ୱାନ୍‌ମ୍ୟାନ୍‌ ଗ୍ୟାଙ୍ଗ୍‌ ‘ସଞ୍ଜୟ’ ପୁଣି ଗିରଫ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଏକା ଚୋରି କରି ‘ୱାନ୍‌ମ୍ୟାନ୍‌ ଗ୍ୟାଙ୍ଗ’ ବନିଥିବା ପେସାଦାର ଚୋର ପୁଣି କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି। ଚୋରି ଉଦ୍ୟମ ବେଳେ ସ୍ପେଶାଲ ସ୍କ୍ବାଡ୍‌ ଓ ନୟାପଲ୍ଲୀ ଥାନା ପୋଲିସର ମିଳିତ ଟିମ୍‌ ତାଙ୍କୁ ଗିରଫ କରିଛି। ସେ ହେଲେ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ସୌଭାଗ୍ୟ ନଗରରେ ରହୁଥିବା ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅଧୀନ ଶରଧାପୁର ଗ୍ରାମର ସଞ୍ଜୟ କୁମାର ନିଶଙ୍କ (୩୩)। ତାଙ୍କ ଠାରୁ ୪୨୩ ଗ୍ରାମର ସୁନା ଅଳଙ୍କାର, ୬୦୬ ଗ୍ରାମ ରୁପା ଅଳଙ୍କାର, ୨ଟି ଲ୍ୟାପଟପ୍‌, ୨ଟି ମୋବାଇଲ ଫୋନ୍‌ ଏବଂ ଗୋଟିଏ ବାଇକ୍‌ ଜବତ ହୋଇଛି। ସଞ୍ଜୟଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସଞ୍ଜୟଙ୍କୁ ଜେରା ପାଇଁ ରିମାଣ୍ଡରେ ଆଣିବାକୁ ପୋଲିସ ଯୋଜନା କରୁଛି। ତେବେ ସେ ଅଭ୍ୟାସଗତ ଭାବେ ଚୋରି କରୁଥିବାରୁ ତାଙ୍କ ବିରୋଧରେ ସିଆର୍‌ପିସି-୧୧୦ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛି।
ରହିଛି ୧୨ ମାମଲା, ୨୦୧୮ରେ ଗିରଫ ହୋଇ ଜେଲ ଯାଇଥିଲେ
ସଞ୍ଜୟ ୨ବର୍ଷ ତଳେ ଏଭଳି ଚୋରି କରୁଥିଲେ। ତାଙ୍କ ନାମରେ ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, ନୟାପଲ୍ଲୀ ସମେତ ବିଭିନ୍ନ ଥାନାରେ ୧୨ଟି ଚୋରି ମାମଲା ରହିଛି। ୨୦୧୮ ଜୁଲାଇ ୨୬ରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ସଞ୍ଜୟଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଥିଲା। ସେତେବେଳେ ତାଙ୍କଠାରୁ ବହୁ ସୁନା ଓ ରୁପା ଅଳଙ୍କାର, ଇଲେକ୍ଟୋନିକ୍ସ ସାମଗ୍ରୀ, ୪୩ ମୋବାଇଲ ଫୋନ୍‌, ୨୬ଟି ଲାପଟପ୍‌, ୧୭ଟି ହାତଘଣ୍ଟା ଆଦି ଜବତ ହୋଇଥିଲା। ସେ ଇନ୍‌ଫୋସିଟି, ଚନ୍ଦ୍ରଶେଖରପୁର ଓ ନନ୍ଦନକାନନ ଆଦି ଅଞ୍ଚଳରେ ଚୋରି କରି ଆତଙ୍କ ସୃଷ୍ଟି କରିଥିଲେ।
ଘରେ କେହି ନ ଥିବାବେଳେ
ତାଲା ଭାଙ୍ଗି ପଶୁଥିଲେ
ଘରେ କେହି ନ ଥିବାବେଳେ ସଞ୍ଜୟ ଚୋରି କରୁଥିଲେ। ଏଥିପାଇଁ ସେ ପାଖରେ କଇଁଚି, ପ୍ଲାସ୍‌, ସ୍କୃ ଡ୍ରାଇଭର ପ୍ରଭୃତି ଉପକରଣ ରଖୁଥିଲେ। ଗତ ପ୍ରାୟ ୨ରୁ ୩ ମାସ ମାସରେ ସେ ୫ଟି ସ୍ଥାନରୁ ଚୋରି କରିଥିଲେ। ଗତ ୧୪ ତାରିଖ ସାରେ ୟୁନିଟ-୮ ଅଞ୍ଚଳର ରଞ୍ଜନ କୁମାର ନନ୍ଦ ତାଙ୍କ ସ୍ତ୍ରୀଙ୍କ ସହ ରାଶନ କିଣିବାକୁ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ସଞ୍ଜୟ ତାଙ୍କ ଘରର ତାଲା ଭାଙ୍ଗି ୧ ଲକ୍ଷ ଟଙ୍କା, ୨ଟି ସୁନାଚେନ, ୪ଟି ସୁନାଚୁଡ଼ି ଓ ୨ ହଳ କାନଫୁଲ ଚୋରି କରି ନେଇଯାଇଥିଲେ। ଏ ନେଇ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୪୭୩/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଅଳଙ୍କାର ସମେତ ଅନ୍ତଃବସ୍ତ୍ର
ମଧ୍ୟ ଚୋରି କରୁଥିଲେ
ମହିଳାଙ୍କ ଅନ୍ତଃବସ୍ତ୍ର ପ୍ରତି ସଞ୍ଜୟଙ୍କ ଦୁର୍ବଳତା ଥିଲା। ସେ ଯେଉଁ ଘରେ ପଶୁଥିଲେ ସେଠାରୁ ସୁନା ଅଳଙ୍କାର, ଟଙ୍କା ସହ ବିଭିନ୍ନ ଅନ୍ତଃବସ୍ତ୍ରକୁ ମଧ୍ୟ ଚୋରି କରି ନେଇଆସୁଥିଲେ। ସୌଭାଗ୍ୟ ନଗରସ୍ଥିତ ତାଙ୍କ ଭଡ଼ାଘରେ ଚଢ଼ାଉ ପରେ ସେଠାରୁ ବହୁ ଅନ୍ତଃବସ୍ତ୍ର ଜବତ ହେବା ପରେ ପୋଲିସ ଚକିତ ହୋଇଯାଇଥିଲା। ଏସବୁକୁ ସେ ଚୋରି କରି ଆଣୁଥିଲେ ବୋଲି ସଞ୍ଜୟ ପୋଲିସକୁ କହିଛନ୍ତି।
ସଞ୍ଜୟଙ୍କ ପାଖରେ
କେମିତି ପହଞ୍ଚିଲା ପୋଲିସ
ବିଭିନ୍ନ ସ୍ଥାନରେ ଏକାଧିକ ଚୋରି ଘଟଣାକୁ ଦେଖି ସ୍ପେଶାଲ ସ୍କ୍ବାଡ୍‌କୁ ଦାୟିତ୍ୱ ଦିଆଯାଇଥିଲା। ସ୍ପେଶାଲ ସ୍କ୍ବାଡ୍‌ ଓ ନୟାପଲ୍ଲୀ ଥାନା ପୋଲିସର ଏକ ମିଳିତ ଟିମ୍‌ ଚୋରି ମାମଲାରେ ତଦନ୍ତ ଆରମ୍ଭ କରିଥିଲା। ତେବେ ୫ଟି ଚୋରି ଘଟଣାରେ ବିଭିନ୍ନ ଦିଗରୁ ଅନୁସନ୍ଧାନ ପରେ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ସଞ୍ଜୟ ଅପରାହ୍ନ ୨ଟାରୁ ରାତି ୯ଟା ମଧ୍ୟରେ ଚୋରି କରୁଥିଲେ। ଏପରିକି ୨ଟି ସ୍ଥାନରୁ ସୁନା ଅଳଙ୍କାର ସମେତ ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି ହୋଇଥିବା ବଡ଼ ପ୍ରମାଣ ମିଳିଥିଲା। ପୂର୍ବରୁ ଚୋରି କରି ଗିରଫ ହୋଇ ଜେଲ ଯାଇଥିବା ସଞ୍ଜୟଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିବା ପରେ ତାଙ୍କୁ ଧରିବାକୁ ପୋଲିସ ଯୋଜନା ପ୍ରସ୍ତୁତ କରିଥିଲା। ସୋମବାର ନୟାପଲ୍ଲୀ ଏନ୍‌-୧ରୁ ସେ ଚୋରି ଉଦ୍ୟମ କରୁଥିବା ବେଳେ ସୂଚନା ପାଇ ପୋଲିସ ଟିମ୍‌ ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri