ଏସବୁ କରିବାରେ ସଙ୍କୋଚ ଅନୁଭବ କରୁଛନ୍ତି କି? ହୋଇଯିବେ ବରବାଦ; ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ଆଜିବି ଲୋକେ ଆପଣାଇଥାନ୍ତି। ଏହାକୁ ଅନୁସରଣ କରି ଜୀବନକୁ ସହଜ ଏବଂ ସରଳ କରିହେବ। ଯଦିଓ ନୀତିଗୁଡ଼ିକୁ ଆପଣାଇବା କଷ୍ଟକର, ହେଲେ ଯିଏ ଏହାକୁ ଗ୍ରହଣ କରିନିଏ ସେ ସଫଳ ଏବଂ ସୁଖୀ ହୋଇଥାଏ। ସେହିଭଳି ଚାଣକ୍ୟ ଏକ ନୀତିରେ କହିଛନ୍ତି, ବ୍ୟକ୍ତି ଯଦି କିଛି ଜିନିଷ ବିଷୟରେ ଦ୍ୱିଧାବୋଧ କରନ୍ତି କିମ୍ବା ଲଜ୍ଜିତ ଅନୁଭବ କରନ୍ତି ତେବେ ସେ କେବେହେଲେ ସୁଖୀ ଏବଂ ସଫଳ ହେବେ ନାହିଁ। ଏପରିକି ସେମାନଙ୍କର ଭବିଷ୍ୟତ ମଧ୍ୟ ବିପଦରେ ପଡ଼ିଥାଏ। ଜାଣନ୍ତୁ ସେସବୁ ବିଷୟରେ:-

धनधान्यप्रयोगेषु विद्यासङ्ग्रहणेषु च ।
आहारे व्यवहारे च त्यक्तलज्ज: सुखी भवेत।।

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଧନ ସମ୍ବନ୍ଧୀୟ ମାମଲାରେ ବ୍ୟକ୍ତିକୁ କେବେହେଲେ ଲଜ୍ଜା ଅନୁଭବ କରିବା ଉଚିତ ନୁହେଁ। ଯଦି ଏପରି ହୋଇଥାଏ ତେବେ ଧନହାନୀର ସମ୍ଭାବନା ଥାଏ। ଏଣୁ ଟଙ୍କାପଇସା ମାମଲାରେ କେବେ ବି ଲାଜ କରନ୍ତୁ ନାହିଁ।

ଚାଣକ୍ୟ କୁହନ୍ତି କାହାଠାରୁ କିଛି ଶିଖିବା ସମୟରେ ଲଜ୍ଜିତ ଅନୁଭବ କରିବା ଉଚିତ ନୁହେଁ। କାରଣ ଯଦି ବ୍ୟକ୍ତିଟିଏ କିଛି ଶିଖେ, ଜ୍ଞାନ ଆହରଣ କରେ ତେବେ ତା ଭବିଷ୍ୟତକୁ ସେ ମଜଭୂତ କରିଥାଏ। ଏଣୁ ଜଣେ ଶିଷ୍ୟକୁ ଗୁରୁଙ୍କଠାରୁ କୌଣସି ପ୍ରଶ୍ନର ଉତ୍ତର ଜାଣିବାକୁ ଦ୍ୱିଧା ଅନୁଭବ କରିବା ଉଚିତ ନୁହେଁ।

ଚାଣକ୍ୟ କୁହନ୍ତି ଜଣେ ବ୍ୟକ୍ତିକୁ ଖାଇବା ପିଇବାରେ କେବେ ବି ସଙ୍କୋଚ କରିବା ଉଚିତ ନୁହେଁ। ଯଦି ଭୋକିଲା ଥାଇ ବି ଖାଇବା ଲାଗି ଦ୍ୱିଧା ଅନୁଭବ କରୁଛ, ତେବେ ତାହା ଠିକ୍‌ ନୁହେଁ। ଏପରି କରିବା ଅନୁଚିତ। ଭୋକକୁ ମାରିବା ଦ୍ୱାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ଶେଷରେ ଚାଣକ୍ୟ କହିଛନ୍ତି, ଯେଉଁ କାମ ଜଣେ କରୁଥାନ୍ତୁ ନା କାହିଁକି, ଜଣେ ଏଥିନେଇ ଲଜ୍ଜା ଅନୁଭବ କରିବା ଅନୁଚିତ। କାର୍ଯ୍ୟରେ ଅସୁବିଧା କିମ୍ବା ସମସ୍ୟାର ସମ୍ମୁଖୀନ ହେଲେ, ଲୋକଙ୍କୁ ପଚାରିବା ଉଚିତ। ଫଳରେ ସମାଧାନର ବାଟ ବାହାରିବ। ଯଦି ଏଭଳି ନ କରନ୍ତି ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri