Posted inଜାତୀୟ

ଅନ୍‌ଲାଇନରେ ନିଲାମ ବିଜ୍ଞାପନ

ପ୍ରଥମେ ସୁଲ୍ଲି ଡିଲ୍ସ ଏବେ ବୁଲ୍ଲି ବାଈ ଆପ୍‌। ଗତ ବର୍ଷ ସୁଲ୍ଲି ଡିଲ୍ସ ଆପ୍‌ ନିଷିଦ୍ଧ ହେବା ପରେ ବୁଲ୍ଲି ବାଈ ଆପ୍ଲିକେଶନକୁ ନେଇ ସଦ୍ୟ ବିବାଦ ମୁଣ୍ଡ ଟେକିଛି। ଏଥିରେ ମୁସଲମାନ ସମ୍ପ୍ରଦାୟର ମହିଳାଙ୍କୁ ନିଲାମ କରାଯିବା ସମ୍ପର୍କିତ ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଆପ୍‌ରେ କଶ୍ମୀରର ଖବରଦାତା କ୍ୱାରାତୁଲେନ୍‌ ରେହବର୍‌, ଜଣାଶୁଣା ଅଭିନେତ୍ରୀ ଶବାନା ଆଜ୍‌ମୀ, ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ସ୍ତ୍ରୀ, ପୂର୍ବତନ ଖବରଦାତା ହିବା ବେଗ୍‌, ନୂଆଦିଲ୍ଲୀର ଜର୍ନାଲିଷ୍ଟ ଇସ୍‌ମତ୍‌ ଅରା, ମୁମ୍ବାଇର ଆଇନଜୀବୀ ଫତିମା ଜୋହ୍‌ରା ଖାନ୍‌, କଳାକାର ସମେୟାଙ୍କ ଫଟୋ ନିଲାମ ପାଇଁ ଅପ୍‌ଲୋଡ୍‌ କରାଯାଇଥିଲା। ଦୁର୍ବୃତ୍ତମାନେ ନୋବେଲ ଶାନ୍ତି ନୋବେଲ ପୁରସ୍କାର ବିଜୟିନୀ ପାକିସ୍ତାନର ମାଲାଲା ୟୁସଫଜାଇଙ୍କ ଫଟୋ ମଧ୍ୟ ଏଥିରେ ଶେୟାର କରିଥିଲେ। ଏ ବାବଦରେ ଜଣେ ଖବରଦାତାଙ୍କ ସମେତ କେତେଜଣ ମୁସଲମାନ ମହିଳା ଅଭିଯୋଗ ଆଣିବା ପରେ ଘଟଣା ସାମ୍‌ନାକୁ ଆସିଛି। ଏଥିରେ ପୋଲିସ ଜଣେ ୧୮ ବର୍ଷୀୟା ଯୁବତୀ ଏବଂ ୨ ଛାତ୍ରଙ୍କୁ ଗିରଫ କରିଛି। ମାମଲାରେ ଜଡ଼ିତ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

ଆପ୍‌ରେ କ’ଣ ଅଛି
ଓପନ ସୋର୍ସ ଡେଭେଲପର କମ୍ୟୁନିଟି ପ୍ଲାଟଫର୍ମ ଗିଟ୍‌ହବ୍‌ରେ ‘ବୁଲ୍ଲି ବାଈ’ ନାମରେ ଏକ ଆପ୍ଲିକେଶନ ଲଞ୍ଚ କରାଯାଇଥିଲା। ଗତ ଡିସେମ୍ବର ୩୧ରେ ଏହି ଆପ୍ଲିକେଶନକୁ ସେଟ୍‌ଅପ୍‌ କରାଯାଇଥିବା ଜଣାଯାଇଛି। ଏକ ଅଜଣା ଗୋଷ୍ଠୀ ଗିଟ୍‌ହବ୍‌ ପ୍ଲାଟଫର୍ମରେ ଏହାର କୋଡ୍‌ ହୋଷ୍ଟ କରିଥିଲେ। ଏହି ଆପ୍‌ ଗତ ବର୍ଷ ବିବାଦକୁ ଆସିଥିବା ‘ସୁଲ୍ଲି ଡିଲ୍ସ’ ଆପ୍ଲିକେଶନ ଭଳି। ଏଥିରେ ୟୁଜର୍ସମାନଙ୍କୁୁ ଜଣେ ‘ସୁଲ୍ଲି’ (ମହିଳାଙ୍କ ପ୍ରତି ଉଚ୍ଚାରଣ କରାଯାଉଥିବା ଏକ ଅପମାନଜନକ ଶବ୍ଦ) ଅଫର କରାଯାଉଥିଲା। ବୁଲ୍ଲି ବାଈ ଆପ୍‌ ଖୋଲିବା ପରେ ସମାନ ଢଙ୍ଗରେ ଏହାର ବ୍ୟବହାରକାରୀଙ୍କୁ ଜଣେ ଜଣାଶୁଣା ତଥା କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମୁସଲମାନ ମହିଳାଙ୍କ ଫଟୋ ଦେଖାଯାଏ। ସେଥିରେ ଉକ୍ତ ମହିଳାଙ୍କୁ ବୁଲ୍ଲି ବାଈ ବୋଲି ଦର୍ଶାଯାଇଥାଏ। ସେହି ଫଟୋଗୁଡ଼ିକ ଫେସ୍‌ବୁକ୍‌, ଟୁଇଟର, ଇନ୍‌ଷ୍ଟାଗ୍ରାମ ଭଳି ବିଭିନ୍ନ ସୋସିଆଲ ମିଡିଆ ସାଇଟ୍‌ରୁ ବେଆଇନ ଭାବେ ସଂଗ୍ରହ କରାଯାଏ। ପରେ ବୁଲ୍ଲି ବାଈ ଆପ୍‌ରେ ସେଗୁଡ଼ିକୁ ସମ୍ପୃକ୍ତ ମହିଳାଙ୍କ ବିନା ଅନୁମତିରେ ଅପ୍‌ଲୋଡ୍‌ କରାଯାଇ ନିଲାମ ପାଇଁ ବିଜ୍ଞାପନ ଦିଆଯାଏ। ୟୁଜର୍ସମାନେ ମନୋରଞ୍ଜନ ପାଇଁ ସେହି ମହିଳାଙ୍କ ଉପରେ ଅଶ୍ଳୀଳ କମେଣ୍ଟ ଦେଇଥିବା ଜଣାପଡ଼ିଛି। ଏଥିରେ ଜଣାଶୁଣା ମହିଳା ଖବରଦାତା, ଆକ୍ଟିଭିଷ୍ଟ, ଅଭିନେତ୍ରୀ ଓ ଆର୍ଟିଷ୍ଟଙ୍କୁ ବିଶେଷ କରି ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଛି। @ବୁଲ୍ଲିବାଈ ନାମରେ ଏକ ଟୁଇଟର ହ୍ୟାଣ୍ଡେଲ କରାଯାଇ ସେଥିରେ ଜଣେ ‘ଖଲିସ୍ତାନୀ ସମର୍ଥକ’ ଲେଖାଥିବା ଡିସ୍‌ପ୍ଲେ ପିକ୍ଚର ଲଗାଯାଇଛି। ଏହି ଆପ୍‌ ଜରିଆରେ ମହିଳାମାନଙ୍କୁ ବୁକ୍‌ କରିପାରିବେ ବୋଲି ମଧ୍ୟ ଲେଖାଯାଇଛି।

କାର୍ଯ୍ୟାନୁଷ୍ଠାନ, ଗିରଫଦାରି

‘ବୁଲ୍ଲି ବାଈ’ ବିବାଦ ପରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଦିଲ୍ଲୀ ଏବଂ ମୁମ୍ବାଇ ପୋଲିସ ସହଯୋଗରେ ଘଟଣାର ତଦନ୍ତ କରୁଥିବା ସେ କହିଛନ୍ତି। ଏ ନେଇ ଦିଲ୍ଲୀ ସାଇବର ପୋଲିସ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ଘଟଣାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଶ୍ୱେତା ସିଂ, ମୟଙ୍କ ରାଓ୍ବଲ, ଇଞ୍ଜିନିୟରିଂ ଛାତ୍ର ବିଶାଲ କୁମାର ଝାଙ୍କୁ ଗିରଫ କରାଯାଇଛି। ଉତ୍ତରାଖଣ୍ଡରୁ ଗିରଫ ହୋଇଥିବା ଶ୍ୱେତା ସିଂ ଏହା ପଛର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସେ ବୁଲ୍ଲି ବାଈ ସମେତ ଆଉ ୩ ଆପ୍‌କୁ ନିୟନ୍ତ୍ରଣ କରୁଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। କୋଭିଡ୍‌ରେ ତାଙ୍କ ବାପା ଏବଂ ପୂର୍ବରୁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇସାରିଛି। ଟଙ୍କା ପାଇଁ ସେ ଏପରି କରୁଥିଲେ ବୋଲି ଉତ୍ତରାଖଣ୍ଡ ପୋଲିସ କହିଛି।

ଗିଟ୍‌ହବ୍‌ ପ୍ଲାଟ୍‌ଫର୍ମ

ଗିଟ୍‌ହବ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ମଧ୍ୟରୁ ଅନ୍ୟତମ। ସଫ୍ଟଓ୍ବେର ଡେଭେଲପର୍ସ ଏବଂ କୋଡିଂ କରୁଥିବା ଲୋକଙ୍କ ପାଇଁ ଏହି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଡେଭେଲପର୍‌ମାନେ ଏହି ପ୍ଲାଟଫର୍ମରେ ସେମାନଙ୍କ ସଫ୍ଟୱେର୍‌ ଏବଂ କୋଡ୍‌ ସେଭ୍‌ କରି ପରେ ତାହାକୁ ବ୍ୟବହାର କରିପାରିବେ। ଏଠାରେ ସୋର୍ସ କୋଡ୍‌ ଭାବେ ଜିଆଇଟି ବା ଗିଟ୍‌ ବ୍ୟବହାର କରାଯାଇ ଅପ୍‌ଲୋଡ୍‌ କରାଯାଇଥାଏ। ପରେ ସୁବିଧା ଅନୁସାରେ ସଫ୍ଟଓ୍ବେରକୁ ଷ୍ଟୋର କିମ୍ବା ବ୍ୟବହାର କରାଯାଏ। ଅନ୍ୟ ଡେଭେଲପରମାନେ ମଧ୍ୟ ତାହାକୁ ଅଧିକ ବିକାଶ କିମ୍ବା ସେଥିରେ ଥିବା ତ୍ରୁଟି ସୁଧାରି ପାରିବେ। ଭର୍ସନ କଣ୍ଟ୍ରୋଲ ମାଧ୍ୟମରେ ସଫ୍ଟଓ୍ବେର ବାବଦରେ ଟ୍ରାକ୍‌ ମଧ୍ୟ କରାଯାଇପାରିବ। ଏବେ ଗିଟ୍‌ହବ୍‌ର ମାଲିକାନା ମାଇକ୍ରୋସଫ୍ଟ ପାଖରେ ରହିଛି। ୨୦୦୮ ଫେବୃୟାରୀରେ ଏହାକୁ ଲଞ୍ଚ୍‌ କରାଯାଇଥିଲା। ଡିଜିଟାଲ୍‌ ପ୍ଲାଟଫର୍ମର ବ୍ୟବହାର ବଢ଼ିବା ସହିତ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ୟୁଜର୍ସମାନେ ସେମାନଙ୍କ ପ୍ରୋଜେକ୍ଟ ସୋର୍ସ ହୋଷ୍ଟ କରିବା ପରେ ଅନ୍ୟ ପ୍ରୋଗ୍ରାମରମାନେ ସଫ୍ଟଓ୍ବେରକୁ ବିକାଶ କରିବାରେ ମଧ୍ୟ ସାମିଲ ହୋଇଥାନ୍ତି। ଗିଟ୍‌ହବ୍‌ରେ ଯେ କେହି ମାଗଣାରେ ଆକାଉଣ୍ଟ ଖୋଲିପାରିବେ। ତେବେ ପୂର୍ବରୁ ସୁଲ୍ଲି ଡିଲ୍ସ ଏବଂ ଏବେ ବୁଲ୍ଲି ବାଈ ଆପ୍ଲିକେଶନକୁ ନେଇ ଗିଟ୍‌ହବ୍‌ ପ୍ଲାଟଫର୍ମ ବିବାଦ ଘେରକୁ ଆସିଛି।

ଗିଟ୍‌ହବ୍‌ର ସଫେଇ

ବୁଲ୍ଲି ବାଈ ଆପ୍ଲିକେଶନକୁ ନେଇ ବିବାଦ ସୃଷ୍ଟି ହେବା ପରେ ଗିଟ୍‌ହବ୍‌ ନିଜ ପ୍ଲାଟଫର୍ମରୁ ଏହି ଆପ୍‌କୁ ହଟାଇ ଦେଇଛି। ତେବେ ଏଥିପାଇଁ କିଏ ଦାୟୀ ସେ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହିଁ। ନିର୍ଯାତନା, ଭେଦଭାବ, ହିଂସା, ବେଆଇନ ଆଚରଣ ବାବଦରେ କୌଣସି ବିଷୟବସ୍ତୁ ବିରୋଧରେ ଗିଟ୍‌ହବ୍‌ର ସ୍ବତନ୍ତ୍ର ନୀତି ରହିଛି। ବୁଲ୍ଲି ବାଈ ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇଥିବା ଗିଟ୍‌ହବ୍‌ ପକ୍ଷରୁ ଏକ ଏକ ବିବୃତିରେ କୁହାଯାଇଛି।

ଟେଲିଗ୍ରାମ୍‌ରେ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ

ବୁଲି ବାଈ ବିବାଦ ନ ଥମୁଣୁ ଫେସ୍‌ବୁକ୍‌, ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ଆପ୍ଲିକେଶନରେ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ କରାଯାଇଛି। ଏ ନେଇ ବୁଧବାର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟିକୁ ଅଣାଯାଇଛି। ହିନ୍ଦୁ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଆସିଥିବା ନେଇ ଟେଲିଗ୍ରାମର ଏକ ଚ୍ୟାନେଲକୁ ବ୍ଲକ୍‌ କରାଯାଇଥିବା ମନ୍ତ୍ରୀ ବୈଷ୍ଣବ କହିଛନ୍ତି। ଜଣେ ଭେରିଫାଏଡ୍‌ ୟୁଜର ଏହି ନିର୍ଦ୍ଦିଷ୍ଟ ଟେଲିଗ୍ରାମ ଚ୍ୟାନେଲ ବିରେଧରେ ଅଭିଯୋଗ କରିଥିଲେ। ଏଥିରେ ବିଶେଷ କରି ହିନ୍ଦୁ ମହିଳାଙ୍କ ଅଶ୍ଳୀଳ ଫଟୋ ଅପ୍‌ଲୋଡ୍‌ କରାଯିବା ସହ ଆପତ୍ତିଜନକ ତଥା ଘୃଣା ସୃଷ୍ଟି ମନ୍ତବ୍ୟ ଦିଆଯାଇଥିଲା। ଜୁନ୍‌ ୨୦୨୧ ରେ ଏହି ଚ୍ୟାନେଲ ସୃଷ୍ଟି କରାଯାଇଥିବା ଜଣାପଡ଼ିଛି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଟି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?