ଏସବୁ କରିବାରେ ସଙ୍କୋଚ ଅନୁଭବ କରୁଛନ୍ତି କି? ହୋଇଯିବେ ବରବାଦ; ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ଆଜିବି ଲୋକେ ଆପଣାଇଥାନ୍ତି। ଏହାକୁ ଅନୁସରଣ କରି ଜୀବନକୁ ସହଜ ଏବଂ ସରଳ କରିହେବ। ଯଦିଓ ନୀତିଗୁଡ଼ିକୁ ଆପଣାଇବା କଷ୍ଟକର, ହେଲେ ଯିଏ ଏହାକୁ ଗ୍ରହଣ କରିନିଏ ସେ ସଫଳ ଏବଂ ସୁଖୀ ହୋଇଥାଏ। ସେହିଭଳି ଚାଣକ୍ୟ ଏକ ନୀତିରେ କହିଛନ୍ତି, ବ୍ୟକ୍ତି ଯଦି କିଛି ଜିନିଷ ବିଷୟରେ ଦ୍ୱିଧାବୋଧ କରନ୍ତି କିମ୍ବା ଲଜ୍ଜିତ ଅନୁଭବ କରନ୍ତି ତେବେ ସେ କେବେହେଲେ ସୁଖୀ ଏବଂ ସଫଳ ହେବେ ନାହିଁ। ଏପରିକି ସେମାନଙ୍କର ଭବିଷ୍ୟତ ମଧ୍ୟ ବିପଦରେ ପଡ଼ିଥାଏ। ଜାଣନ୍ତୁ ସେସବୁ ବିଷୟରେ:-

धनधान्यप्रयोगेषु विद्यासङ्ग्रहणेषु च ।
आहारे व्यवहारे च त्यक्तलज्ज: सुखी भवेत।।

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଧନ ସମ୍ବନ୍ଧୀୟ ମାମଲାରେ ବ୍ୟକ୍ତିକୁ କେବେହେଲେ ଲଜ୍ଜା ଅନୁଭବ କରିବା ଉଚିତ ନୁହେଁ। ଯଦି ଏପରି ହୋଇଥାଏ ତେବେ ଧନହାନୀର ସମ୍ଭାବନା ଥାଏ। ଏଣୁ ଟଙ୍କାପଇସା ମାମଲାରେ କେବେ ବି ଲାଜ କରନ୍ତୁ ନାହିଁ।

ଚାଣକ୍ୟ କୁହନ୍ତି କାହାଠାରୁ କିଛି ଶିଖିବା ସମୟରେ ଲଜ୍ଜିତ ଅନୁଭବ କରିବା ଉଚିତ ନୁହେଁ। କାରଣ ଯଦି ବ୍ୟକ୍ତିଟିଏ କିଛି ଶିଖେ, ଜ୍ଞାନ ଆହରଣ କରେ ତେବେ ତା ଭବିଷ୍ୟତକୁ ସେ ମଜଭୂତ କରିଥାଏ। ଏଣୁ ଜଣେ ଶିଷ୍ୟକୁ ଗୁରୁଙ୍କଠାରୁ କୌଣସି ପ୍ରଶ୍ନର ଉତ୍ତର ଜାଣିବାକୁ ଦ୍ୱିଧା ଅନୁଭବ କରିବା ଉଚିତ ନୁହେଁ।

ଚାଣକ୍ୟ କୁହନ୍ତି ଜଣେ ବ୍ୟକ୍ତିକୁ ଖାଇବା ପିଇବାରେ କେବେ ବି ସଙ୍କୋଚ କରିବା ଉଚିତ ନୁହେଁ। ଯଦି ଭୋକିଲା ଥାଇ ବି ଖାଇବା ଲାଗି ଦ୍ୱିଧା ଅନୁଭବ କରୁଛ, ତେବେ ତାହା ଠିକ୍‌ ନୁହେଁ। ଏପରି କରିବା ଅନୁଚିତ। ଭୋକକୁ ମାରିବା ଦ୍ୱାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ଶେଷରେ ଚାଣକ୍ୟ କହିଛନ୍ତି, ଯେଉଁ କାମ ଜଣେ କରୁଥାନ୍ତୁ ନା କାହିଁକି, ଜଣେ ଏଥିନେଇ ଲଜ୍ଜା ଅନୁଭବ କରିବା ଅନୁଚିତ। କାର୍ଯ୍ୟରେ ଅସୁବିଧା କିମ୍ବା ସମସ୍ୟାର ସମ୍ମୁଖୀନ ହେଲେ, ଲୋକଙ୍କୁ ପଚାରିବା ଉଚିତ। ଫଳରେ ସମାଧାନର ବାଟ ବାହାରିବ। ଯଦି ଏଭଳି ନ କରନ୍ତି ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?