ଆସନ୍ତା ୨୬ରୁ ଡିଏଲ୍‌ ନବୀକରଣ ପାଇଁ ଅନ୍‌ଲାଇନ୍‌ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଆସନ୍ତା ଜାନୁୟାରୀ ୨୬ରୁ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ଅନ୍‌ଲାଇନ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ। ୪୦ ବର୍ଷରୁ ଅଧିକ ବୟସ ଆବେଦନକାରୀଙ୍କ ପାଇଁ ଏହି ନିମୟ ଲାଗୁ ହେବ। ତେବେ ନୂତନ ଲର୍ନର୍ସ ଲାଇସେନ୍ସ (ଏଲ୍‌ଏଲ୍‌ଆର) କିମ୍ବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଆବେଦନକାରୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ବର୍ତ୍ତମାନ ଆବେଦନକାରୀମାନେ ଏକ କାଗଜ ଫର୍ମାଟରେ ମାନୁଆଲ ଡାକ୍ତର ପ୍ରମାଣପତ୍ର ଦେଉଛନ୍ତି। ଅନ୍‌ଲାଇନ ଆବେଦନ ସମୟରେ ଏହାକୁ ସାରଥି ପୋର୍ଟାଲରେ ଅପ୍‌ଲୋଡ କରୁଛନ୍ତି। ଏହି ପ୍ରକ୍ରିୟାରେ ଡାକ୍ତରୀ ପ୍ରମାଣପତ୍ରର ସତ୍ୟତା ଜାଣିବା ସମ୍ଭବ ହେଉ ନାହିଁ। ନକଲି ଡାକ୍ତର ପ୍ରମାଣପତ୍ର ମଧ୍ୟ ଅପ୍‌ଲୋଡ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି।

ଓଡ଼ିଶା ସରକାରଙ୍କ ୫-ଟି ନୀତି ଅନୁଯାୟୀ ପରିବହନ ବିଭାଗର ଇଲେକ୍ଟ୍ରୋନିକ୍‌ ଫର୍ମାଟରେ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏପରି କି କୌଣସି ଆବେଦନକାରୀ ନକଲି ଡାକ୍ତରୀ ପ୍ରମାଣପତ୍ର ଅପ୍‌ଲୋଡ୍‌ କରିପାରିବେ ନାହିଁ , ତାହା ନିଶ୍ଚିତ କରାଯାଇପାରିବ। ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସ୍ବଚ୍ଛ କରିବା ପାଇଁ ପୂର୍ବରୁ ଓ୍ବେବ୍‌ ପୋର୍ଟାଲ ଉନ୍ମୋଚିତ ହୋଇଛି। ଆବେଦନକାରୀ ବିନା ଅସୁବିଧାରେ ସିଧାସଳଖ ଡାକ୍ତରୀ ପ୍ରମାଣପତ୍ର ପାଇପାରିବେ । ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡ଼ି କାଗଜପତ୍ର ପାଇଁ ଆର୍‌ଟିଓରେ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି। ଏହାଦ୍ୱାରା ଜନସାଧାରଣଙ୍କ ସମୟ ଅପଚୟ ହେବା ସହ ଆର୍‌ଟିଓରେ ମଧ୍ୟ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଛି। ଅନ୍‌ଲାଇନ ମାଧ୍ୟମରେ ସମସ୍ତ କାର୍ଯ୍ୟ କରାଗଲେ ଲୋକମାନଙ୍କୁ ତୁରନ୍ତ ସେବା ମିଳିପାରିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri