Posted inଫୁରସତ

ସ୍କୁଲରେ ଜଣେ ଛାତ୍ରକୁ ଜଣେ ଶିକ୍ଷକ

ଓ୍ବାଶିମ୍‌: ମହାରାଷ୍ଟ୍ର ଓ୍ବାଶିମ୍‌ ଜିଲାର ଏକ ଛୋଟିଆ ଗାଁ ଗଣେଶପୁର। ସେଠାରେ ପାଖାପାଖି ୨୦୦ ଲୋକ ବାସ କରନ୍ତି। ଗାଁରେ ଏକ ଜିଲା ପରିଷଦ ପ୍ରାଇମେରୀ ସ୍କୁଲ ରହିଛି, ଯେଉଁଠାରେ ଜଣେ ଶିକ୍ଷକ ଥିବାବେଳେ ଜଣେ ଛାତ୍ର ସେହି ସ୍କୁଲରେ ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଯାଉଥିବାବେଳେ ସେହି ବୟସ ବର୍ଗର କୌଣସି ପିଲା ଆଉ ଗଣେଶପୁରରେ ନାହାନ୍ତ, ଯେଉଁଥି ପାଇଁ ସ୍କୁଲରେ କାର୍ତ୍ତିକ ଶେଗୋକାର ଏକାକୀ ପାଠ ପଢ଼ୁଛନ୍ତି। କାର୍ତ୍ତିକ ପ୍ରତ୍ୟେକ ଦିନ ସ୍କୁଲ ଯାଆନ୍ତି। ସେ ୩ୟ ଶ୍ରେଣୀର ଛାତ୍ର ଅଟନ୍ତି। ତାଙ୍କୁ ପଢ଼ାଉଥିବା ଶିକ୍ଷକ କିଶୋର ମନକରଙ୍କୁ ପ୍ରତ୍ୟେକ ଦିନ ୨୪ କିଲୋମିଟର ଯିବା ଆସିବା କରିବାକୁ ପଡ଼ୁଛି। ଦୁହେଁ ପ୍ରତିଦିନ ସକାଳ ୧୦ଟାରେ ସ୍କୁଲରେ ପହଞ୍ଚନ୍ତି। ପ୍ରାର୍ଥନା ସାଙ୍ଗକୁ ଦୁହେଁ ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରନ୍ତି। ଏହାପରେ କିଶୋର ପାଠ ପଢ଼େଇବା ଆରମ୍ଭ କରନ୍ତି। ଦୁଇବର୍ଷ ପୂର୍ବେ ସ୍କୁଲରେ କାର୍ତ୍ତିକଙ୍କ ନାମ ଲେଖାଯାଇଥିବାବେଳେ ତା’ ପରଠାରୁ କୌଣସି ପିଲାଙ୍କ ଆଡ୍‌ମିଶନ୍‌ କରାଯାଇ ନ ଥିବା କିଶୋର କହିଛନ୍ତି। ସ୍କୁଲରେ ପିଲା ନ ଥାଇ ସୁଦ୍ଧା ଅନ୍ୟ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା କାର୍ତ୍ତିକଙ୍କୁ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସର ନାତିକୁ ୨୪୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଲେ ଇନଫୋସିସ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୧୮।୩: ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର...

ଆଖିବୁଜିଲା ୧୨୫ ବର୍ଷୀୟ କଇଁଛ ‘ଚାଣକ୍ୟ’

ହାଇଦ୍ରାବାଦ,୧୮ା୩: କନ୍ଦମୂଳ ଖାଇବାକୁ ଭଲ ପାଉଥିବା ଗାଲାପାଗୋସ ପ୍ରଜାତିର ବିଶାଳ କଇଁଛ ଚାଣକ୍ୟ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୧୨୫ ବର୍ଷ ବୟସରେ ରବିବାର ମୃତ୍ୟୁବରଣ...

ପଖାଳ କଥା

ଓଡ଼ିଆଙ୍କର ପ୍ରିୟ ପଖାଳ। କେବେ ଦିନେ ଗାଁର ଖାଦ୍ୟ ବୋଲି କୁହାଯାଥିବା ଏହି ପଖାଳ ଏବେ ସହରୀ ଲୋକଙ୍କର ବି ମନ କିଣି ନେଇଛି। ଆମ...

ଯଦି ସୂର୍ଯ୍ୟ ପଶ୍ଚିମରେ ଉଦୟ ହୁଅନ୍ତି, ତେବେ କ’ଣ ସବୁ ଘଟିବ ପୃଥିବୀରେ ଜାଣନ୍ତୁ…

ସମସ୍ତେ ଜାଣିଛନ୍ତି ଯେ, ସୂର୍ଯ୍ୟ ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାନ୍ତି। ଏହି କାରଣରୁ ପାଣିପାଗରେ ପରିବର୍ତ୍ତନ ଘଟେ। ଋତୁଚକ୍ର ବଦଳିଥାଏ। ଯେଉଁ ଋତୁରେ...

Video: ପରୀକ୍ଷା ଶେଷ ହେବା ପରେ ଖୁସିରେ ନାଚିଲା କୁନି ଝିଅ, ଭିଡିଓ ଦେଖିଲେ ମନେ ପଡ଼ିଯିବ ପିଲାଦିନ…

ଛାତ୍ର ଜୀବନରେ ପରୀକ୍ଷା ଶେଷ ହେବାର ଖୁସି ଅଧିକ ଥାଏ। କାରଣ ଏହା ପରେ କିଛିଦିନ ଛୁଟି ମିଳିଯାଏ। ଏବେ ସୋସିଆଲ ମିଡିଆରେ ଏଭଳି ଏକ...

୫୦ ବର୍ଷ ହେଲାଣି କେବଳ ପାଣି ପିଇ ବଞ୍ଚିଛନ୍ତି ଏହି ମହିଳା

ଶରୀରକୁ ସୁସ୍ଥ ରଖିବା ଲାଗି ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ଯଦ୍ୱାରା ଶରୀରକୁ ଉର୍ଜା ମିଳିବା ସହ ଶରୀର ସୁସ୍ଥ ରହେ।...

କପାଳରେ କ୍ୟୁଆର କୋଡ୍‌ ଟାଟୁ କଲେ ଯୁବକ, କାରଣ ଜାଣିଲେ ହେବେ ଚକିତ…

ଆଜିକାଲି ସୋସିଆଲ ମିଡିଆରେ ଏଭଳି ଅନେକ ଅଜବ ଭିଡିଓ ଦେଖିବାକୁ ମିଳୁଛି ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ। ଏଇ ଯେମିତି ଏବେ ଏକ ଭିଡିଓରେ...

କାହିଁକି ଡିଏଁ ଆଖି? କ’ଣ ରହିଛି କାରଣ

ଆଖି ଡେଇଁବାକୁ ନେଇ ଆମ ସମାଜରେ ଅନେକ କିଛି କଥା ଜଡିତ ଅଛି। କିଏ ଏହାକୁ ଶୁଭ ଅଶୁଭ ସହ ଯୋଡେ ତ କିଏ ଅମଙ୍ଗଳ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri