ଅସଲି ଔଷଧ କେବଳ ଫାର୍ମାସିଷ୍ଟ କହିପାରିବେ

ଭୁବନେଶ୍ୱର,୨୬।୯: ବାଳକାଟୀସ୍ଥିତ ସାଇ ସବୁରି ହେଲ୍‌ଥ ସାଇନ୍ସ କଲେଜ ପରିସରରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡା. ସାରଦା ମିଶ୍ର ଓ ଅଧ୍ୟାପକମାନେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ରୋଗୀ ସେବା କ୍ଷେତ୍ରରେ ଫାର୍ମାସିଷ୍ଟଙ୍କ ଭୂମିକା ବାବଦରେ ବିସ୍ତୃତ ଆଲୋକପାତ କରିଥିଲେ।

ଡା. ମିଶ୍ର କହିଥିଲେ, ହସ୍ପିଟାଲରେ ସବୁଠାରୁ ବଡ ଦାୟିତ୍ୱ ଫାର୍ମାସିଷ୍ଟଙ୍କୁ ତୁଲାଇବାକୁ ପଡିଥାଏ। ବିଶେଷ କରି ବହିର୍ବିଭାଗ ରୋଗୀ ପାଇଁ ଔଷଧ ଚୟନ, ଡୋଜ ପ୍ରସ୍ତୁତ କରିବା, ଷ୍ଟୋର ପରିଚାଳନା, ଔଷଧ ବ୍ୟବହାର ଲାଗି ରୁଟ ବାଛିବା, ପାର୍ଶ୍ୱ ପ୍ରତିକ୍ରିୟା ଉପରେ ସମ୍ପୂର୍ଣ୍ଣ ନଜର ରଖିବା ଆଦି ଅନେକ କାମ ଫାର୍ମାସିଷ୍ଟମାନଙ୍କୁ କରିବାକୁ ପଡିଥାଏ । ସେହିପରି ଇନ ପେସେଣ୍ଟଙ୍କ ପାଇଁ ସର୍ଜରି ଏବଂ ନିଶ୍ଚେତକ ପରିଚାଳନା ବେଳେ ଡାକ୍ତରଙ୍କୁ ପୂର୍ଣ୍ଣ ସହଯୋଗ କରିବା, ରୋଗୀଙ୍କ ଶଯ୍ୟା ନିକଟରେ ଠିକ ମେଡିସିନ ପହଞ୍ଚାଇବା, ଅମ୍ଳଜାନ ଗ୍ୟାସ ତିଆରି ଓ ମହଜୁଦ ରଖିବା ଏବଂ ଡିସଚାର୍ଜ ସମୟରେ ରୋଗୀ ଓ ସମ୍ପର୍କୀୟଙ୍କୁ ଔଷଧ ବ୍ୟବହାର ବାବଦରେ ଭଲ ଭାବେ ବୁଝାଇବା ଭଳି ଅତି ଗୁରୁତ୍ୱପୂର୍ଣ୍ଣ କାମ ଫାର୍ମାସିଷ୍ଟମାନେ କରିଥାନ୍ତି।

ସବୁଠାରୁ ଗୁରୁତ୍ୱର ବିଷୟ ହେଲା କିଡ୍‌ନୀ, ଯକ୍ଷ୍ମା, ଲିଭର ଆଦି ରୋଗୀଙ୍କୁ ଡାକ୍ତର ପ୍ରେସକ୍ରିପସନରେ ଅନେକ ମେଡିସିନ ଲେଖିଥାନ୍ତି । ଉକ୍ତ ରୋଗୀମାନଙ୍କୁ ଔଷଧର ଠିକ ବ୍ୟବହାର ପାଇଁ ଫାର୍ମାସିଷ୍ଟଙ୍କ ସହଯୋଗ ବିଶେଷ ମହତ୍ତ୍ୱ ରଖିଥାଏ । ଏହା ବ୍ୟତୀତ ଗୁଣ ଚିହ୍ନେ ଗୁଣିଆ ପରିକା ଜଣେ ଫାର୍ମାସିଷ୍ଟ ଲେଭଲ ଦେଖି ସହଜରେ ଅସଲି ଓ ନକଲି ଔଷଧ ଚିହ୍ନିପାରେ। ଉକ୍ତ ଉତ୍ସବରେ କଲେଜର ବିଭିନ୍ନ ବିଭାଗର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri