା ଜିଡିପିରେ ଆମଠାରୁ ବହୁ ଆଗକୁ ଯାଇପାରିଛି। ବାଂଲାଦେଶର ରପ୍ତାନୀ ଢ଼େର ବଢିଛି। କାରଣ ପୋଷାକ ମାନୁଫାକ୍‌ଚରିଂରେ ଏହା ଅତ୍ୟଧିକ ଶ୍ରମ ବିନିଯୋଗ କରିପାରଛି। ଅପର ପକ୍ଷରେ ୨୦୧୪ରୁ ରପ୍ତାନିରେ ଆମେ ୬ ବର୍ଷ ଧରି କିଛି ବି ଅଭିବୃଦ୍ଧି କରିନାହଁୁ। ବାଂଲାଦେଶର ଶ୍ରମଶକ୍ତିରେ ମହିଳାମାନଙ୍କ ଭାଗୀଦାରି ଭାରତଠାରୁ ଯଥେଷ୍ଟ ବେଶୀ। ମହିଳାମାନଙ୍କ ପାଇଁ ବିଶ୍ୱରେ ସବୁଠୁ ବିପଜ୍ଜନକ ସ୍ଥାନ ହେଉଛି ଭାରତ। ଥମ୍‌ଶନ ର୍ୟୁଟର୍ସ୍‌ ଫାଉଣ୍ଡେଶନ ଓ୍ବାଲର୍‌ଡସ ମୋଷ୍ଟ ଡେଞ୍ଜରିୟସ କଣ୍ଟ୍ରିଜ୍‌ ଫର୍‌ ଓମେନ ଅନୁସାରେ ଆମେ ୨୦୧୧ରେ ଚତୁର୍ଥ ସ୍ଥାନରେ ରହିଥିଲୁ। ପରେ ୨୦୧୮ରେ ପୂରା ଶେଷରେ ରହିଲୁ। ଶ୍ରମଶକ୍ତିରେ ମହିଳାମାନଙ୍କ କମ୍‌ ଭାଗୀଦାରିର ବହୁ ଜଟିଳ କାରଣ ରହିଛି। କିନ୍ତୁ ଦେଶର ବିଫଳତା ଏବଂ ଏବକାର ସରକାର ଏହି ହ୍ରାସକୁ ରୋକିବାରେ ଅପାରଗତା ମଧ୍ୟ ଏଥିପାଇଁ ଦାୟୀ।
ଆଗକୁ ୨୦୨୧ରେ ସମାନ ସ୍ଥିତି ଦେଖିବାକୁ ମିଳିବ। ଅର୍ଥ ବ୍ୟବସ୍ଥାରେ ସୁଧାର ଆସିିବା ଦେଖିବା ନାହିଁ। କିନ୍ତୁ ସରକାର କେତେ ଭଲ କାମ କରୁଛନ୍ତି, ତା’ଉପରେ ବଡ଼ ବଡ଼ ନିରର୍ଥକ କଥା ଶୁଣିବା। ଲକ୍‌ଡାଉନ କାରଣରୁ ଗତବର୍ଷ ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ)ରେ ଅର୍ଥ ବ୍ୟବସ୍ଥାରେ ହୋଇଥିବା ସଂଖ୍ୟାଧିକ ଖାଲ ଗତ କିଛି ମାସରେ ଭରି ଯାଇଥିବ। ଯେତେବେଳେ ଏହି ତ୍ରମାସିକର ଫଳାଫଳ ୨୦୨୧ର ମଧ୍ୟ ଆଡ଼କୁ ଆସିବ ସେତେବେଳେ ମୋଦି ଗଳା ଫଟେଇ କହିବେ, ଆମେ ହେଉଛୁ ପୃଥିତ୍ବୀର ସବୁଠୁ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଅର୍ଥବ୍ୟବସ୍ଥା। ଭାରତୀୟ ଅର୍ଥବ୍ୟବସ୍ଥାରେ କିଛି ଚମତ୍‌କାରୀ କାର୍ଯ୍ୟ ଯୋଗୁ ସଫଳତା ମିଳିଛି ବୋଲି ମିଛ ବାହାନା କରିବେ। ଦି’ ଇକୋନୋମିଷ୍ଟ ତା’ ରିପୋର୍ଟରେ ଦର୍ଶାଇଛି ଯେ, ୨୦୨୦ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୩୫୦% ଓ ଗୌତମ ଆଦାନୀଙ୍କ ସମ୍ପତ୍ତି ୭୦୦%ରୁ ଅଧିକ ବୃଦ୍ଧି ହୋଇଛି। କିନ୍ତୁ ଆମ ବେରୋଜଗାରି ରେକର୍ଡ ସ୍ତର ପାଖାପାଖି ୯% ରହିଛି। ବେରୋଜଗାରର ସବୁ ଦିଗକୁ ବିଚାର କଲେ ଏହା ପାଖାପାଖି ୧୫% ଛୁଇଁବ ଏବଂ ସମ୍ଭବତଃ ଏହାଠାରୁ ଅଧିକ ବି ହୋଇପାରେ। ବ୍ୟାଙ୍କ କ୍ରେଡିଟ ଗ୍ରୋଥ୍‌ଠାରୁ ଆରମ୍ଭ କରି ଅଟୋମୋବାଇଲ ସେଲ୍‌ ଭଳି ବିଶ୍ୱାସଯୋଗ୍ୟ ମାପକ କଥା ଯଦି ଭାବିବା ତେବେ ସେଥିରେ କେବଳ ହ୍ରାସ ପାଇବା ହିଁ ଲକ୍ଷ୍ୟ କରିବା, ଯାହା ଆମକୁ କିଛି ବର୍ଷ ନୁହେଁ ସମ୍ଭବତଃ ଏକ ଦଶନ୍ଧି ପଛକୁ ନେଇଯାଇଛି। ତଥାପି ବିଜୟ କଥା କହିଚାଲିଛନ୍ତି ସରକାର ା
୨୦୧୯ରେ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ଭାଜପା ପ୍ରାୟ ଅଧା ସିଟ୍‌ ଜିତିଥିଲା ଏବଂ ଚଳିତବର୍ଷ ବିଧାନସଭା ନିର୍ବାଚନରେ ଯଦି ସେଠାରେ ଭାଜପା ବିଜୟୀ ନ ହୁଏ, ତେବେ ସେଥିରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ବିପୁଳ ଜନ ସମର୍ଥନକୁ ଆଧାର କରି ମୋଦି କର୍ପୋରେଟ ଇଣ୍ଡିଆରୁ ଇଲେକ୍‌ଟୋରାଲ ବଣ୍ଡ୍‌ ମାଧ୍ୟମରେ ଯେଉଁ ସମ୍ବଳ ଯୋଗାଡ଼ କରିଛନ୍ତି, ସବୁ ପାର୍ଟିର ଏକାଠି କଲେ ତାହାଠାରୁ ବି ଏହା ଏହା ଅଧିକ। ପଶ୍ଚିମବଙ୍ଗ ଯଦି ଭାଜପା ପଞ୍ଝାକୁ ନ ଆସିବ, ତେବେ ନିଶ୍ଚିତ ଭାବେ ଏହା ପଛକୁ ରହିଯିବ। ଦେଶର ସବୁ ସ୍ଥାନରେ ସମାଜ ବିଭାଜିତ ହୋଇଯାଇଛି। ଉପର ସ୍ତରରୁ ଯେଉଁ ମାତ୍ରାର ବିଷ ଭରିଦିଆଯାଇଛି ତାହାକୁ ବିନା ପ୍ରତିରୋଧରେ ଦୂର କରାଯାଇପାରିବ ନାହିଁ। କିନ୍ତୁ ଏହା ବିରୋଧରେ ପ୍ରତିରୋଧ କରାଯିବା ଦେଖାଯାଉନି। ଆର୍ଥିକ ସ୍ଥିତି ତଳକୁ ଖସିବାଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷାରେ ବିଫଳତା,ବେରୋଜଗାରି ଓ ସାମାଜିକ ଅଶାନ୍ତି ଯାଏ; ପ୍ରତ୍ୟେକ କ୍ଷେତ୍ରରେ ଭାରତ ୨୦୧୪ରୁ ତା’ପାଇଁ ଚୟନ କରିଥିବା ରାସ୍ତାରେ ଚାଲିବା ଜାରି ରଖିବ। ଖାଲି ବାହାନା କରିଚାଲିବେ। ଏବକାର ଶାସନ କାଳ ଅତୀତ ଅପେକ୍ଷା କିଭଳି ଭଲ ରହିଛି, ସେ ସମ୍ପର୍କରେ ଦୈନିକ ଉପଦେଶ ଦେଇ ମୋଦି ମଧ୍ୟ ନିଜର ଲୋକପ୍ରିତା ଜାରି ରଖିବେ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?