ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଅନ୍‌ଲାଇନ୍‌ ଠକ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସେକେଣ୍ଡ୍‌ ହ୍ୟାଣ୍ଡ୍‌ ହେଲେ ମଧ୍ୟ କମ୍‌ ଦାମ୍‌ରେ ଏକ ନମ୍ବର କ୍ୱାଲିଟିର ଜିନିଷ ମିଳିବ। ଟଙ୍କା ଦେଲେ ସହଜରେ ଘରେ ପହଞ୍ଚତ୍ବ ସାମଗ୍ରୀ। ଟ୍ରାନ୍ସପୋର୍ଟେଶନ ମାଗଣା। ଭୁବନେଶ୍ୱର, କଟକ ସହ ରାଜ୍ୟର ଯେଉଁଠି କହିବେ ସେଠାରେ ଜିନିଷ ସୁରକ୍ଷିତ ଭାବେ ପହଞ୍ଚତ୍ବ। ଏଥିପାଇଁ ପ୍ରଥମେ ୨ ହଜାର ଟଙ୍କା ଦେଇ ବୁକିଂ କରିବାକୁ ପଡିବ। ଜିନିଷ ବାଛିବା ପରେ ଅବଶିଷ୍ଟ ଟଙ୍କା ଅନ୍‌ଲାଇନ୍‌ରେ ପଠାଇବାକୁ ହେବ। ବିଶ୍ୱାସ ଜନ୍ମାଇବା ଭଳି ଏଭଳି ବିଭିନ୍ନ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଅନ୍‌ଲାଇନ ଠକ। ବିମାନବନ୍ଦରରେ ଚାକିରି କରିଥିବା ଫେସ୍‌ବୁକ ପେଜ୍‌ରେ ଉଲ୍ଲେଖ କରିବା ସହ ଏସବୁ ଜିନିଷ ବିକ୍ରି କରିବା ଲାଗି ଲମ୍ବା ତାଲିକା ପୋଷ୍ଟ କରୁଛନ୍ତି। ଏସି ୧.୫ ଟନ୍‌ ଫାଇଭ୍‌ ଷ୍ଟାର୍‌ ୧୧ ହଜାର, ସୋଫା ସେଟ୍‌ ୧୦ ହଜାର, ଡବଲ ବେଡ୍‌ ୮ ହଜାର, ଡବଲ ଡୋର ଫ୍ରିଜ୍‌ ୭ ହଜାର, ୱାଶିଂ ମେଶିନ ୬ ହଜାର, ଏଲଇଡି ଟିଭି ୬ ହଜାର ଟଙ୍କା ଆଦିରେ ମିଳୁଥିବାରୁ ଲୋକେ ମଧ୍ୟ ଆକର୍ଷିତ ହୋଇ ଲୋଭରେ ପଡି ଦିଆଯାଉଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରୁଛନ୍ତି। ଏହାପରେ ଠକଙ୍କ କାର୍‌ନାମା ଆରମ୍ଭ ହେଉଛି। ଏଭଳି ଠକେଇ ଶିକାର ହୋଇଥିବା ଜଣେ ଯୁବକ କହିଛନ୍ତି, ଫେସବୁକ୍‌ ଖୋଲି ଦେଖୁଥିବାବେଳେ ସୁଶୀଲ କୁମାର ସାର୍‌ ନାମକ ଏକ ଆଇଡିରେ ସେକେଣ୍ଡ ହାଣ୍ଡ ଟିଭି, ଫ୍ରିଜ୍‌, ସୋଫା ସେଟ, ଡବଲ ବେଡ ଆଦି ୫ ମାସର ଜିନିଷ କମ୍‌ ଟଙ୍କାରେ ବିକ୍ରି ହେଉଥିବା ଜାଣିଲି। ତେଣୁ ଉକ୍ତ ଆଇଡିରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିଥିଲି। ବ୍ୟକ୍ତି ଜଣକ ହିନ୍ଦୀରେ କଥା ହେବା ସହ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଚାକିରି କରିଥିବା କହିଥିଲେ। ତେଣୁ ବିଶ୍ୱାସ ବଢିଯାଇଥିଲା। ଏନେଇ ଜିନିଷ ବାବଦକୁ ପଚାରିବାରୁ ସେ ପ୍ରଥମେ ୨ ହଜାର ଟଙ୍କା ଦେଇ ବୁକିଂ କରିବାକୁ ପଡିବ ବୋଲି କହିଥିଲେ। ହେଲେ ମୁଁ ୫୦୦ ଟଙ୍କା ଦେଇଥିଲି। ଏହାପରେ ଜିନିଷ ଦେଖିବାକୁ କହିବାରୁ ସେ ବିଭିନ୍ନ ପ୍ରକାର ବାହାନା କରିବା ସହ ବାକି ଟଙ୍କା ଦେବାକୁ କହିଥିଲେ। ତେଣୁ ଟଙ୍କା ଫେରାଇବାକୁ କହିବାରୁ ସିଧା ମନା କରିଦେଲେ। ଏନେଇ ଠକ ସଂସ୍ଥା କହିବାରୁ ନାନା ଧମକ ଦେଇ ବ୍ୟକ୍ତିଜଣକ ଫୋନ୍‌ କାଟି ଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri