ୱାନ୍‌ମ୍ୟାନ୍‌ ଗ୍ୟାଙ୍ଗ୍‌ ‘ସଞ୍ଜୟ’ ପୁଣି ଗିରଫ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଏକା ଚୋରି କରି ‘ୱାନ୍‌ମ୍ୟାନ୍‌ ଗ୍ୟାଙ୍ଗ’ ବନିଥିବା ପେସାଦାର ଚୋର ପୁଣି କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି। ଚୋରି ଉଦ୍ୟମ ବେଳେ ସ୍ପେଶାଲ ସ୍କ୍ବାଡ୍‌ ଓ ନୟାପଲ୍ଲୀ ଥାନା ପୋଲିସର ମିଳିତ ଟିମ୍‌ ତାଙ୍କୁ ଗିରଫ କରିଛି। ସେ ହେଲେ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ସୌଭାଗ୍ୟ ନଗରରେ ରହୁଥିବା ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅଧୀନ ଶରଧାପୁର ଗ୍ରାମର ସଞ୍ଜୟ କୁମାର ନିଶଙ୍କ (୩୩)। ତାଙ୍କ ଠାରୁ ୪୨୩ ଗ୍ରାମର ସୁନା ଅଳଙ୍କାର, ୬୦୬ ଗ୍ରାମ ରୁପା ଅଳଙ୍କାର, ୨ଟି ଲ୍ୟାପଟପ୍‌, ୨ଟି ମୋବାଇଲ ଫୋନ୍‌ ଏବଂ ଗୋଟିଏ ବାଇକ୍‌ ଜବତ ହୋଇଛି। ସଞ୍ଜୟଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସଞ୍ଜୟଙ୍କୁ ଜେରା ପାଇଁ ରିମାଣ୍ଡରେ ଆଣିବାକୁ ପୋଲିସ ଯୋଜନା କରୁଛି। ତେବେ ସେ ଅଭ୍ୟାସଗତ ଭାବେ ଚୋରି କରୁଥିବାରୁ ତାଙ୍କ ବିରୋଧରେ ସିଆର୍‌ପିସି-୧୧୦ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛି।
ରହିଛି ୧୨ ମାମଲା, ୨୦୧୮ରେ ଗିରଫ ହୋଇ ଜେଲ ଯାଇଥିଲେ
ସଞ୍ଜୟ ୨ବର୍ଷ ତଳେ ଏଭଳି ଚୋରି କରୁଥିଲେ। ତାଙ୍କ ନାମରେ ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, ନୟାପଲ୍ଲୀ ସମେତ ବିଭିନ୍ନ ଥାନାରେ ୧୨ଟି ଚୋରି ମାମଲା ରହିଛି। ୨୦୧୮ ଜୁଲାଇ ୨୬ରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ସଞ୍ଜୟଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଥିଲା। ସେତେବେଳେ ତାଙ୍କଠାରୁ ବହୁ ସୁନା ଓ ରୁପା ଅଳଙ୍କାର, ଇଲେକ୍ଟୋନିକ୍ସ ସାମଗ୍ରୀ, ୪୩ ମୋବାଇଲ ଫୋନ୍‌, ୨୬ଟି ଲାପଟପ୍‌, ୧୭ଟି ହାତଘଣ୍ଟା ଆଦି ଜବତ ହୋଇଥିଲା। ସେ ଇନ୍‌ଫୋସିଟି, ଚନ୍ଦ୍ରଶେଖରପୁର ଓ ନନ୍ଦନକାନନ ଆଦି ଅଞ୍ଚଳରେ ଚୋରି କରି ଆତଙ୍କ ସୃଷ୍ଟି କରିଥିଲେ।
ଘରେ କେହି ନ ଥିବାବେଳେ
ତାଲା ଭାଙ୍ଗି ପଶୁଥିଲେ
ଘରେ କେହି ନ ଥିବାବେଳେ ସଞ୍ଜୟ ଚୋରି କରୁଥିଲେ। ଏଥିପାଇଁ ସେ ପାଖରେ କଇଁଚି, ପ୍ଲାସ୍‌, ସ୍କୃ ଡ୍ରାଇଭର ପ୍ରଭୃତି ଉପକରଣ ରଖୁଥିଲେ। ଗତ ପ୍ରାୟ ୨ରୁ ୩ ମାସ ମାସରେ ସେ ୫ଟି ସ୍ଥାନରୁ ଚୋରି କରିଥିଲେ। ଗତ ୧୪ ତାରିଖ ସାରେ ୟୁନିଟ-୮ ଅଞ୍ଚଳର ରଞ୍ଜନ କୁମାର ନନ୍ଦ ତାଙ୍କ ସ୍ତ୍ରୀଙ୍କ ସହ ରାଶନ କିଣିବାକୁ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ସଞ୍ଜୟ ତାଙ୍କ ଘରର ତାଲା ଭାଙ୍ଗି ୧ ଲକ୍ଷ ଟଙ୍କା, ୨ଟି ସୁନାଚେନ, ୪ଟି ସୁନାଚୁଡ଼ି ଓ ୨ ହଳ କାନଫୁଲ ଚୋରି କରି ନେଇଯାଇଥିଲେ। ଏ ନେଇ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୪୭୩/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଅଳଙ୍କାର ସମେତ ଅନ୍ତଃବସ୍ତ୍ର
ମଧ୍ୟ ଚୋରି କରୁଥିଲେ
ମହିଳାଙ୍କ ଅନ୍ତଃବସ୍ତ୍ର ପ୍ରତି ସଞ୍ଜୟଙ୍କ ଦୁର୍ବଳତା ଥିଲା। ସେ ଯେଉଁ ଘରେ ପଶୁଥିଲେ ସେଠାରୁ ସୁନା ଅଳଙ୍କାର, ଟଙ୍କା ସହ ବିଭିନ୍ନ ଅନ୍ତଃବସ୍ତ୍ରକୁ ମଧ୍ୟ ଚୋରି କରି ନେଇଆସୁଥିଲେ। ସୌଭାଗ୍ୟ ନଗରସ୍ଥିତ ତାଙ୍କ ଭଡ଼ାଘରେ ଚଢ଼ାଉ ପରେ ସେଠାରୁ ବହୁ ଅନ୍ତଃବସ୍ତ୍ର ଜବତ ହେବା ପରେ ପୋଲିସ ଚକିତ ହୋଇଯାଇଥିଲା। ଏସବୁକୁ ସେ ଚୋରି କରି ଆଣୁଥିଲେ ବୋଲି ସଞ୍ଜୟ ପୋଲିସକୁ କହିଛନ୍ତି।
ସଞ୍ଜୟଙ୍କ ପାଖରେ
କେମିତି ପହଞ୍ଚିଲା ପୋଲିସ
ବିଭିନ୍ନ ସ୍ଥାନରେ ଏକାଧିକ ଚୋରି ଘଟଣାକୁ ଦେଖି ସ୍ପେଶାଲ ସ୍କ୍ବାଡ୍‌କୁ ଦାୟିତ୍ୱ ଦିଆଯାଇଥିଲା। ସ୍ପେଶାଲ ସ୍କ୍ବାଡ୍‌ ଓ ନୟାପଲ୍ଲୀ ଥାନା ପୋଲିସର ଏକ ମିଳିତ ଟିମ୍‌ ଚୋରି ମାମଲାରେ ତଦନ୍ତ ଆରମ୍ଭ କରିଥିଲା। ତେବେ ୫ଟି ଚୋରି ଘଟଣାରେ ବିଭିନ୍ନ ଦିଗରୁ ଅନୁସନ୍ଧାନ ପରେ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ସଞ୍ଜୟ ଅପରାହ୍ନ ୨ଟାରୁ ରାତି ୯ଟା ମଧ୍ୟରେ ଚୋରି କରୁଥିଲେ। ଏପରିକି ୨ଟି ସ୍ଥାନରୁ ସୁନା ଅଳଙ୍କାର ସମେତ ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି ହୋଇଥିବା ବଡ଼ ପ୍ରମାଣ ମିଳିଥିଲା। ପୂର୍ବରୁ ଚୋରି କରି ଗିରଫ ହୋଇ ଜେଲ ଯାଇଥିବା ସଞ୍ଜୟଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିବା ପରେ ତାଙ୍କୁ ଧରିବାକୁ ପୋଲିସ ଯୋଜନା ପ୍ରସ୍ତୁତ କରିଥିଲା। ସୋମବାର ନୟାପଲ୍ଲୀ ଏନ୍‌-୧ରୁ ସେ ଚୋରି ଉଦ୍ୟମ କରୁଥିବା ବେଳେ ସୂଚନା ପାଇ ପୋଲିସ ଟିମ୍‌ ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri