ଅଗ୍ନିପଥ ଯୋଜନାରେ ଅନଲାଇନ୍‌ ଆବେଦନ ଆରମ୍ଭ: ପରୀକ୍ଷାର୍ଥୀଙ୍କ ପାଇଁ ଏତିକି ରହିଛି ଦେୟ

ଢେଙ୍କାନାଳ,୧୭ା୨(ରତନ ନାୟାର): ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ପାଇଁ ୨୦୨୪ ବର୍ଷ ନିମନ୍ତେ ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷାର ପଞ୍ଜୀକରଣ ୧୩ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ଏହା ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ପ୍ରାର୍ଥୀ ୱେବସାଇଟ୍‌ ଜରିଆରେ ଏ ନେଇ ଆବେଦନ କରିପାରିବେ। ପଞ୍ଜୀକରଣ ଓ ଆବେଦନ ପ୍ରକ୍ରିୟା ବର୍ଣ୍ଣନା କରୁଥିବା ଭିଡିଓ ୱେବସାଇଟ୍‌ରେ ଉପଲବ୍ଧ ରହିଛି। ଆଶାୟୀମାନଙ୍କୁ ପ୍ରଥମେ ଅନଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ। ଏହି ପରୀକ୍ଷାରେ ଯୋଗଦେବା ପାଇଁ ପରୀକ୍ଷାର୍ଥୀଙ୍କୁ ୨୫୦ ଟଙ୍କା ଦେୟ ଦେବାକୁ ହେବ। ୨୨ ଏପ୍ରିଲ ୨୦୨୪ରୁ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନ୍‌ଲାଇନ ପରୀକ୍ଷା ଅନୁଷ୍ଠିତ ହେବ। ଅନ୍‌ଲାଇନ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ସହିତ ପରୀକ୍ଷାର୍ଥୀଙ୍କୁ ପରିଚିତ କରାଇବା ପାଇଁ ୱେବସାଇଟ୍‌ରେ ଅଭ୍ୟାସ ମକ୍‌ଟେଷ୍ଟ ରହିଛି। ଆଶାୟୀମାନେ ନିକଟସ୍ଥ ସେନା ନିଯୁକ୍ତି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟାର ବୟସ ହୋଇନଥିବା ଶୁଣି ବେଦିରୁ ଉଠିଗଲେ ପୁରୋହିତ, ରୋକିଲେ ବାଲ୍ୟବିବାହ

ପାରଳାଖେମୁଣ୍ଡି,୫।୫ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକରେ ନିକଟରେ ଏକ ବାଲ୍ୟବିବାହକୁ ଜିଲା ପ୍ରଶାସନ ରୋକିଥିବା ବେଳେ ସୋମବାର ଆଉ ଏକ ବାଲ୍ୟବିବାହକୁ ପ୍ରଶାସନ ରୋକିଛି।…

ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ! ଆମେରିକାରେ କମୁଛି ଟ୍ରମ୍ପଙ୍କ ଲୋକପ୍ରିୟତା, ସର୍ଭେରେ କରାଗଲା ବଡ଼ ଦାବି

ଓ୍ବାଶିଂଟନ,୫।୫: ଯୁକ୍ତରାଷ୍ଟ୍ରରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମଗ୍ରିକ ଅନୁମୋଦନ ମୂଲ୍ୟାଙ୍କନ ୩୭ ପ୍ରତିଶତକୁ ହ୍ରାସ ପାଇଛି, ଏବଂ ୬୬ ପ୍ରତିଶତ ଆମେରିକୀୟ ନାଗରିକ ତାଙ୍କ ଅର୍ଥନୈତିକ ନୀତି…

ଅସ୍ତ୍ରବିରତି ଉଲ୍ଲଂଘନ କରି ୟୁଏଇ ଉପରେ ଆକ୍ରମଣ କଲା ଇରାନ; ୩ ଭାରତୀୟ ଆହତ

ତେହରାନ,୫।୫: ୱାଶିଂଟନ ଏବଂ ତେହରାନ ମଧ୍ୟରେ ସଂଘର୍ଷର ଅନ୍ତ ନେଇ ସହମତିରେ ପହଞ୍ଚିବାରେ ବିଫଳ ହେବା ପରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଯୁଦ୍ଧବିରତି ଉଲ୍ଲଂଘନ…

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

ଅଟୋରିକ୍ସା ଡ୍ରାଇଭର ନିର୍ବାଚନ ଜିତିଲେ: ବାହୁବଳୀଙ୍କୁ ନେତାଙ୍କୁ ଚଟେଇଲେ ଧୂଳି

ଚେନ୍ନାଇ,୫ା୫:ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର ୨…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ରାଜନେତାଙ୍କୁ ପରାଜିତ କଲେ ଅଟୋରିକ୍ସା ଡ୍ରାଇଭର, ୧୪ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଲେ

ଚେନ୍ନାଇ,୫।୫: ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର…

‘ମୁଁ ତୁମକୁ ମୂଳପୋଛ କରିଦେବି…’, କାହାକୁ ଆଉ କାହିଁକି ଏମିତି କହିଲେ ଟ୍ରମ୍ପ? ଏହି ଚେତାବନୀରେ ଥରିଲାଣି…

ଓ୍ବାଶିଂଟନ,୫।୫: ସୋମବାର (୪ ମଇ, ୨୦୨୬) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri