Odisha Elections 2024

ଠିକ୍‌ରେ ଚାଲୁନି OSSSC ୱେବ୍‌ସାଇଟ୍‌: ପୁଣି ବଢିଲା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୧୭।୨(ଅସମାପିକା ସାହୁ): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ଏସ୍‌ସି)ର ୱେବ୍‌ସାଇଟ୍‌ ଠିକ ଭାବେ କାର୍ଯ୍ୟ କରୁ ନ ଥିବାରୁ କମ୍ବାଇନ୍‌ଡ ରିକ୍ରୁଟ୍‌ମେଣ୍ଟ ଏକ୍‌ଜାମ୍‌ର ଆବେଦନ ଅବଧି ବାରମ୍ବାର ବୃଦ୍ଧି କରାଯାଉଛି। ଦୁଇ ମାସ ହେଲାଣି ଆବେଦନ ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ ଆଶାୟୀମାନେ ଆବେଦନ କରିପାରୁନାହାନ୍ତି। ଶୁକ୍ରବାର ପୁଣି ଆବେଦନ ଅବଧିକୁ ମାସେ ବଢ଼ାଇଛି ଓଏସ୍‌ଏସ୍‌ଏସ୍‌ସି। ଅନ୍ୟପଟେ ଆବେଦନ ହୋଇପାରୁ ନ ଥିବାରୁ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି। ଦୀର୍ଘଦିନରୁ ଆବେଦନ କରିବା ପାଇଁ ପ୍ରୟାସ କରୁଥିବା ଆଶାୟୀମାନେ ଆୟୋଗର ଏପରି ନୀତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଦୁଇମାସରୁ ଅଧିକ ହେଲାଣି ବୈଷୟିକ କାରଣ ଦର୍ଶାଇ ସାମୟିକ ଭାବେ ୱେବ୍‌ସାଇଟ୍‌କୁ ବନ୍ଦ କରି ଦିଆଯାଉଛି। ସକାଳ ୧୦ଟାରୁ ସନ୍ଧ୍ୟା ୬ ଯାଏ ଆବେଦନ ପ୍ରକ୍ରିୟା ବନ୍ଦ ରହୁଥିବା ୱେବ୍‌ସାଇଟ୍‌ରେ ଦର୍ଶାଯାଇଛି। ଅବଶିଷ୍ଟ ସମୟ ଅର୍ଥାତ୍‌ ସନ୍ଧ୍ୟା ୬ରୁ ସକାଳ ୧୦ଟା ପର୍ଯ୍ୟନ୍ତ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି। ହେଲେ ଏହି ସମୟ ମଧ୍ୟରେ ବି ୱେବ୍‌ସାଇଟ ଠିକ୍‌ ଭାବେ ଚାଲୁନାହିଁ। ନୂତନ ପଞ୍ଜୀକରଣ କରିବାକୁ କୌଣସି ଅପଶନ୍‌ ଆସୁନାହିଁ। ତେଣୁ ଆଶାୟୀଙ୍କ ସମୟ ନଷ୍ଟ ହେଉଛି। ରାଜସ୍ବ ନିରୀକ୍ଷକ, ସହ ରାଜସ୍ବ ନିରୀକ୍ଷକ, ଅମିନ, ଆଇସିଡିଏସ୍‌ ସୁପରଭାଇଜର ଓ ଏସ୍‌ଏସ୍‌ଏଫ୍‌ ପଦ ପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଛି। ହେଲେ ଓ୍ବେବ୍‌ସାଇଟ୍‌ ଠିକ ଭାବେ କାର୍ଯ୍ୟ କରୁ ନ ଥିବାରୁ ଆବେଦନ ଅବଧିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଫାର୍ମାସିଷ୍ଟ ଓ ମଲ୍ଟିପୁଲ୍‌ ହେଲ୍‌ଥ ୱାର୍କର ପଦ ପାଇଁ ଡିସେମ୍ବର ୨୨ରୁ ଆବେଦନ ଆରମ୍ଭ ହୋଇଥିବାବେଳେ ଏହାର ଅବଧିକୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ବଢ଼ାଯାଇଛି। ଏକାଧିକଥର ଆବେଦନ ଅବଧି ବଢ଼ାଯାଉଥିଲେ ମଧ୍ୟ କେବେ ୱେବ୍‌ସାଇଟ ସମ୍ପୂର୍ଣ୍ଣ ବା ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେବ ସେନେଇ ଆୟୋଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେଣୁ ଏହି ସମୟ ମଧ୍ୟରେ ସମସ୍ୟାର ସମାଧାନ ହେବ ନା ଆୟୋଗ ପୁଣି ଆବେଦନ ଅବଧି ବୃଦ୍ଧି କରିବ ସେନେଇ ଆଶାୟୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ସୋସିଆଲ ମିଡିଆ ‘ଏକ୍ସ’ରେ ବହୁ ଆଶାୟୀ ପ୍ରତିକ୍ରିୟା ପ୍ରକାଶ କରି ୱେବ୍‌ସାଇଟକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବାକୁ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୋହରାଇଲେ ମୋଦି, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୫: ଅନୁଗୋଳ ସଭାରେ ସମ୍ବୋଧିତ କରି ଓଡ଼ିଶାରେ ପ୍ରଥମଥର ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଯାଉଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ବିଜେଡି ସରକାରରେ ଓଡ଼ିଶା...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୦।୫: ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ...

ଭୋଟ୍‌ ଦେଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ଼,୨୦ା୫(ଶରତ ମିଶ୍ର): ବଲାଙ୍ଗୀର ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ଭୋଟ୍‌ ଦେଲେ ଅର୍ଥମନ୍ତ୍ରୀ

ଭଞ୍ଜନଗର,୨୦ା୫(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ସୋମବାର ନିଜ ଗ୍ରାମ ଅଗଝୋଳରେ ମତଦାନ ସାବ୍ୟସ୍ତ କରିଛନ୍ତି। ବିକ୍ରମ ସପ୍ତମଥର...

ମହାନଦୀ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ୱର,୨୦।୫: ପୁଣି ଭିଡିଓ ଜାରି କରି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ମହାନଦୀକୁ ପ୍ରସଙ୍ଗ କରି...

ସସ୍ତ୍ରୀକ ଭୋଟ୍‌ ଦେଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାଶ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ଧାଡ଼ିରେ ଠିଆ ହୋଇ ମତଦାନ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବାଧାଡ଼ି ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri