ଆଜିଠୁ ଅନ୍‌ଲାଇନ ପେନ୍‌ସନ ଅଦାଲତ

ଭୁବନେଶ୍ୱର,୮ା୪(ବ୍ୟୁରୋ): ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ପେନ୍‌ସନ ସମ୍ବନ୍ଧିତ ଅଭିଯୋଗର ତ୍ୱରିତ ବିଚାର ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପେନ୍‌ସନ ଅଦାଲତର ବ୍ୟବସ୍ଥା କରିଛନ୍ତି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଦାଲତ ଅନ୍‌ଲାଇନ ଜରିଆରେ କରାଯିବ। ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଛୋଟ ଛୋଟ କାରଣ ପାଇଁ ବିଭିନ୍ନ ସ୍ତରରେ ବହୁ ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କ ପେନ୍‌ସନ କାଗଜ ବିନା ମଞ୍ଜୁରୀରେ ପଡ଼ିରହିଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏସବୁର ସମାଧାନ କରି ହିତାଧିକାରୀଙ୍କୁ ତୁରନ୍ତ ପେନ୍‌ସନ ମଞ୍ଜୁର କରିବା ନିମନ୍ତେ ଏହି ଅନ୍‌ଲାଇନ ପେନ୍‌ସନ ଅଦାଲତ ବ୍ୟବସ୍ଥା କରାଯାଇଛି ବୋଲି ଚୋପ୍ରା କହିଛନ୍ତି। ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୋଧରେ ଫୌଜଦାରି, ଭିଜିଲାନ୍ସ ବା ପେନାଲ୍ଟି ପ୍ରୋସିଡିଂ ନାହିଁ ସେମାନେ ଏହି ପେନ୍‌ସନ ଅଦାଲତର ସୁଯୋଗ ନେଇପାରିବେ। ଏଥିପାଇଁ ୮ ତାରିଖ (ଗୁରୁବାର)ଠାରୁ ଏପ୍ରିଲ ୩୦ ମଧ୍ୟରେ ଆବେଦନ କରାଯାଇପାରିବ। ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲ୍‌ (http://pension.hrmsodisha.gov.in) ମାଧ୍ୟମରେ ଦରଖାସ୍ତ ଗ୍ରହଣ କରାଯିବ। ଏହି ସମୟ ମଧ୍ୟରେ ମିଳିଥିବା ଦରଖାସ୍ତ ସ୍ବୀକୃତିପତ୍ର ଅନ୍‌ଲାଇନ ଜରିଆରେ ଦରଖାସ୍ତକାରୀଙ୍କୁ ମିଳିବ। ସମ୍ପୃକ୍ତ ପେନ୍‌ସନ ମଞ୍ଜୁରକାରୀ କର୍ତ୍ତୃପକ୍ଷ ଚଳିତ ବର୍ଷ ଜୁନ୍‌ ୩୦ ମଧ୍ୟରେ ସମସ୍ତ ଦରଖାସ୍ତ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ନିଷ୍ପତ୍ତି ବାବଦ ସୂଚନା ମଧ୍ୟ ଦରଖାସ୍ତକାରୀଙ୍କୁ ଇମେଲ୍‌, ଏସ୍‌ଏମ୍‌ଏସ୍‌ କିମ୍ବା ଅନ୍‌ଲାଇନ ପୋର୍ଟାଲ୍‌ ମାଧ୍ୟମରେ ଜଣାଇ ଦିଆଯିବ, ଯେଉଁ ଦରଖାସ୍ତଗୁଡ଼ିକର ସମାଧାନ ପେନ୍‌ସନ ମଞ୍ଜୁର କର୍ତ୍ତୃପକ୍ଷଙ୍କ ସ୍ତରରେ ହୋଇ ନ ପାରିବ ସେ ସେଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପଠାଇ ଦେବେ। ପରବର୍ତ୍ତୀ ସମୟରେ ଉକ୍ତ ଅସମାଧିତ ଦରଖାସ୍ତଗୁଡ଼ିକର ବିଚାର ପାଇଁ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ଶାସନ ସଚିବଙ୍କ ସ୍ତରରେ ସ୍ବତନ୍ତ୍ର ଅଦାଲତ ଅନୁଷ୍ଠିତ ହେବ। ଏହି ଅଦାଲତରେ ଶୁଣାଣି ତାରିଖ ଓ ନୋଟିସ୍‌ ଆଦି ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କୁ ଇମେଲ୍‌ ବା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଜଣାଇ ଦିଆଯିବ। ସମସ୍ତ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଏହି ବ୍ୟବସ୍ଥାର ସୁଯୋଗ ନେଇ ନିଜ ନିଜ ପେନ୍‌ସନ ମଞ୍ଜୁରୀ କାର୍ଯ୍ୟ ଠିକ୍‌ ଭାବେ କରାଇନେବା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚୋପ୍ରା ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ, ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗୁନି ଅଙ୍କୁଶ

ରସୁଲପୁର,୧୮ା୧(ଡିଏନଏ): ୨ ଅକ୍ଟୋବର, ୨୦୧୯ରୁ ରାଜ୍ୟର ପ୍ରମୁଖ ସହରଗୁଡିକରେ ପ୍ଲାଷ୍ଟିକ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏଥିସହ ୨ବର୍ଷ ମଧ୍ୟରେ ସମଗ୍ର ରାଜ୍ୟର ଗାଁ...

ଆସୁଛି ଲଘୁଚାପ: ରାଜ୍ୟରେ ୭ ତାରିଖ ଯାଏ ବର୍ଷା ସମ୍ଭାବନା, ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୪ା୫(ବ୍ୟୁରୋ): ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇପାରେ।...

ସିବିଏସ୍‌ଇର ୩୦% ନୁହେଁ, ଅଧିକ ପାଠ୍ୟକ୍ରମ ହ୍ରାସ ହୋଇପାରେ

ଭୁବନେଶ୍ୱର,୯।୭(ବ୍ୟୁରୋ): ସିବିଏସ୍‌ଇ ନବମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ୩୦% ହ୍ରାସ ପ୍ରସଙ୍ଗରେ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ...

ବାଇକ୍‌-ଅଟୋ ଦୁର୍ଘଟଣା,୨ ଗୁରୁତର

ଭାପୁର,୨୦ା୬(ଡି.ଏନ୍‌.ଏ.): ଭାପୁର-ମନ୍ଦାରବେରଣୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାରେ ଏକ ବାଇକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟି ବୁଧବାର ୨ ଜଣ...

ମଦନ ମୋହନଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ; ଧର୍ମେନ୍ଦ୍ର କହିଲେ ‘ଭାଇଙ୍କ ଅକାଳ ବିୟୋଗ ଖବର ଶୁଣି ମର୍ମାହତ’

ଭୁବନେଶ୍ୱର,୧୭।୬(ବ୍ୟୁରୋ): ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ...

ପ୍ରଶାସନିକସ୍ତରରେ ଅଦଳବଦଳ : ଡେପୁଟେଶନରେ ଗଲେ ଗିରୀଶ, ମୀନାଙ୍କୁ ଜିଏର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୯।୮(ବ୍ୟୁରୋ) : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗ ସ୍ବତନ୍ତ୍ର ସଚିବ ଏସ୍‌.ଏନ୍‌. ଗିରୀଶ କେନ୍ଦ୍ରୀୟ ଡେପୁଟେଶନରେ...

ଓଲଟି ପଡ଼ିଲା ତେଲ ବୋଝେଇ ଟ୍ୟାଙ୍କର: ତେଲ ବୋହି ନେଲେ ଲୋକେ

ବଇଣ୍ଡା,୩୧।୭(ଡି.ଏନ.ଏ.): କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ହଣ୍ଡପା ଥାନା ବଇଶିଣା ନିକଟରେ ବୁଧବାର ସକାଳେ ଏକ ପେଟ୍ରୋଲ ଓ ଡିଜେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ...

ଛତୁ ଫାର୍ମରେ ପ୍ରସ୍ତୁତ ହେଉଥିଲା ଗୁଟ୍‌ଖା

ବ୍ରହ୍ମପୁର ଅଫିସ/କୁକୁଡାଖଣ୍ଡି,୧୬।୩: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଲକରେ ସକ୍ରିୟ ହେଇଛନ୍ତି ନକଲି ଗୁଟଖା ବେପାରୀ। ସୋମବାର ସନ୍ଧ୍ୟାରେ ବିଶ୍ୱସ୍ତ...

Advertisement

BGU

Archives

Model This Week

Why Dharitri